ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆର୍ଟେମିସ୍‍ ମନ୍ଦିର ଗ୍ରୀକ୍‍ମାନଙ୍କ ଦ୍ୱାରା ନିର୍ମିତ ସର୍ବ ପୁରାତନ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ଗ୍ରୀକ୍‍ ମାନେ ଖ୍ରୀଷ୍ଟପୂର୍ବ ଅଷ୍ଟମ ଓ ସପ୍ତମ ଶତାବ୍ଦୀରେ ମୋତେ ଇଟା ଓ କାଦୁଅରେ ନିର୍ମାଣ କରି ଥିଲେ । ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀର ଶେଷ ଦଶନ୍ଧି ବେଳେ ଇଫେସସ୍‍ କ୍ଷତିଗ୍ରସ୍ତ ହୋଇଥିଲା ଏକ ବିରାଟ ନଈବଢ଼ି ଦ୍ୱାରା । ଇଟା-ମାଟିରେ ନିର୍ମିତ ପ୍ରକୃତିର ଉପାସନାସ୍ଥଳୀ ପ୍ରକୃତିରେ ହଜିଯାଇଥିଲା ।
ଗ୍ରୀସ୍‍ ଓ ଇଫେସସ୍‍ ର ଅଧିବାସୀମାନେ କିନ୍ତୁ ମୋତେ ହଜିଯିବାକୁ ଦେଲେ ନାହିିଁ । ଖ୍ରୀଷ୍ଟପୂର୍ବ ୫୫୦ରେ ମୋତେ ନୂତନ ଭାବରେ ନିର୍ମାଣ କରିବାପାଇଁ ଯୋଜନା କଲେ ଲିଡିଆର ରାଜା କ୍ରୋଏସସ୍‍ । ଚିନ୍ତା କରାଗଲା ମୋତେ ସ୍ଥାପତ୍ୟ ଓ କଳାର ଚରମ ନିଦର୍ଶନ ଭାବେ ନିର୍ମାଣ କରାଯିବାକୁ । ରାଜା ଚାହୁଁଥିଲେ ପ୍ରକୃତିର ଉପାସନା ପୀଠ ପ୍ରକୃତିର ଧ୍ୱଂସକାରୀ ଶକ୍ତିମାନଙ୍କ ଠାରୁ ଶକ୍ତ ହେଉ । ତେଣୁ ନୂତନ ମନ୍ଦିର ନିର୍ମାଣ କରାଗଲା ମର୍ମର ପ୍ରସ୍ତର ଦ୍ୱାରା । ସେ ସମୟର ସର୍ବୋତ୍କୃଷ୍ଟ ଗ୍ରୀକ୍‍ ସ୍ଥପତି ଚେର୍ସିଫ୍ରନ୍‍ ମୋର ନିର୍ମାଣ ଯୋଜନା ପ୍ରସ୍ତୁତ କରିିଥିଲେ । ଫିଡିଆସ୍‍, ପଲିକ୍ଲିଟସ୍‍, କ୍ରେସିଲାସ ଓ ଫ୍ରାଡ୍‍ମନ୍‍ଙ୍କ ଭଳି ମହାନ ଗ୍ରୀକ୍‍ କଳାକାରମାନଙ୍କ ତମ୍ବା କଳାକୃତି ଦ୍ୱାରା ମୋତେ ସଜ୍ଜିତ କରାଯାଇଥିଲା । ଇଫେସସ୍‍ ଅଞ୍ଚଳରେ ଭୂମିକ- ଅନୁଭୂତ ହେଉଥିଲା । ତେଣୁ ମୋର ମୂଳଦୁଆ ପଡ଼ିିଲା ଏପରି ଏକ ସନ୍ତସନ୍ତିଆ ସ୍ଥାନରେ ଯେଉଁଠାରେ ଭୂମିକ-ର ପ୍ରଭାବ ସବୁଠାରୁ କମ୍‍ ଅନୁଭୂତ ହେବ ।

ସପ୍ତାଶ୍ଚର୍ଯ୍ୟ ୩୩