ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଲେକ୍‍ଜାଣ୍ତ୍ରିଆରେ ଲଙ୍ଗର ପକାଇବାକୁ ଆକୃଷ୍ଟ ହେବ । ତାଙ୍କର ମାନସ ସନ୍ତାନ ଭାବେ ମୋର ଜନ୍ମ ହେଲା । କିନ୍ତୁ ଟୋଲେମି ସୋତର ମୋର ପୂର୍ଣ୍ଣାଙ୍ଗ ଅବୟବ ଦେଖିପାରିଲେନି । ମୋର ନିର୍ମାଣ ସରିବା ଆଗରୁ ସେ ଦେହତ୍ୟାଗ କଲେ । କିନ୍ତୁ ତାଙ୍କ ପୁତ୍ର ଟୋଲେମି ଫିଲାଡେଲ୍‍ଫସ୍‍ ନିଜ ପିତାଙ୍କ ସ୍ୱପ୍ନକୁ ପୂରଣ କଲେ । ମୋର ନିର୍ମାଣ ଖୁବ୍‍ ସୁରୁଖୁରରେ ଚାଲିଲା ଓ ମୁଁ ମୋର ଅନନ୍ୟ ରୂପରେ ପରିପ୍ରକାଶ ହେଲି । ମୋତେ ଉତ୍ସର୍ଗ କରାଯାଇଥିଲା ସମ୍ରାଟ ଟୋଲେମି ସୋତର୍‍ ଓ ତାଙ୍କ ପତ୍ନୀ ବେରୋନିସଙ୍କ ସ୍ମୃତି ଉଦ୍ଦେଶ୍ୟରେ ।
ମୋର ସ୍ଥପତି ଥିଲେ ମହାନ ଗଣିତଜ୍ଞ ଓ ଶିଳ୍ପକାର ସୋଷ୍ଟ୍ରୋଟସ୍‍ । ସେ ଥିଲେ ଜ୍ୟାମିତିର ଜନକ, ୟୁକ୍ଲିଡ୍‍ଙ୍କ ସମସାମୟିକ । ମୋତେ ତରବରରେ ନିର୍ମାଣ କରାଯାଇ ନଥିଲା । ମୋର ସ୍ଥପତି ଓ ତାଙ୍କର ଅନୁଚରମାନେ ମାସ ମାସ କାଳ ଆଲେକ୍‍ଜାଣ୍ତ୍ରିଆର ଗ୍ରନ୍ଥାଗାରରେ ଗାଣିତିକ ଉପାୟରେ ମୋର ନିର୍ମାଣର ଟିକିନିଖି ଯୋଜନା ପ୍ରସ୍ତୁତ କରିିଥିଲେ । ସେମାନେ ଚାହୁଁନଥିଲେ ତାଙ୍କ ଦ୍ୱାରା ନିର୍ମିତ ସୌଧର ନିର୍ମାଣରେ କୌଣସି ତ୍ରୁଟି ରହୁ, କାରଣ ଏହା ହେବାକୁ ଯାଉଥିଲା ବିଶ୍ୱର ସର୍ବୋଚ୍ଚ ଅଟ୍ଟାଳିକା । ସ୍ଥାପତ୍ୟରେ ଗଣିତ ଓ ଜ୍ୟାମିତିର ଉପଯୋଗିତାକୁ ମୋର ସ୍ଥାୟିତ୍ୱରୁ ବୁଝାଯାଇପାରେ । ସ୍ଥାପତ୍ୟରେ ଓଜନର ଠିକ୍‍ ଭାରସାମ୍ୟ ନଥିବାରୁ ରୋହ୍‍ଡସ୍‍ର କଲୋସସ୍‍ ମୂର୍ତ୍ତିି ମାତ୍ର ୬ଦଶନ୍ଧିରେ ଧ୍ୱସ୍ତ ହୋଇଥିଲା । କିନ୍ତୁ ଇତିହାସ କହେ, ମୁଁ ରକ୍ଷାପାଇଥିଲି ୨୨ଟି ଭୂମିକମ୍ପରୁ । ୧୪୦୦ ଖ୍ରୀଷ୍ଟାବ୍ଦରେ ଦୁଇଟି ଭୂମିକମ୍ପ ମୋର ଖୁବ୍‍ କ୍ଷତି କରିଥିଲେ । କିନ୍ତୁ ମୋର ସୁଉଚ୍ଚ ଅବୟବ ଭୂଲୁଣ୍ଠିତ ହୋଇ ନଥିଲା । ଟୋଲେମି ଚାହୁଁନଥିଲେ ତାଙ୍କ ଛଡ଼ା ଆଉ କେହି ମୋ ନିର୍ମାଣର ବାହାଦୂରୀ ନେଉ । ତେଣୁ ସେ ସ୍ଥପତିମାନଙ୍କୁ ଆଦେଶ ଦେଇଥିଲେ ତାଙ୍କ ଛଡ଼ା

୮୦ ସପ୍ତାଶ୍ଚର୍ଯ୍ୟ