ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରୟାସ ଓ ଲକ୍ଷ୍ୟ ଏମାନେ ଅଭିନ୍ନ । ଏକ ବିନା ଆରେକର ସ୍ଥିତି ଅସମ୍ଭବ । ଲକ୍ଷ୍ୟ ପ୍ରାପ୍ତିର ଉନ୍ମାଦ ପ୍ରୟାସର ମହତ୍ତ୍ୱକୁ ଭୂଲିଯିବା ସ୍ୱାଭାବିକ । ସମୟର ଅନ୍ତହୀନ ପଥରେ ମାଇଲଖୁଣ୍ଟ ହେବା ଲକ୍ଷ୍ୟରେ ନିର୍ମାଣ କରାଯାଏ ସୌଧମାନଙ୍କୁ । ନିଜ ଜୀବନକାଳକୁ ଅତିକ୍ରମ କରିପାରୁଥିବା ଏହି ସୌଧମାନଙ୍କୁ ଦେଖି ମଣିଷ ଆଶ୍ଚର୍ଯ୍ୟାନ୍ୱିତ ହୁଏ । କିନ୍ତୁ ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା ଏପରି ଏକ ସୌଧ ଯାହାର ଜୀବନ କାଳ ଥିଲା ମାତ୍ର ୫୬ ବର୍ଷ । ମୁଁ ହେଉଛି ସେହି ସୌଧ । ପ୍ରାୟ ୮୦୦ ବର୍ଷ ଧରି ମୋର ଧ୍ୱଂସାବଶେଷ ହିଁ ଟାଣି ଆଣୁଥିଲା ପର୍ଯ୍ୟଟକମାନଙ୍କୁ ମୋ ପାଖକୁ । ପ୍ରୟାସର ସ୍ମୃତି ମୋତେ କରିଥିଲା ମହାନ । ପ୍ରୟାସର ମହତ୍ତ୍ୱ ଲକ୍ଷ୍ୟଠାରୁ ଅନନ୍ୟ । ଏହାର ବାର୍ତ୍ତାବହ ମୁଁ - ରୋହ୍‌ଡସ୍‌ର କଲୋସସ୍ ।


ରୋହ୍‌ଡସ୍‌ର କଲୋସସ୍