ପୃଷ୍ଠା:Semananka piladina.pdf/୪୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଟ୍‍ ଓ ଟାଇ ପିନ୍ଧି ବୁଲି ଆସିିଥିଲେ । ସେ ହେଡ଼୍‍ ପଣ୍ଡିତଙ୍କୁ ସାକ୍ଷାତ୍‍ କରିବାକୁ ଆସିିଥିବା କଥା କହିଲେ ଏବଂ ପଣ୍ଡିତ ମହାଶୟ ଆସିବା କ୍ଷଣି ସେ ତାଙ୍କ ପଦସ୍ପର୍ଶ କରି ପ୍ରଣାମ କଲେ । ଆମେ ତାଙ୍କୁ ଚିହ୍ନି ପାରି ନଥିଲୁ । ଚିହ୍ନିବା ମାତ୍ରେ ଚୌକିରେ ନ ବସି ଡେସ୍କ ଉପରେ ଭରା ଦେଇ ଠିଆ ହୋଇ କଥାବାର୍ତ୍ତା କଲୁ । ସେତେବେଳେ ସେ ରେଭେନସା କଲେଜ୍‌ରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଥିଲେ । ସେ ଭାରତୀୟ ଶିକ୍ଷା ସେବାର (ଆଇ.ଇ.ଏସ୍‍.) ସଦସ୍ୟ ଥିଲେ ବୋଲି ମାସିକ ୧୨୫୦ଟଙ୍କା ଦରମା ପାଉଥିଲେ । ମୁଁ ତ ଟିକିଏ ଆଗଚଲା । ଅନ୍ୟମାନଙ୍କ ମନ୍ତ୍ରଣାରେ ମାଡ଼ିଯାଏ । ଆମେ ମାସକୁ ଦଶଅଣା ମେସ୍‍ ଖର୍ଚ୍ଚ ଦେଇ ଦୁଇ ଓଳି ଖାଉଥିଲୁ । ତେଣୁ ଆମେ ବିଚାର କଲୁ, ସେ ଏତେ ଟଙ୍କା ରୋଜଗାର କରୁଥିବାରୁ ସୁନା ଖାଉଥିବେ । ତାଙ୍କୁ ଏ କଥା ପଚାରିବା ଦାୟିତ୍ୱ ମୋତେ ଦିଆଗଲା । ତେଣୁ ମୁଁ ଆଗକୁ ଯାଇ ନମସ୍କାର କଲି ଓ ପଚାରିଲି- 'ସାର୍‍ ! ଆପଣ କୁଆଡେ଼ ମାସିକ ୧୨୫୦ଟଙ୍କା ଦରମା ପାଆନ୍ତି ?' ସେ ହଁ ଭରିବାରୁ ମୋର ଆର ପ୍ରଶ୍ନଟି ହେଲା, 'ଆପଣ ଆମ ପରି ଭାତ ଖାଆନ୍ତି ନା ସୁନା ଖାଆନ୍ତି ?' ପ୍ରବଳ ହାସ୍ୟରୋଳ ଭିତରେ ସେ ବୁଝାଇଦେଲେ, "ଜଣେ ମଣିଷ ଯେତେ ରୋଜଗାର କଲେ ବି ସେ ଭାତ ନ ଖାଇ ବଞ୍ଚି ପାରିବ ନାହିଁ ।" ଜୀବନରେ ଏହା ଗୋଟିଏ ମହାନ ଶିକ୍ଷା । ଦ୍ୱିତୀୟ ଆଗନ୍ତୁକ ଜଣକ ଥିଲେ ବାଲୁଗାଁର ଡାକ୍ତର ରାଧାଚରଣ ପଣ୍ଡା । ସେ 'ପାରିକୁଦ' ନାମକ ଗୋଟିଏ ବହି ଲେଖି ବୁଲିବୁଲି ପ୍ରଚାର କରୁଥିଲେ । ସେ ମଧ୍ୟ ମାଇନର୍‍ ସ୍କୁଲ୍‍ ପିଲାଙ୍କପାଇଁ 'ସ୍ୱାସ୍ଥ୍ୟଶିକ୍ଷା' ନାମକ ଆଉ ଗୋଟିଏ ବହିି ଲେଖିଥିଲେ । ସେ 'ପାରିକୁଦ' ଉପରେ ଗୋଟିଏ ବକ୍ତୃତା ଦେଇ ଚିଲିକା ହ୍ରଦ ବିଷୟରେ ବର୍ଣ୍ଣନା କଲେ । ଛାତ୍ରମାନେ କେତେଖଣ୍ଡ 'ସ୍ୱାସ୍ଥ୍ୟଶିକ୍ଷା' ବହି ମଧ୍ୟ କିଣିଲେ । ତାଙ୍କ ସହିତ ଏହି ପ୍ରଥମ ପରିଚୟ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ଥିଲା । ତାଙ୍କ ମୃତୁ୍ୟ ପରେ ତାଙ୍କ ପରିବାର ସହିତ ସେହି ସୌହାର୍ଦ୍ଦ୍ୟ ଏ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି । ମୋର ଧାରଣା ଥିଲା, ଯେଉଁମାନଙ୍କ ନାମ ବହିରେ ଛପା ଯାଇଥାଏ, ସେମାନେ ମରିଯାଇଥାନ୍ତି ବୋଲି । ତାଙ୍କ ବହିରେ ତାଙ୍କ ନାଁ ଦେଖି ଓ ତାଙ୍କ ସହିତ କାବାର୍ତ୍ତା କରି ସେ ଧାରଣା ବଦଳିଗଲା ।

ବିଶିଷ୍ଟ ଶିକ୍ଷ।ବିତ୍ ତା ଅଧ୍ୟାପକ ଡକ୍ଟର ଶ୍ରୀ ର।ମଚନ୍ଦ୍ର ଦାଶଙ୍କ ଆତ୍ମଜୀବନୀ 'ମୋ ଅକୁହ। କାହାଣୀ'ରୁ ଉଦ୍ଧୃତ ।

୫୦ ସେମାନଙ୍କ ପିଲାଦିନ