ଏହି ପୃଷ୍ଠାଟି ବୈଧ ହୋଇସାରିଛି




ମୋର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇିଥିଲା ଖ୍ରୀଷ୍ଟପୁର୍ବ ୪୪୦ରେ । ମୋତେ ନିର୍ମାଣ କରିବାପାଇଁ ଫେଲଡିଆସ୍‌ଙ୍କୁ ଲାଗିଥିଲା ପ୍ରାୟ ୧୨ ବର୍ଷ । ସ୍ଥପତି ଲିବନ୍‌ଙ୍କ ଦ୍ବାରା ନିର୍ମିତ ନୂତନ ମନ୍ଦିରର ନିର୍ମାଣ ସରିଯାଇଥିଲା ଖ୍ରୀଷ୍ଟପୂର୍ବ ୪୫୦ରେ । କହାଯାଏ ଫେଲଡ଼ିଆସ୍ ନିଜ ମୂର୍ତ୍ତି ନିର୍ମାଣରେ ଏତେ ମସଗୁଲ୍ ଥିଲେ ଯେ ତାଙ୍କର ଲିବନ୍‌ଙ୍କ ସହ ତାଳମେଳ ରହୁନଥିଲା । ମୋର ନିର୍ମାଣ ସରିଲାପରେ ଲାଗିଲା ଯେପରି ମୋ ତୁଳନାରେ ଲିବନ୍‌ଙ୍କଦ୍ୱାରା ନିର୍ମିତ ମନ୍ଦିର ଛୋଟ ହୋଇଯାଇଛି। ଗ୍ରୀକ୍ ଇତିହାସର ଷ୍କ୍ରାବୋ ଏଥିପାଇଁ ଫେଲଡିଆସ୍‌ଙ୍କୁଦୋଷ ଦେଇଥିଲେ । ଷ୍କ୍ରାବୋ ଲେଖିଥିଲେ, "ମନ୍ଦିରଟି ଖୁବ୍ ବିରାଟ ହୋଇଥିଲେ ମଧ୍ୟ ମୂର୍ତ୍ତିକାର ସମାଲୋଚନାର ଯୋଗ୍ୟ- କାରଣ ସେ ଠିକ୍ ଅନୁପାତରେ ମୂର୍ତ୍ତି ଗଢ଼ିନାହାନ୍ତି । ସେ ଜିଅସ୍‌ଙ୍କ ବସିବା ଅବସ୍ଥାର ମୂର୍ତ୍ତି ଗଠନ କରିଛନ୍ତି । କିନ୍ତୁ ମୂର୍ତ୍ତିର ମୁଣ୍ଡ ମନ୍ଦିରର ଛାତକୁ ଲାଗୁଛି । ଦେଖିବା ଲୋକଙ୍କୁ ଲାଗୁଛି, ଜିଅସ୍ ଠିଆ ହେବାପାଇଁ ଉଠିପଡ଼ିଲେ ମନ୍ଦିରର ଛାତ ଉଠଯିବ” । ମୋ ବିଷୟରେ ଷ୍କ୍ରାବୋ ଯାହା ଲେଖିଥିଲେ ତାହା ଥିଲା ସମ୍ପୂର୍ଣ ସତ୍ୟ । କିନ୍ତୁ ଏଥିପାଇଁ ଫେଲଡ଼ିଆସ୍‌ଙ୍କୁ ସମାଲୋଚନା ନୁହେଁ, ପ୍ରଶଂସା କରିବା ଉଚିତ ହୋଇଥାଆନ୍ତା ।

୪୨ ସପ୍ତାଶ୍ଚର୍ଯ୍ୟ