ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହିଂସ୍ର ଯୁଦ୍ଧ, ଧର୍ମଯୁଦ୍ଧ, କ୍ରୂସେଡସ୍ । ନିଜ ଧର୍ମକୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରିବାପାଇଁ ୟୁରୋପର ଖ୍ରୀଷ୍ଟାବଲମ୍ବୀ ଯୋଦ୍ଧା ଓ ନୂତନ ବିଶ୍ୱାସର ପରିଚୟ ବହନ କରୁଥିବା ଇସ୍ଲାମ୍ ଧର୍ମର ଦୁର୍ଦ୍ଧର୍ଷ ଧର୍ମରକ୍ଷକମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ସୁଦୀର୍ଘ ସମର ।

ଏହି ଯୋଦ୍ଧାମାନଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା ପାଇପାରି ନଥିଲା ମୋର ଭୂଲୁଣ୍ଠିତ ସତ୍ତା । ମୋର ଧ୍ୱସ୍ତଶରୀରକୁ ଏହି ଧର୍ମଯୋଦ୍ଧାମାନଙ୍କ ଦ୍ୱାରା ଲୁଣ୍ଠନ କରାଯାଇଥିଲା । ପଞ୍ଚଦଶ ଶତାବ୍ଦୀରେ ଇସ୍ଲାମ୍ ଧର୍ମ ବିରୁଦ୍ଧରେ ଯୁଦ୍ଧ କରୁଥିବା ମାଲ୍‌ଟାର ସେଣ୍ଟ ଜଜ୍‌ଙ୍କ ନାଇଟ୍‌ମାନେ ପାରସ୍ୟର ବିଭିନ୍ନ ଅଞ୍ଚଳ ଆକ୍ରମଣ କଲେ । ସେମାନେ ବୋଡ଼୍ରମରେ ପ୍ରତିଷ୍ଠା କଲେ ନିଜ ସୈନ୍ୟ ଶିବିର । ସେମାନଙ୍କ ନଜର ପଡ଼ିଲା ମୋ ଧ୍ୱଂସ ସ୍ତୁପ ଉପରେ । ନାଇଟ୍‌ମାନେ ବୀରତ୍ୱର ସହ ମୋତେ ଖିନ୍‌ଭିନ୍ କରି ଲୁଣ୍ଠନ କରିବାକୁ ପହଞ୍ଚିଗଲେ । ଏମାନଙ୍କ ମଧ୍ୟରୁ ଜଣେ ନାଇଟ୍, ଲା ଟରେଟ୍ ନିଜ ଦିନଲିପିରେ

୬୨ ସପ୍ତାଶ୍ଚର୍ଯ୍ୟ