ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋ ଜୀବନର ଶେଷ ପରିଚ୍ଛଦ ଆସିଲା ୧୪୮୦ ଖ୍ରୀଷ୍ଟାବ୍ଦରେ । ଇଜିପ୍ଟର ତତ୍‍କାଳୀନ ସୁଲତାନ୍‍, ମାମେଲୁକ କୁତ୍‌ବେ ଆଲେକଜଣ୍ତ୍ରିଆ ସହରକୁ ସୁଦୃଢ କରିବ।ପାଇଁ ପୋତାଶ୍ରୟ ପାଖରେ ଏକ ବିରାଟ ଦୁର୍ଗ ନିର୍ମାଣ କରିବାର ଯୋଜନା କଲେ । ଏହି ଦୁର୍ଗ ନିର୍ମାଣ କରାଗଲା ଠିକ୍‍ ସେହି ସ୍ଥାନରେ- ଯେଉଁଠାରେ ମୋତେ ନିର୍ମାଣ କରାଯାଇଥିଲା । ମୋର ପ୍ରସ୍ତରଖଣ୍ତକୁ ବ୍ୟବହାର କରାଗଲା ଦୁର୍ଗ ନିର୍ମାଣ ପାଇଁ । ନୂତନ ଦୁର୍ଗର ଆବିର୍ଭାବ ସହ ମୁଁ ସଂସାରର ମାନଚିତ୍ରରୁ ଉଭେଇ ଗଲି ।

ମୁଁ ସିନା ନଥିଲି । ହେଲେ ମୋ ଭଳି ଅନେକ ବତିଘର ଭୂମଧ୍ୟସାଗର ଉପକୂଳରେ ଜନ୍ମନେଲେ, ସମୁଦ୍ରଯାତ୍ରାକୁ ସୁରକ୍ଷିତ କରିବାପାଇଁ । ଏମାନଙ୍କୁ ମୋ ସ୍ମୃତିରେ 'ଫାରୋସ' କୁହାଗଲା । ସାରା ବିଶ୍ୱର ସ୍ମୃତିରେ ମୁଁ ବଞ୍ଚିରହିଲି ଏକ ସପ୍ତାଶ୍ଚର୍ଯ୍ୟ ଭାବେ । ଆଜି ହୁଏତ ବତିଘର ଉପରେ ରାତିରେ ଆଲୁଅ ଜଳିବା ଏକ ସହଜ କାମ ହୋଇପାରେ । ହେଲେ ୧୧୭ ମିଟର ଉଚ୍ଚତାକୁ ଇନ୍ଧନ ନେଇ ଯେଉଁ ଅନାମଧେୟ ମଣିଷମାନେ ୧୬୦୦ବର୍ଷ ଧରି ରାତିରେ ମୋତେ ଭୂମଧ୍ୟସାଗରର ଆଲୋକବର୍ତ୍ତିିକା ରୂପେ ଗଢ଼ି ତୋଳିଥିଲେ, ସେମାନଙ୍କ ସ୍ମୃତି ଆଜି କେଉଁଠି ? ଏହି ହଜାର ହଜାର ନାମହୀନଙ୍କ ପ୍ରଚେଷ୍ଟା ନଥିଲେ ମୋର ପରିଚୟ ବଞ୍ଚିନଥାନ୍ତା । କିନ୍ତୁ ସେମାନଙ୍କୁ ମୋ ଛଡ଼ା ଆଉ କିଏ ବା ମନେ ରଖିଛି !

୮୮ ସପ୍ତାଶ୍ଚର୍ଯ୍ୟ