ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋତେ ନିର୍ମାଣ କରିବାର କିଛିବର୍ଷ ଆଗରୁ ଫେଲଡିଆସ୍ 'କ୍ରିସେଲେଫ୍ୟାଣ୍ଟାଇନ୍' ନାମକ ମୂର୍ତ୍ତି ନିର୍ମାଣ କଳାରେ ପାରଦର୍ଶିତା ଲାଭ କରିଥିଲେ । ଏହି ମୂର୍ତ୍ତୀ ନିର୍ମାଣ କଳା ଦ୍ୱାରା ପଥର ବ୍ୟବ‌ହାର ନ‌କରି ବିରାଟ ମୂର୍ତ୍ତୀ ନିର୍ମାଣ କରାଯାଇପାରୁଥିଲା । ମୋର ନିର୍ମାଣ ଥିଲା ଫେଲିଡିଆସଙ୍କ ପାଇଁ ଏକପ୍ରକାରର ଉପାସନା । ସାରା ଗ୍ରୀକ୍ ସାମ୍ରାଜ୍ୟର ନ‌ଜର ଥିଲା ତାଙ୍କର ଏହି ଧାର୍ମିକ କାର୍ଯ ଉପରେ । ତେଣୁ ସେ ନିଜକୁ ସମ୍ପୂର୍ଣ୍ଣଭାବେ ନିମଜ୍ଜିତ କରିଦେଇଥିଲେ ମୋ ନିର୍ମାଣରେ । ଏଥେନ୍ସ ଛାଡି ଚାଲିଆସିଥିଲେ ଅଲମ୍ପିଆ । ତାଙ୍କର କର୍ମଶାଳା ବି ଉଠିଆସିଥିଲା ଅଲମ୍ପିଆରେ ନୂତନ ଭାବେ ନିର୍ମିତ ହେଉଥିବା ଜିଅସଙ୍କ ମନ୍ଦିର ନିକଟକୁ । ୧୯୫୪ରେ ପ୍ରତ୍ନତତ୍ତ୍ୱବିତମାନେ ଆବିଷ୍କାର କରିଥିଲେ ଫେଲଡିଆସଙ୍କର ଏହି କର୍ମଶାଳାର ଅବଶେଷକୁ । ଏହିଠାରେ ହିଁ ମୋତେ ଅଲଗା ଅଲଗା ଖଣ୍ଡରେ ନିର୍ମାଣ କରାଯାଇଥିଲା । ପରେ ସେଗୁଡିକୁ ଯୋଡାଯାଇଥିଲା ମନ୍ଦିର ଭିତରେ । ମଜାକଥା ହେଲା ଫେଲିଡିଆସଙ୍କ ଏହି କର୍ମଶାଳା ମଧ୍ୟ ଥିଲା ବିରାଟ । ଏହାର ଆକାର ଆୟତନ ଥିଲା ନିର୍ମାଣ ହେଉଥିବା ଜିଅସଙ୍କ ମନ୍ଦିର ସ‌ହ ସମାନ ।

ସପ୍ତାଶ୍ଚର୍ଯ୍ୟ . ୪୫