ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସହର ନିକଟରେ ଥିଲା 'ଗୀଜା'; ମୃତ୍ୟୁର ଉପତ୍ୟକା । ରାଜା, ରାଜୁଡାଙ୍କ ସମାଧି ସ୍ଥଳ । ସମାଧି ନିର୍ମାଣ କରିବାର ଅଭ୍ୟାସ ଇଜିପ୍ଟର ଲୋକମାନଙ୍କର ଆଗରୁ ଥିଲା । ସେମାନେ ମୃତକଙ୍କ ସମାଧି ଉପରେ ତିଆରି କରୁଥିଲେ ଏକ ପ୍ରକାର ପିଣ୍ତି । ଏହାକୁ କୁହାଯାଉଥିଲା 'ମସ୍ତବା' । ପ୍ରତିପତ୍ତି ଦେଖାଇବା ନିଶାରେ ଗୋଟିଏ ପିଣ୍ତି ଉପରେ ତିଆରି କଲେ ଆଉ ଏକ ପିଣ୍ତି । ପୁଣି ତା' ଉପରେ ଆଉ ଗୋଟେ । ପିଣ୍ତିମାନଙ୍କର ସ୍ତୂପ ତିଆରି ଚାଲିଲା । ଯାହାର ପ୍ରତିପତ୍ତି ଯେତେ ଅଧିକ ତାର 'ମସ୍ତବା' ସ୍ତୂପ ସେତେ ଉଚ୍ଚ ଓ ବିରାଟ । 'ମସ୍ତବା' ସ୍ତୂପର ଶେଷ ରୂପ ଥିଲା ପିରାମିଡ । ତେଣୁ ପିରାମିଡ୍‍ ଗୁଡିକ ପାହାଚ ପାହାଚ ହୋଇ ମୁହାଁଇ ଥାଆନ୍ତି ଆକାଶ ଆଡକୁ । ମୋ ଠାରୁ ବି ଢେ଼ର ପୁରୁଣା ପିରାମିଡ, ଯେପରି ସକ୍କାରାରେ ଥିବା ଫରାଓ ଯୋସରଙ୍କ ପିରାମିଡରୁ ଏହା ସ୍ପଷ୍ଟ ଅନୁମେୟ । ସକ୍କାରାର ଏହି ପିରାମିଡକୁ ନିର୍ମାଣ କରିିଥିଲେ ସେତେବେଳର ମହାନ ସ୍ଥପତି, ଇମ୍‌ହୋଟେପ୍‍ଙ୍କ । ପରବର୍ତ୍ତୀ ସମୟରେ ତିଆରି ହୋଇଥିବା ସବୁ ପିରାମିଡ୍‍ର ସ୍ଥପତିମାନେ ଶିକ୍ଷା ନେଇଥିଲେ ଇମ୍‍ହୋଟେପ୍‍ଙ୍କ ସ୍ଥାପତ୍ୟରୁ । ମୋ ନିର୍ମାଣ ନକ୍ସାର ମୂଳ ଯୋଜନା ବି ଆସିଛି ଇମ୍‍‌ହୋଟେପ୍‍ଙ୍କ ଏହି ପିରାମିଡ୍‍ରୁ ।
ମୋତେ ନିର୍ମାଣ କରିବା ପାଇଁ ଲାଗିିଥିଲା ପ୍ରାୟ ୨୦ବର୍ଷ । ଫରାଓ ଖୁଫୁ ମୃତ୍ୟୁ ଉପରେ ବିଜୟ ପାଇବାକୁ ଚାହୁଁଥିଲେ । ତାଙ୍କର ବିଶ୍ୱାସ ଥିଲା, ମଲାପରେ ସେ ପୁଣି ଥରେ ପୁନର୍ଜୀବିତ ହେବେ । ସେ ଚାହୁଁ ନଥିଲେ ଅନ୍ୟ କୌଣସି ଦେହରେ ପୁନର୍ଜନ୍ମ । ଫରାଓ କଣ କେବେ ଅନ୍ୟ ସାଧାରଣ ମାନବର ଦେହରେ ବଞ୍ଚିପାରିବେ ? ତେଣୁ ଇଜିପ୍ଟର ଫରାଓମାନେ ନିଜ ମୃତ ଦେହକୁ ସଂରକ୍ଷିତ କରି ରଖିବାର ଉପାୟ ବାହାର କରିଥିଲେ । ତିଆରି କରୁଥିଲେ 'ମମି' ବା ସଂରକ୍ଷିତ

୧୬ ସପ୍ତାଶ୍ଚର୍ଯ୍ୟ