ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସୁଦୃଢ଼ କରିବାକୁ । ମୋର ବାକି ରହିଥିବା ଅଂଶକୁ ଭାଙ୍ଗିନେଇ ବ୍ୟବହାର କରାଗଲା ଦୂର୍ଗର ପ୍ରାଚୀରକୁ ଶକ୍ତ କରିବାପାଇଁ । ଯେଉଁ ଜୀବନ୍ତ ମୂର୍ତ୍ତିଗୁଡ଼ିକୁ ନେଇ ମୁଁ ମୋର ପରିଚୟ ତିଆରି କରିଥିଲି, ସେଗୁଡ଼ିକୁ ଏହି ଅଜ୍ଞ ଧର୍ମାନ୍ଧମାନେ ଗୁଣ୍ଡ କରି ଦୂର୍ଗର ପଲସ୍ତରା ପାଇଁ ବ୍ୟବହାର କଲେ । ଅଳ୍ପକିଛି ମୂର୍ତ୍ତି ବଞ୍ଚି ରହିଯାଇଥିଲେ ବୋଡ଼୍ରମ ଦୂର୍ଗରେ । ସେଠାରେ ପ୍ରାୟ ତିନି ଶତାବ୍ଦୀ କଟାଇଲା ପରେ ସେହି ମୂର୍ତ୍ତିଗୁଡ଼ିକ ବର୍ତ୍ତମାନ ଲଣ୍ଡନର ବ୍ରିଟିଶ୍ ମ୍ୟୁଜିୟମରେ । ୧୫୨୨ ସୁଦ୍ଧା ଏମାନେ ମୋର ସବୁ ପ୍ରସ୍ତରଖଣ୍ଡକୁ ଅପସାରଣ କରିସାରିଥିଲେ ।
୧୮୫୨ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ୍ ମ୍ୟୁଜିୟମ ଜଣେ ସୁନାମଧନ୍ୟ ପୁରାତତ୍ତ୍ୱବିତ୍ ଚାର୍ଲସ୍ ଥୋମାସ୍ ନ୍ୟୁଟନ୍‌ଙ୍କୁ ପଠାଇଲା ମୋର ଲୁପ୍ତ ହୋଇସାରିଥିବା ସତ୍ତାର ଅବଶେଷ ଖୋଜିବା ପାଇଁ । ସେ ଥିଲେ ଜଣେ କଳାପ୍ରେମୀ । ସେ ଖୋଜି ବାହାର କରିଥିଲେ ମୋର ଅବସ୍ଥିତି । ଧ୍ୱଂସକାରୀମାନେ ମୂଳଦୁଆ ଛଡ଼ା ବାକିସବୁ ଲୁଣ୍ଠନ କରିସାରିଥିଲେ । ହେଲେ ନ୍ୟୁଟନ୍‌ଙ୍କ ଶ୍ରମ ସାକାର ହୋଇଥିଲା । ଆଶ୍ଚର୍ଯ୍ୟ, ଏତେ ଶତାବ୍ଦୀ ପରେ ବି ସେଠାରେ ପଡ଼ି ରହିଥିଲା ଆର୍ଟେମିସିଆ ଓ ମସୋଲସ୍‌ଙ୍କ ମୂର୍ତ୍ତିଗୁଡ଼ିକର ଅବଶେଷ । ସେହିସବୁ ମୂର୍ତ୍ତି ଦିନେ ଶୋଭାପାଉଥିଲା ମୋର ଚୂଡ଼ାରେ । ଲୁଣ୍ଠନକାରୀମାନଙ୍କ ଲୋଲୁପ ଦୃଷ୍ଟିରୁ ସେଗୁଡ଼ିକ କିପରି ଓ କାହିଁକି ବର୍ତ୍ତିଲେ, ସେକଥା ମୁଁ ବି ଜାଣେନି । ହୁଏତ ସମୟ ସେହି ମୂର୍ତ୍ତିଦ୍ୱୟକୁ ଖଣ୍ଡିତ ଅବସ୍ଥାରେ ହେଲେ ବି ବଞ୍ଚାଇ ରଖି ମାନବ ସମାଜକୁ ଦେବାକୁ ଚାହୁଁଥିଲା ପ୍ରେମର ଚିରନ୍ତନତାର ଆଭାସ । ସେହି ମହାନ ପ୍ରେମୀଯୁଗଳଙ୍କ ମୂର୍ତ୍ତି ଆଜି ବ୍ରିଟିଶ ମ୍ୟୁଜିୟମରେ ସୁରକ୍ଷିତ ।

ମୋର ବି ଅନ୍ତ ହୋଇନି । ମୋର ସତ୍ତା ଆଜି ବି ବଞ୍ଚି ରହିଛି । ମୁଁ ହୋଇଛି ଏକରୁ ଅନେକ । ମୋତେ ଅନୁକରଣ କରି ବିଶ୍ୱର ଅନେକ ପ୍ରସିଦ୍ଧ ଅଟ୍ଟାଳିକା ନିର୍ମାଣ କରାଯାଇଛି । ସେଗୁଡ଼ିକ ମଧ୍ୟରେ ଲସ୍ ଏଞ୍ଜେଲସ୍ ସିଟି ହଲ୍, ଇଣ୍ଡିୟାନା ୱାର୍ ମେମୋରିଆଲ, ସେଣ୍ଟ ଲୁଇର ସିଭିଲ୍ କୋର୍ଟ କୋଠା, ପିଟ୍ଟସ୍‌ବର୍ଗର ସୈନିକ ସ୍ମୃତି ସୌଧ ଇତ୍ୟାଦି ଅନ୍ୟତମ । ମୁଁ କିନ୍ତୁ ଆଜିଯାଏ ଗୋଟିଏ ପ୍ରଶ୍ନର ତର୍ଜମା କରି ଚାଲିଛି, “ଶାନ୍ତିର ବାର୍ତ୍ତାବହ ଧର୍ମମାନଙ୍କର ପ୍ରଚାରକଗଣ କାହିଁକି ନିଜର ସୌନ୍ଦର୍ଯ୍ୟବୋଧ ହରାଇ ବସନ୍ତି ? କାହିଁକି ସେମାନଙ୍କ ମନ ଭିତରେ ଜନ୍ମ ନିଏ ଅନ୍ଧ ହିଂସ୍ରତା ?”

୬୪ ସପ୍ତାଶ୍ଚର୍ଯ୍ୟ