ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରନ୍ତି । ସେହିଭଳି ଜଣେ ବ୍ୟକ୍ତି ଥିଲେ ହେରୋଷ୍ଟ୍ରଟସ୍‍ । ତାଙ୍କର ମୋ ପ୍ରତି କୌଣସି ଘୃଣା ବା ଅସୂୟା ନଥିଲା । ହେଲେ ସେ ଚାହୁଁଥିଲେ ଅମର ହେବାକୁ । ସେ ଏପରି କିଛି କରିବାକୁ ଚାହୁଁଥିଲେ ଯାହାଦ୍ୱାରା ସମସ୍ତେ ତାଙ୍କୁ ଜାଣିବେ । ଖୁବ୍‍ ସହଜ ରାସ୍ତା ସେ ବାଛିଥିଲେ । ଖ୍ରୀଷ୍ଟପୂର୍ବ ୩୫୬ ଜୁଲାଇ ୨୧ ତାରିଖ ରାତିରେ ମୋତେ ନିଆଁ ଲଗାଇ ନଷ୍ଟ କରିଦେଇଥିଲେ ହେରୋଷ୍ଟ୍ରଟସ୍‍ । ତାଙ୍କର ସେ ଅପକର୍ମ ପାଇଁ ଇତିହାସ ତାଙ୍କୁ ନିଶ୍ଚିତ ଭାବରେ ଆଜିଯାଏ ମନେରଖିଛି । ଜଣେ ସାଧାରଣ ମାନବ ଧ୍ୱଂସ କରିପାରିଲା ପ୍ରକୃତିର ଦେବୀଙ୍କ ମନ୍ଦିର ! ଏହା ଦୋହଲାଇ ଦେଲା ଦେବୀ ଆର୍ଟେମିସ୍‍ଙ୍କ ପ୍ରତି ଥିବା ବିଶ୍ୱାସ ଓ ଭକ୍ତିକୁ । ମଣିଷ ମନ ସବୁବେଳେ ଚେଷ୍ଟା କରେ ବିଶ୍ୱାସର ଆଧାର ସ୍ତମ୍ଭଗୁଡ଼ିକୁ ବଞ୍ଚାଇ ରଖିବାକୁ ବିଭିନ୍ନ ଆଖ୍ୟାୟିକା ଦ୍ୱାରା । ସେହିଭଳି ଏକ ଆଖ୍ୟାୟିକା ବା ପୁରାଣ କଥା ଜନ୍ମ ନେଲା- ଯେଉଁଦିନ ହେରୋଷ୍ଟ୍ରଟସ୍‍ ମୋତେ ଦଗ୍‍ଧୀଭୂତ କରିିଥିଲେ । ଠିକ୍‍ ସେହିଦିନ ଜନ୍ମ ନେଇଥିଲେ ମହାନ୍‍ ଗ୍ରୀକ୍‍ ବୀର ଆଲେକ୍‍ଜାଣ୍ତାର । ରୋମ୍‍ର ଇତିହାସକାର ପ୍ଲୁଟାର୍ଟ ଦୁଇଟି ଯାକ ଘଟଣାକୁ ଖୁବ୍‍ ସୁନ୍ଦର ଭାବରେ ଯୋଡି ପାରିିଥିଲେ । ସେ ଲେଖିଥିଲେ, ଦେବୀ ଆର୍ଟେମିସ୍‍ ଆଲେକ୍‍ଜାଣ୍ତାରଙ୍କ ଜନ୍ମ କଥା ବୁଝିବାରେ ମଗ୍ନ ଥିବାରୁ ନିଜ ମନ୍ଦିର ରକ୍ଷାକରିବା ପାଇଁ କିଛି କରିପାରି ନଥିଲେ ।
ଇଫେସସ୍‍ବାସୀ କିନ୍ତୁ ପୁଣିଥରେ ଅଣ୍ଟା ଭିଡିଲେ ମୋର ପୁନଃନିର୍ମାଣ କରି ହୃତ ଗୌରବ ଫେରାଇ ଆଣିବାକୁ । ପରବର୍ତ୍ତୀ ସମୟରେ ବିଶ୍ୱବିଜୟୀ ଆଲେକ୍‌ଜାଣ୍ତାର ମଧ୍ୟ ମୋର ପୁନଃନିର୍ମାଣ

୩୬ ସପ୍ତାଶ୍ଚର୍ଯ୍ୟ