ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆରବ ପର୍ଯ୍ୟଟକ, ଆବୁ ହାଗଗ୍‍ ଅଲ୍‍ ଅନ୍ଦାଲାଉସି ୧୧୬୬ ଖ୍ରୀଷ୍ଟାବ୍ଦରେ ମୋର ପରିଦର୍ଶନ କରିିଥିଲେ । ସେ ମୋର ଟିକିନିଖି ମାପକୁ ପରବର୍ତ୍ତୀ ପିଢ଼ିପାଇଁ ଲିପିବଦ୍ଧ କରିିଥିଲେ । ନିର୍ମାଣର ୧୩୦୦ ବର୍ଷ ପରେ ବି ମୋର ବିଶେଷ କିଛି ପରିବର୍ତ୍ତନ ହୋଇ ନଥିଲା ଏବଂ ଭୂମଧ୍ୟସାଗର ପାର ହେଉଥିବା ଜାହାଜମାନଙ୍କୁ ମୁଁ ସେତେବେଳେ ଯାଏ ପଥ ପଦର୍ଶନ କରି ଚାଲିଥିଲି । ପୁରାତନ ରୋମ୍‍ର କିଛି ମୁଦ୍ରାରେ ବି ମୋର ଚିତ୍ର ଦେଖିବାକୁ ମିଳେ । ଏଥିରୁ ଅନୁମେୟ ମୋର ମହତ୍ତ୍ୱ କଣ ଥିଲା ।

ମୋର ଜୀବନକାଳ ସୁଦୀର୍ଘ ହୋଇଥିଲେ ମଧ୍ୟ ମୁଁ ଜାଣିିଥିଲି ମୋର ବି ଦିନେ ଅନ୍ତ ଘଟିବ । ଇଜିପ୍ଟରେ ଦୁଇଟି ସପ୍ତାଶ୍ଚର୍ଯ୍ୟ ଜନ୍ମ ନେଇଥିଲେ । ଗୋଟିଏ ହେଲି ମୁଁ ଏବଂ ଆରଟି ଗିଜାର ବିଶାଳ ପିରାମିଡ଼ । ଇଜିପ୍ଟର ପାରମ୍ପରିକ ସଂସ୍କୃତିର ଚରମ ଉତ୍କର୍ଷର ପ୍ରତୀକ ଥିଲେ ପିରାମିଡ୍‍ । ଇଜିପ୍ଟର ପାରମ୍ପରିକ ସଂସ୍କୃତିର ପତନ ଓ ଏଠାରେ ଗ୍ରୀକ୍‍ ସାମ୍ରାଜ୍ୟର ଉତ୍‍‌ଥାନର ପ୍ରତୀକ ଥିଲି ମୁଁ । ମୋ ଆଖି ଆଗରେ ଅନେକ ସାମ୍ରାଜ୍ୟ ଆସିଲେ ଓ ଗଲେ । ହେଲେ ମୁଁ ମୋର ପ୍ରତିଷ୍ଠା ହରାଇନଥିଲି । ସମସ୍ତେ ମୋର ଉପଯୋଗିତା ଅନୁଭବ କରୁଥିଲେ । ତେଣୁ ଶତ୍ରୁମାନେ ବି ମୋର କୌଣସି କ୍ଷତି କରୁନଥିଲେ ।

ସପ୍ତାଶ୍ଚର୍ଯ୍ୟ ୮୫