ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପିରାମିଡ୍‍' ବି କହନ୍ତି । ଏହି 'ଗ୍ରେଟ୍‍ ପିରାମିଡ୍‍'ମାନଙ୍କ ମଧ୍ୟରୁ କେବଳ ମୁଁ ହିିଁ ସପ୍ତାଶ୍ଚର୍ଯ୍ୟରେ ସ୍ଥାନ ପାଇଛି । ଇଜିପ୍ଟର ଫରାଓ ବା ମହାରାଜା ଖୁଫୁ ମୋତେ ନିର୍ମାଣ କରାଇଥିଲେ ଖ୍ରୀଷ୍ଟପୂର୍ବ ୨୫୬୦ରେ ।

ମୁଁ କଣ ପାଇଁ ନିର୍ମିତ ହୋଇଥିଲି ତାହା ମୁଁ ଠିକ୍‍ ଭାବରେ ଜାଣେ । ହେଲେ ଖୁବ୍‍ ମଜା ଲାଗେ ମୋ ନିର୍ମାଣର କାରଣକୁ ନେଇ ବର୍ତ୍ତମାନ ଯାଏ ଚାଲିିଥିବା ଆଲୋଚନା ଓ ବିତର୍କକୁ ଶୁଣି । ଇତିହାସକାରମାନଙ୍କ ମତରେ ମୁଁ ଫରାଓ ଖୁଫୁଙ୍କର ସମାଧି । କିନ୍ତୁ ମଣିଷ ମନ କଣ ଏତେ ସହଜରେ ମାନିଯାଇ ପାରିବ ? ସିଏ ତ ଖୋଜି ଚାଲିବ । ମୋ ନିର୍ମାଣର ବିରାଟତାରେ ମଣିଷକୁ ମିଳି ଚାଲିଛି ଅନେକ ରହସ୍ୟର ଇଙ୍ଗିତ । ତେଣୁ ମୋ ସ୍ଥିତିକୁ ନେଇ ଅନେକ ଧାରଣା ଓ ଅବଧାରଣା । ଅନେକେ ମୋ ଜ୍ୟାମିତିକ ପରିଧି ଓ ବିରାଟତାର ଦ୍ୱାହି ଦେଇ କହନ୍ତି, ମୁଁ କୁଆଡେ ଥିଲି ଖଗୋଳ ବିଜ୍ଞାନର ଏକ ମାନମନ୍ଦିର । ଆଉ କିଏ କହେ, ମୁଁ ଏକ ଧ୍ୟାନ ମନ୍ଦିର । କିଛି ଲୋକ ଏକଥା ବି ଭାବନ୍ତି ଯେ ମୋତେ ବାହାର ଗ୍ରହର ଲୋକମାନେ ନିର୍ମାଣ କରିଛନ୍ତି । ମୋ ଭିତରେ ଲୁଚି ରହିଛି ଗ୍ରହାନ୍ତର ଯାତ୍ରାର ରହସ୍ୟ । ଗବେଷକମାନେ ନିଜ ମନର ପ୍ରତିଛବି ଦେଖନ୍ତି ମୋ ଭିତରେ । ମୁଁ ବି ସବୁ ରହସ୍ୟ ଖୋଲିନି । ମଣିଷକୁ ଦେଇ ଚାଲିଛି ଖୋଜିବା ଓ ଚିନ୍ତା କରିବାର ମଉଜ ।

ମୋତେ ଯେତେବେଳେ ନିର୍ମାଣ କରାଯାଇଥିଲା ସେତେବେଳେ ବର୍ତ୍ତମାନର କାଇରୋ ସହରର ସ୍ଥିତି ନଥିଲା । ପାଖରେ ଥିଲା ମେମ୍ଫିସ୍‍ ସହର । ରାଜଧାନୀ । ଉତ୍କର୍ଷର ପ୍ରାଣକେନ୍ଦ୍ର । ଏହି

ସପ୍ତାଶ୍ଚର୍ଯ୍ୟ ୧୫