ପୃଷ୍ଠା:Prachina Odia Kabita.pdf/୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାଚୀନ ଓଡ଼ିଆ କବିତା

ଆଲୋ ଡୋମ୍ବି ତୋଏ ସମ କରିବ ମ ସାଙ୍ଗ
ନିଘଣ କାହ୍ନା କାପାଳି ଜୋଇ ଲାଙ୍ଗ
ଏକ ସେ ପଦୁମା ଚୌଷଠି ପାଖୁଡୀ
ତ‌ହିଁ ଚଡ଼ି ନାଚଅ ଡୋମ୍ବୀ ବାପୁଡ଼ୀ ।
ହାଲୋ ଡୋମ୍ବି ତୋ ପୁଛାମି ସଦଭାବେ
ଆଇସସି ଜାସି ଡୋମ୍ବୀ କାହାରି ନାବେଁ ।
ତାନ୍ତ ବିକଅଣ ଡୋମ୍ବୀ ଆବର ମୋ ଛଙ୍ଗିଡ଼ା
ତୋହୋର ଅନ୍ତରେ ଛାଡ଼ି ନ‌ଡ଼ ପେଡ଼ା ।
ତୁଲୋ ଡୋମ୍ବୀ ହାଁଉ କପାଳୀ
ତୋହୋର ଅନ୍ତରେ ମୋଏ ଘେନିଲି ହାଡେରି ମାଳୀ ।
ସରବର ଭଞ୍ଜିଅ ଡୋମ୍ବୀ ଖାଅ ମୋଲାଣ
ମାରମି ଡୋମ୍ବୀ ଲେମି ପରାଣ ।

[କାହ୍ନା-କାହ୍ନୁ; ଲାଙ୍ଗ-ଲଙ୍ଗଳା; ପଦୁମା-ପଦ୍ମ; ଚାଙ୍ଗିଡ଼ା-ଚାଙ୍ଗୁଡ଼ି; ନଡ଼-ନଟ; ପେଡା-ପେଟିକା; ହାଁଉ-ମୁଁ; ମୋଲାଣ-ମୃଣାଳ]

(୩)
(ରାଗ-ପଟମଞ୍ଜରୀ)


କାହ୍ନୁ ପାଦାନମ୍ -

ଆଳିଏଁ କାଳିଏଁ ବାଟ ରୁନ୍ଧେଲା
ତା ଦେଖି କାହ୍ନୁ ବିମନ ଭଇଲା ।
କାହ୍ନୁ କାଇଁ ଗାଇ କରିବ ନିବାସ
ଜେ ମନ ଗୋଅର ସୋ ଉଆସ ।
ତା ତିନି ତେ ତିନି ତିନି ହୋ ଭିନ୍ନ
ଭଣଇ କାହ୍ନୁ ଭବ ପରିଚ୍ଛିନ୍ନ ।
ସେ ଯେ ଅଇଲା ତେ ତେ ଗେଲା
ଅବଣା ଗବଣେ କାହ୍ନୁ ଭଇଲା ।