ପୃଷ୍ଠା:Prachina Odia Kabita.pdf/୮୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୭୭
 

ଆଜ ଯାୟେ ତ ନଇଲେ ପୁଣ ଲୋ
ଯେବେ ଆସିବେ ତ ନେଉଟିଣ ଲୋ
ତାଙ୍କ କାର୍ଯ୍ୟ ନାହି° ଆମ୍ଭରେଣ ଲୋ । ୩୩ |
ହେରା ବୁଲି ଚାଲି ଘାନ୍ତିୟେକ ଯିବା ଦାସୀମାନଙ୍କୁ ରାଇ° ରତ୍ନ ହାନ୍ଦୋଳାରେ ବିଜେ କମଳଣୀ କାଲି ନବରକୁ ଯାଇ, ରେ ବଛ ।
କିକେ ତାହାଙ୍କ ସଙ୍ଗରେ ଅଛ ରେ
ବଡ଼ ଗଣ୍ଠିଆ ସେହୁ ଶ୍ରୀବତ୍ସ ରେ
ଯେତେ କଥା କହୁଥିଲେ ମିଛ ରେ । ୩୪ ।
ହସି ଜଗନ୍ନାଥେ ବଚନ କହନ୍ତି ଆମ୍ଭର ଦୋଷ ନ ଘେନ ଆଉ ଚାରିଦିନ ମୃଛିଥାଅ ତୁମ୍ଭେ ବାହୁଡା ବଜୟେ ପୁଣ, ରେ ପ୍ରିଆ ।
ମନ ଥିର କରିଥିବ ହିଆ ରେ
ତୁମ୍ଭେ ପାଟବଂଶୀ ଅଟ ଶ୍ରୀଆ ରେ
କମ୍ପା ତୁମ୍ଭରେ କରିବୁ° ମାୟା ରେ । ୩୫ ।
ପ୍ରବୋଧନା ପାଇଁ ଦେବୀ କମଳଣୀ ଶ୍ରୀନୀଳଗିରିକି ଗଲେ ଦିନା କେତେ ରହି ବ୍ରହ୍ମାଣ୍ଡ ଠାକୁର ବାହୁଡ଼ା ବିଜୟେ କଲେ, ସେ ହରି ।
ନବ ଦିନ ଯାତ୍ରା ତହି° ସାରି ସେ
ରଥ ଦକ୍ଷିଣ ମୂରତି କରି ସେ
ଶୁଭେ ବାଜେ ମଙ୍ଗଳ ମହୁରୀ ସେ । ୩୭ ।
ଦତ୍ୟ ଦାନବ ୟେକାକାର କରିଣ ପତିତ ଚାଣ୍ଡାଳ ଯାୟେ ୟେକ ଆରକେ କୈବଲ୍ୟ ଭରାଭରି ଦେଖୁଛନ୍ତି ଦେବରାୟେ, ହେ ଶୁଣ ।
ଚାହୁଁ ଅଛନ୍ତି ଚକାନୟନ ହେ
ରଥ ଟଳ ଟଳ କରି ପୁଣ ହେ
ଯାଇ° ମିଳିଲେ ସିଂହ ଦୁଆର ହେ । । ୩୭ ।
ସିଂହ ଦୁଆରେ ବିଜୟେ ତିନିମୂର୍ତ୍ତି ଯିବାକୁ ନ ପାନ୍ତି ବାଟ ଦାସୀମାନଙ୍କୁ ବୋଲନ୍ତି କମଳଣୀ ପାରିଣ ଦିଅ କବାଟ, ଗୋ ଶୁଣ ।
ତାଙ୍କୁ ଭାଷାୟେ ନ ଦେବ ପୁଣ ଗୋ
ଆମ୍ଭ କାର୍ଯ୍ୟ ନାହିଂ ତାଙ୍କରେଣ ଗୋ
ଆନ ନବରେ ରହନ୍ତୁ ପୁଣ ଗୋ । | ୩୮ ।