ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଜି ମୁଁ ନାହିଁ । କିନ୍ତୁ ମୋ ଭଳି କବର ଉପରେ ଗଢ଼ି ଉଠିଥିବା ପ୍ରେମର ସୌଧ ଆଜି ବି ଅଛି । ମୋଗଲ ସମ୍ରାଟ ଶାହଜହାନ ମୋ ବିଷୟରେ ଜାଣିଥିଲେ କି ନାହିଁ ତାହା ମୁଁ ଜାଣିନି, ହେଲେ ମୁଁ ନଷ୍ଟ ହେବାର ପ୍ରାୟ ଏକ ହଜାର ବର୍ଷ ପରେ ସେ ନିର୍ମାଣ କରିଥିଲେ ତାଜମହଲ, ନିଜ ପ୍ରେୟସୀ ମୁମତାଜ୍ ମହଲଙ୍କ ସ୍ମୃତିରେ । କିନ୍ତୁ ମୁଁ ଥିଲି ଜଣେ ରାଣୀଙ୍କର ନିଜ ପତିଙ୍କ ପାଇଁ ଥିବା ପ୍ରେମର ନିଦର୍ଶନ । ମୁଁ ହୁଏତ ଆଜି ନାହିଁ, ହେଲେ ମୋ ପାଇଁ ମହାରାଜା ମସୋଲସ୍‌ଙ୍କ ସ୍ମୃତି ଆଜି ବି ଜୀବିତ । ଇଂରାଜୀ ଓ ଅନେକ ପାଶ୍ଚାତ୍ୟ ଭାଷାରେ ସମାଧି ସୌଧମାନଙ୍କୁ କହାଯାଏ 'ମସୋଲିଅମ୍ (Mousoleum) । ରାଜା ମସୋଲସ୍‌ଙ୍କ ନାଁରୁ ଜନ୍ମ ନେଇଛି ଏହି ଶବ୍ଦ । କାରଣ ମୁଁ ଥିଲି ପୃଥିବୀର ସର୍ବଶ୍ରେଷ୍ଠ ସମାଧିସୌଧ । ଗ୍ରୀକ୍ ବିଦ୍ୱାନମାନେ ବାଧ୍ୟ ହୋଇଥିଲେ ମୋତେ ସପ୍ତାଶ୍ଚର୍ଯ୍ୟ ତାଲିକାରେ ଗ୍ରହଣ କରିବାକୁ

୫୪ ସପ୍ତାଶ୍ଚର୍ଯ୍ୟ