ତୁହି ମତେ କୋପ ଗୋ ନ କର ବଇଦେହୀ
ଏମୁନେକ ବୋଲି ଲକ୍ଷ୍ମଣ ଲେଖ ଲିଖି ।
ଯେବଣ ବୃକ୍ଷତଳେ ଶୋଇଛନ୍ତି ମହାସତୀ
ତରୁଡାଳେ ପତ୍ର ଲମ୍ବାଇ ସଉମିତ୍ରି । ।୧୪୦।
ତହୁଁ ବାହୁଡଇ ଲକ୍ଷ୍ମଣ ମହାବୀର
ଆଗଭର ହୋଇ ତାର ନ ଚଳେ ପୂର ।
ଶରୀରୁ ଝାଳ ବହଇ ଅବିକ୍ଷଣ
ଲେଉଟି ଚାହାଇଁ ପୁଣି ସୀତୟଆ ବଦନ ।
ଶରଦ ପୋର୍ଣ୍ଣମୀ କି ନିର୍ମଳ ଶଶୀ
ତେସନେକ ଜାନକୀର ବଦନ ବିକାଶି ।
ମୁହିଁ ଏହାକୁ ଛାଡ଼ି ଯିବି ଯେବେ
ଏହିକ୍ଷଣି ଏହାକୁ ବନଜୀବେ ଆହାର କରିବେ ।
ଏସନେକ ବିଚାରି ଆସଇ ଧୀର ଧୀର
ମୁକ୍ତା ଛିଡ଼ଇ ଯେସନେ ନୟନରୁ ଲୁହ ଝର ।। ୧୫୦।
xxx
ଶରୀର ଶ୍ରମେ ସତୀ ନିଦ୍ରା ଯାଇଥିଲା
ନୟନ ମଳିଣ ଜାନେକୀ ଚଉକତି ଚାହିଂଲା ।
ବସିଲା ଠାବରେ ଦେଖିଲଇ ଲକ୍ଷ୍ମଣ ନ ହିଂ
ଚମତ୍କାର ହୋଇଲା ସତୀ ଚଉକତି ଚାହିଂ ।
ଭାଳଇ ଅବା ପାଣି ଆଣି ପୁଷ୍ମରଣୀକି ଗଲା
ଲକ୍ଷ୍ମଣ ନାମ ଧରି ଉଚ୍ଚେଣ ଡାକ ଦେଲା ।
ଏକଇ ଯୁବତୀ ମୋତେ ଛାଡ଼ି କେମନ୍ତେ ଗଲୁ
କନ୍ଦମୂଳ ନିମନ୍ତେ ଅବା ଗହନେ ପଶିଲୁ ।
ବେଗକୁ ମୋହର ସନିଧ୍ୟକୁ ଆସ
ତୋତେ ନ ଦେଖି ମୁହିଂ କଲଇ ମନେ ତ୍ରାସ ।।୧୬୦।
ଲକ୍ଷ୍ମଣର ସମାସ୍ୟା ଯହୁଂ ନ ପାଇଲା ମହାସତୀ
ଚକିତ ହୋଇଣ ଚାହାଂଇ ଚଉକତି ।
ପୃଷ୍ଠା:Prachina Odia Kabita.pdf/୬୬
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୦
ପ୍ରାଚୀନ ଓଡ଼ିଆ କବିତା