ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପଣ୍ଡିତ ଗୋଦାବରୀଶ ମିଶ୍ର (୧୮୮୬-୧୯୫୬)

'ଅନେକ ଦିନ ଉପାସ ରହିଛି'

ଆମ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ୱିତୀୟ ଶିକ୍ଷକ ମାଧବ ମିଶ୍ର ରେ ମତେ କହିଲେ, ଏଣ୍ଟ୍ରାନ୍‍ସ ଖଣ୍ଡକ ପାସ୍‍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ । କ'ଣ ପଢ଼଼ିଛୁ ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ- ଏସବୁ କରିପାରିଲେ ସିନା ହବ । ଏ ତ 'ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବ' ।

ବର୍ତ୍ତମାନ ମାଟ୍ରିକୁଲେସନ ପରୀକ୍ଷାର ନାମ ସେ ସମୟରେ ଏଣ୍ଟ୍ରାନ୍‍ସ ଥିଲା । ମୋ ପୂର୍ବରୁ ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍‍ସ ପାସ୍‍

ସେମାନଙ୍କ ପିଲାଦିନ ୭