ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରାଇଥିବେ । ଭାବିବେନି କିପିରି ? ପୁରାତନ ଗ୍ରୀସ୍‌ରେ ସମ୍ରାଟମାନଙ୍କ ଆଭିଜାତ୍ୟର ନିଦର୍ଶନ ଥିଲେ ସେମାନଙ୍କର କ୍ରୀତଦାସ । କିନ୍ତୁ ଇଜିପ୍ଟର ଇତିହାସ କହେ ପିରାମିଡ୍‍ଗୁଡିକ କୁଶଳୀ ସ୍ଥପତି ଓ ଶ୍ରମିକମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏମାନଙ୍କୁ ମିଳୁଥିଲା ଦରମା । କିଛି ଲୋକ କୁଆଡେ ନିଜ ଟିକସ ପରିଶୋଧ କରିବାପାଇଁ ଏଥିରେ ଶ୍ରମଦାନ କରୁଥିଲେ । ଏହି ଶ୍ରମିକମାନଙ୍କର ନିଶ୍ଚିତ ଭାବରେ ଥିଲା ସମ୍ମାନ । ୧୯୮୦ରେ ଏହି ଶ୍ରମିକମାନଙ୍କ ମଧ୍ୟରୁ କେତେକଙ୍କର ସମାଧି ଆବିଷ୍କାର କରାଯାଇଥିଲା ପିରାମିଡ ମାନଙ୍କ ନିକଟରେ ।
ହେଲେ ବିରାଟ ପଥରଖଣ୍ତଗୁଡିକୁ ଉପରକୁ ଉଠାଯାଇଥିଲା କିପରି ? ଅନେକ କହନ୍ତି ଏଥିପାଇଁ ବିରାଟ ମଞ୍ଚାର ବ୍ୟବହାର କରାଯାଇଥିଲା । ଆଉ ଅନେକ ଗବେଷକଙ୍କ ମତରେ ପିରାମିଡ ଗୁଡିକୁ ପିଣ୍ତି ଭାବରେ ତିଆରି କରାଯାଉଥିଲା । ଗୋଟିଏ ପିିଣ୍ତି ତିଆରି ହୋଇ ସାରିଲେ ତାହାର ଆଖପାଖକୁ ବାଲିରେ ପୋତିଦିଆଯାଇଥିଲା, ଯାହାଦ୍ୱାରା ତା' ଉପରେ ତିଆରି ହେବାକୁ ଥିବା ପିଣ୍ତି ପାଇଁ ପଥରଖଣ୍ତକୁ ବାଲି ଉପରେ ଘୋଷାରି ଅଣା ଯାଇପାରିବ । ଇଏତ ଗଲା ପଥର ଉପରକୁ ଉଠାଇବା କଥା । ହେଲେ ଏ ବାଲୁକା ସମୁଦ୍ର ଭିତରକୁ ଏତେ ପରିମାଣର ବିରାଟ ଚୁନପଥରଖଣ୍ତ ଦୂର ଖାଦାନମାନଙ୍କରୁ କିପରି ଅଣାଯାଇଥିବ, ତାହା ବି ଚିନ୍ତା କରିବାର ବିଷୟ । ମୋ ମଧ୍ୟରେ ଥିବା ଫରାଓ ଖୁଫୁଙ୍କ ମମି ରହିିବା ଗର୍ଭଗୃହରେ ଯେଉଁ ଲାଲ ମର୍ମର ପ୍ରସ୍ତର ଖଣ୍ତ ଲାଗିଛି, ତାହା ଆସିିଲା ୯୩୫ କିଲୋମିଟର ଦୂର ଅଶ୍ୱାନ୍‍ରୁ ।

୧୮ ସପ୍ତାଶ୍ଚର୍ଯ୍ୟ