ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୃତଦେହ । ଜୀବନ ଫେରିପାଇଲେ ଅଚିହ୍ନା ଲୋକଙ୍କ ଭିତରେ ଚଳିବେ କିପରି ? ତେଣୁ ରାଣୀ, ବନ୍ଧୁ, ସହୋଦର ଓ ଅମାତ୍ୟଙ୍କୁ ବି 'ମମି' ଭାବେ ରଖାଯିବାର ବ୍ୟବସ୍ଥା ଥିଲା ପିରାମିଡ ଭିତରେ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଭବିଷ୍ୟତରେ କାମରେ ଲାଗିଲା ଭଳି ମୂଲ୍ୟବାନ ଧନ ସମ୍ପଦ ବି ରଖାଯାଇିଲା ମୋ ମଧ୍ୟରେ ।
ଖୁଫୁ ଚାହୁିଁଲେ ତାଙ୍କ ପିରାମିଡ୍‍ ଇତିହାସରେ ସବୁଠାରୁ ବିଶାଳ ପିରାମିଡ୍‍ ହେଉ । ତାହାହିିଁ ହେଲା । ଗୀଜାର ପିରାମିଡ୍‍ ଅଞ୍ଚଳରେ ଅଛି ତିନିଟି ବିଶାଳ ପିରାମିଡ୍‍ । ଏମାନଙ୍କ ମଧ୍ୟରେ ମୁଁ ସବୁଠାରୁ ବଡ । ଖ୍ରୀଷ୍ଟପୂର୍ବ ୨୫୮୦ରେ ମୋର ନିର୍ମାଣ ସରିଲାବେଳେ ମୋ ଉଚ୍ଚତା ଥିଲା ୧୪୫.୭୫ ମିଟର । ସମୟର ଝଡଝଞ୍ଜାରେ ମୁଁ ଘୋରି ହୋଇଛି । ତେଣୁ ମୋ ଉଚ୍ଚତା ପ୍ରାୟ ୧୦ମିଟର କମି ଯାଇଛି । ୪୫୦୦ ବର୍ଷରେ ୧୦ମିଟର, ଖୁବ କମ୍‍ ଘୋରି ହୋଇଛି ନିଶ୍ଚୟ! ମୋ ପାଖରେ ଅଛି ଫରାଓ ଖୁଫୁଙ୍କ ଉତ୍ତରାଧିକାରୀ ଫରାଓ ଖଫ୍ରଙ୍କ ପିରାମିଡ । ଏହା ମୋ ଠାରୁ ଟିକେ ଛୋଟ । ତା'କୁ ଲାଗି ରହିଛି ଖଫ୍ରଙ୍କ ପରବର୍ତ୍ତୀ ଫରାଓ, ମେନକଉରେଙ୍କ ପିରାମିଡ । ଏହା ଆହୁରି ଛୋଟ । ଗର୍ବ କରି କହୁନି, ଊନବିଂଶ ଶତାବ୍ଦୀ ଯାଏ ମୁଁ ଥିଲି ମାନବ ନିର୍ମିତ ସବୁଠାରୁ ବିଶାଳ ଓ ଉଚ୍ଚ ବସ୍ତୁ ।
ଆଜିଯାଏ ଗବେଷକମାନେ ଧନ୍ଦି ହେଉଛନ୍ତି, ଏଡେ ବଡ ସ୍ଥାପତ୍ୟ ନିର୍ମାଣ କରାଗଲା କିପରି ? ଏଥିରେ ବ୍ୟବହୃତ ବିରାଟ ବିରାଟ ପ୍ରସ୍ତର ଖଣ୍ତକୁ ଏଠାକୁ ଅଣାଗଲା କିପରି ? ଗ୍ରୀକ୍‍ ଇତିହାସକାରମାନେ ଭାବିିଲେ ଇଜିପ୍ଟର ଫରାଓମାନେ କ୍ରୀତଦାସମାନଙ୍କ ଦ୍ୱାରା ଏହାର ନିର୍ମାଣ

ସପ୍ତାଶ୍ଚର୍ଯ୍ୟ ୧୭