ପୃଷ୍ଠା:Prachina Odia Kabita.pdf/୬୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦୨
ପ୍ରାଚୀନ ଓଡ଼ିଆ କବିତା
 

ଏ ଦିବ୍ୟ କାମିନୀକି ଛାଡ଼ି ଯଦି ଯିବି
କେବଣ ମତେ ମୁହିଂ ଦେହ ଧରିବି ।
ଯଦ୍ୟପି ରହିବି ଯେ ସୀତୟାର ତୁଲେ
କୋପ କରିବେ ରାମ ଆଜ ମୁହିଂ ନ ଗଲେ ।
ଏତେ ବିଚାରି ଲକ୍ଷ୍ମଣ ବିକଳେ ଭାଳଇ ମନ
ଆସ ଗୋ ମହାସତୀ ଏଥୁ ଯିବାକ ବ‌ହନ ।
ଫଳମୂଳ ଯେବଣ ଠାବରେ ପାଇବା
ତ‌ହିଁ ଯାଇ ଆମ୍ଭେ ବିଶ୍ରାମ କରିବା ।
ଶୁଣିନ ମହାସତୀ ପାଣିରୁ ହୋଇଲେ ବାହାର
ଜଳ ପିଅନ୍ତେ ପ୍ରାସ ହୋଇଲା ତାହାର ଶରୀର ।।୯୦।
ଚାଲନ୍ତେ ସୀତୟା ପୟର ନ ଚଳଇ
ଆପଣା ହୃଦରେ ଶଶୀମୁଖୀ ଭାଳଇ ।
କେବଣ ଦଇବ ମୋର ମନ‌କୁ ମୋହିଲା
ବନସ୍ତକୁ ଆସିବି ବୋଲି ଉଦବେଗ କଲା ।
ଅରଷ୍ଟି କଥା ଏହା ବିଚାରି ନ ପାରିଲି
ସ୍ୱାମୀକି ଏକାନ୍ତେ ମୁଁ ପ୍ରସାଦ ମାଗିଲି ।
କାହାକୁ କ‌ହିବି ଯେ ମୋହର କୃତ ଦୋଷ
ଆପଣେ ମୁହିଁ ହୋଇଲି ଜିଘାଂସ ।
ଲକ୍ଷ୍ମଣକୁ ମହାସତୀ ଡ଼ାକ ଦେଲେ ସଧୀରଇ
ସମ୍ଭାଳି ନିଅ ମୋତେ ମୁଁ ଚାଲି ନ ପାରଇ ।।୧୦୦।
ପଥର ଭୂମିରେ ଚାଲନ୍ତେ ପୟର ତୁଟିଲା
ଗର୍ଭେଣ ତିନିମାସ ଗର୍ଭ ବ୍ୟଥା କଲା ।
ଶୁଣିଣ ଲକ୍ଷ୍ମଣ ପ୍ରାଣ ଉଛର୍ଗିଲା ଦେଖି
ତରୁ ତଳେ ବସିଲେ ନୟନୁ ଲୁହ ବ‌ହି ।
ସେହି ବୃକ୍ଷତଳେ ବସିଲେ ରାମରାଣୀ
ଜାନୁ ଭର ଦେଇ ବସିଲା ଧରଣୀ ।
ବାହାଡ଼ା ବୃକ୍ଷତଳେ ଅତି ବିତପନ
ସୁଶୀତଳ ସମୀର ବ‌ହଇ ଘନ‌ଘନ ।