ପୃଷ୍ଠା:Semananka piladina.pdf/୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାମୁଙ୍କ ଘରର ଡାହାଣ ପଟ ପୋଖରୀ ସେପଟେ ଦୁଇଟି ବା ତିନିଟି କଣ୍ଡରା ଘର । କଣ୍ଡରା ସାହିକୁ ଆମ ପିଲାମାନଙ୍କର ଯିବାର ଗୋଟିଏ ବଡ଼ ଆକର୍ଷଣ ହେଲା ବରକୋଳି ଗଛ । ସେହି ଗଛଟି ପାଲୁଣୀ ମା' ଘର ସାମନାରେ । କୋଳିଟାମାନ ଯେମିତି ବଡ଼ ବଡ଼, ସେଇ ତୁଳନାରେ ମିଠା । ପାଚିଲେ ଅତି ସୁଆଦିଆ ଲାଗେ । ଆମେ ଯାଉ ଖରାବେଳେ । ସେ ସମୟରେ ଛୁଆଁ ଅଛୁଆଁ ଭାବ ଅତି ଉତ୍କଟ ଥିବାରୁ ଗୋଟିଏ ଅସୁବିଧା ଆମପାଇଁ ଥାଏ । କୋଳିଟା ତଳେ ପଡ଼ିଗଲେ ଗୋଟାଇ ଖାଇବେ ନାହିଁ । କାରଣ କଣ୍ଡରା ଛୁଆଁ ପାଣି

୨୬ ସେମାନଙ୍କ ପିଲାଦିନ