ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧ୍ୱଂସ କରିଦିଅ, ଏହା ଥିଲା କାଳିଗୁଳାଙ୍କ ସ୍ବଭାବ । ପ୍ରଥମ ଶତାବ୍ଦୀରେ କାଳିଗୁଳା ଆଦେଶ ଦେଇଥିଲେ ମୋତେ ଭାଙ୍ଗି ଅଲମ୍ପିଆରୁ ରୋମକୁ ନେଇ ଆସିବାକୁ । ସେ ଯୋଜନା କରିଥିଲେ ଜିଅସ୍‌ଙ୍କ ମୁଣ୍ଡ ସ୍ଥାନରେ ନଜ ମୁଣ୍ଡର ପ୍ରତିକୃତି ଯୋଡ଼ି ମୋତେ ନୂତନ ଭାବରେ ପ୍ରତିଷ୍ଠିତ କରିବେ ନିଜ ପ୍ରଜାମାନଙ୍କ ପାଇଁ । ପ୍ରତିପାଦିତ କରିବେ, ସେ ଦେବରାଜ ଜିଅସ୍‌ଙ୍କଠାରୁ ମଧ୍ୟ ମହାନ । ଏହି ଅହଂକାରୀ ସମ୍ରାଟଙ୍କର କିନ୍ତୁ ସାହସ ଓ କର୍ତ୍ତତ୍ୱ ନଥିଲା ମୋ ଭଳି ନିଜର ଏକ ବିରାଟ ପ୍ରତିକୃତି ନିର୍ମାଣ କରିବାପାଇଁ ।

୫୦ ସପ୍ତାଶ୍ଚର୍ଯ୍ୟ