ପୃଷ୍ଠା:Semananka piladina.pdf/୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭ୍ରମଣରେ ଆସିିଥିବା ବେଳେ ଏହିପରି କେତେକ ଚଟିଘରେ ରହି ସେ ସଂପର୍କରେ ଏହି ଧାରଣା ପୋଷଣ କରିିଥିଲେ ।

ତୁମର ଭବିଷ୍ୟତ ଉଜ୍ଜ୍ୱଳ

ଏବେ ମୁଁ ଆମ ସ୍କୁଲ୍‍ ସଂପର୍କରେ କିଛି କହିରଖେ । ଯେତେବେଳେ ମୁଁ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ୍‍ରେ ନାମ ଲେଖାଇଲି ସେତେବେଳେ ଶ୍ରୀ ମୋହିନୀମୋହନ ଚୌଧୁରୀ, ଏମ୍‍.ଏ. ହେଡ୍‍ମାଷ୍ଟର ଏବଂ ଶ୍ରୀ ବିଶ୍ୱନାଥ ଶତପଥୀ ସଂସ୍କୃତ ଶିକ୍ଷକ ଥିଲେ । ସେ ପୁରୁଣାକାଳିଆ ସଂସ୍କୃତ ପଣ୍ଡିତ ଥିଲେ । ମୋର ମନେଅଛି, ନାମଲେଖା ପରେ ମୁଁ ଯେତେବେଳେ ତାଙ୍କ କ୍ଲାସ୍‍କୁ ଗଲି, କ୍ଲାସ୍‍ର ଅନ୍ୟ ପିଲାମାନଙ୍କଠାରୁ ମୋର ବୟସ ଅଧିକ ଥିଲା । ଡେଙ୍ଗା ହୋଇ ତନ୍ତବୁଣା ଖଦି ଖଣ୍ଡେ ପିନ୍ଧି ଓ ବେକରେ ଚାଦର ପକାଇ କୌଣସି ଜୋତା ବା ସାର୍ଟ ନପିନ୍ଧି ମୁଁ ଯେତେବେଳେ ତାଙ୍କ କ୍ଲାସ୍‍କୁ ପଶିଗଲି, ମୁଁ ଯେପରି ସେଠାରେ ଗୋଟିଏ ବ୍ୟତିକ୍ରମ, ସେହି ଦୃଷ୍ଟିରୁ ସବୁପିଲା ମୋତେ ଚାହିଁ ରହିଲେ । ପଣ୍ଡିତ୍‍ଜୀ ସେତେବେଳେ ଶତକ ବୋଲୁଥିଲେ । ତାହା ଛାଡ଼ି ସେ ମଧ୍ୟ ମୋ ଆଡ଼କୁ ଅନାଇଲେ । ତା'ପରେ ମୋ' ନାମ ପଚାରି କହିଲେ, "ଆସ, ବସ ! ମୋତେ ଜଣାଯାଉଛି, ତୁମର ଭବିଷ୍ୟତ ଖୁବ୍‍ ଉଜ୍ଜ୍ୱଳ ହେବ ।""

ବିଶିଷ୍ଟ ଶିକ୍ଷାବିତ୍‍ ଓ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ଆତ୍ମଜୀବନୀ

'ମୋ ଛାତ୍ର ଜୀବନର ଅନୁଭୂତି'ରୁ ଉଦ୍ଧୃତ ।

ସେମାନଙ୍କ ପିଲାଦିନ ୧୫