ପୃଷ୍ଠା:Prachina Odia Kabita.pdf/୮୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୬
ପ୍ରାଚୀନ ଓଡ଼ିଆ କବିତା
 

ଆଗ୍ୟାଂ ପାଇ ଦାସୀ ଗୋଳ ଭିଆଇଲେ ଡ଼ରି ସେବକ ପଳାଇଂ
ଥାଇଂ ଜଗନ୍ନାଥ ଆଗରେ କହିଂଲେ କମଳା ଅଇଲେ ବାହିଂ, ହେ ହରି ।
ଧନବସ୍ତ୍ର ନେଲେ ଦୁର କରି ହେ
ଭୟେ ପଳାଇଲୁ ଆମ୍ଭେ ଡରି ହେ
ଦାସୀମାନେ କଲେ ହୁରି ଜୁରି ହେ । ୨୮ ।
ଡରେ ଜଗନ୍ନାଥ ଛାମୁକୁ ନ ଯାଇଂ ଯମେଶ୍ୱରକୁଂ ସେ ରାଇଂ
ନାଉକେଶ୍ୱର ସେ ମାରକଣ୍ତେଶ୍ୱର ବେଗେ ତୁମ୍ଭେ ଯାଅ ଧାଇଂ, ହେ ଯାଅ ।
ଆମ୍ଭ ବିନତି ବୋଲି ବୁଝାଅ ହେ
ଦାସୀମାନଙ୍କୁ ଲାଞ୍ଚ ଦିଆଅ ହେ
ତାଙ୍କ ମନ ସନ୍ତୋଷ କରାଅ ହେ । ୨୯ |
ପ୍ରଭୁ ଆଗ୍ୟାଂ ପାଇ ତିନି ଦେବ ଯାଇଂ ମିଳିଲେ ଲକ୍ଷ୍ମୀଙ୍କ ଆଗେ
ଅନେକ ପ୍ରକାର ପ୍ରବୋଧି କହନ୍ତି ଦେବୀ କଥା ନ ଶୁଣନ୍ତି ରାଗେ, ଗୋ ମାୟେ ।
ତୁମ୍ଭେ କେଣିକି କଲ ବିଜୟେ ଗୋ
ଡରେ ଜଗନ୍ନାଥ କଲେ ଭୟେ ଗୋ
ଆମ୍ଭେ ସ୍ୱରୂପ କହୁଁ ଥୋକାୟେ ଗୋ । | ୩° ।
ତିନି ଦେବ ଆମ୍ଭେ ଆଗେ ହୋଇଥିବୁଂ ବାହୁଡ଼ା ବିଜୟେ କର
ନବଦିନେ ନୀଳଗିରିରେ ପ୍ରବେଶ ହୋଇଂବେଟି ଦାମୋଦର, ଗୋ ଯିବ ।
ଜଗନ୍ନାଥଙ୍କ ଦୋଷ କହିବ ଗୋ
ଆମ୍ଭ ବିନୟ ବାରେ ଘେନିମ ଗୋ
ଦାସୀମାନେ ଲକ୍ଷ୍ମୀଙ୍କି କହିବ ଗୋ । ୩୧ ।
ଦାସୀ ଲାଞ୍ଚ ପାଇଂ କମଳାଙ୍କୁ କହିଲେ ଚାଲ ଯିବା କମଳଣୀ
ଭୟେ ଜଗନ୍ନାଥ ପାଶକୁ ନଇଲେ ଆମ୍ଭ କୋପାନଳ ଜାଣି, ଗୋ ଯିବା ।
ତାଙ୍କ କଣ୍ଟ ଜାଣି ବାହୁଡ଼ିବା
ଦିନା ଚାରି ତୁନି ହୋଇଥିବା ଗୋ
ତାଙ୍କ କଣ୍ଟ ପୂରିଲେ ଆସିବା ଗୋ | | ୩୨ ।
ବାହୁଡ଼ି ଦେବୀ ନିଜ ପୁରେ ପ୍ରବେଶ ମନରେ ନାହିଂ ହରଷ
ପତିପଠାରୁ ଦିନା ଚାରି ଗଲା ପଞ୍ଚମୀ ହୋଏ ପ୍ରବେଶ, ଲୋ ଶୁଣ ।