ଲକ୍ଷ୍ମଣର ପଛେ ଗୋଡ଼ାଇ ସତୀ ଥିଲା
ଝାଳେ ଘୁମାଇଁ ମୁଖ ମଉଳିଲା ।
ଗୋଡାଇ ଚାଲି ନ ପାରିଲା ସତୀ ଯହୁଂ
ଆସ ବୋଲି ଲକ୍ଷ୍ମଣ ଡ଼ାକ ଦେଲା ତହୁଂ ।
ତୁମ୍ଭେ ଗୋ ବନକୁ ଅଇଲି ହି ଯେବେ
(ନ) ଜାଣିଲି ମୁଁ ତୁମ୍ଭନ୍ତ ପଚାରୁଛି ଏବେ ।
କେବଣ ନିମନ୍ତେ ବନକୁ ଶରଧା କଲ
ସୁକୁମାର ସ୍ତିରୀ ଗୋ ଚାଲି ତ ନ ପାର । ।୬୦।
ଏବେ ତୁମ୍ଭେ ଗୋ ଆସ ଶୀଘ୍ର ହୋଇ
ଭଲ ଠାବ ଦେଖି ବିଶ୍ରାମିବା ଯାଇ ।
ଲକ୍ଷ୍ମଣର ସମାଦ ଶୁଣିଣ ମହାସତୀ
ଆଗଭର ହୋଇଣ ଧାମନ୍ତି ତଡ଼ତି ।
ପର୍ବତ ଉପରେ ଅଛି ଏକ ପୁଷ୍କରଣୀ
ମୂଖ ପଖାଳନ୍ତି ତହିଁ ଶ୍ରୀରାମର ରାଣୀ ।
ଶରୀର ଶ୍ରମେଣ ସତୀ ଜଳପାନ କରଇ
ସହସ୍ରେକ ଭାର ଗଙ୍ଗାର ପାଣି
ନିତ୍ୟେ ଗଉଡ଼େ ତୋର ରାଜ୍ୟକୁ ବହିଆଣି ।।୭୦।
ସେ ଜଳେ ସ୍ନାହାନ କରୁ ଗୋ ମହାସତୀ
ପାଣି ତୋଳି ଦିଅନ୍ତି ଲକ୍ଷେକ ଯୁବତୀ ।
କୁଙ୍କୁମ ଘଷନ୍ତି ସହସ୍ରେକ ବାଳୀ
ସୁବର୍ଣ୍ଣ ଘଟେ ଶରୀର ପଖାଳି ।
ସୁସଞ୍ଚ ପାଟୋଳି ପବିତ୍ର ଝୀନ ବାସ
ଶରୀର ପୋଛନ୍ତେ ପାଉ ଅତି ପ୍ରାସ ।
ରତ୍ନଝରୀରେ ସୁବାସିତ ନୀର(ଲା)ଇ
ତହୁଂ ସେ ଜାନକୀ ମୁଖ ପଖାଳଇ ।
ବିହିର ଲେଖନେ ଏବେ କରେ ପିଅଇ ପାଣି
ଭୋ ବିଧି ବିଧାତା ଏସନେକ ଅଛୁ ନିର୍ମାଣି ।।୮୦।
ପୃଷ୍ଠା:Prachina Odia Kabita.pdf/୬୩
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୫୭