ପୃଷ୍ଠା:ShreeJagannath.pdf/୧୬୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି


ବେଶ’ ଅର୍ଥ ଶରୀରର ସାଜସଜ୍ଜା, ଭୂଷା । ଏହାର ଅନ୍ୟ ଅର୍ଥ ହେଉଛି ସିଂହାର । ବସ୍ତ୍ର, ପୃଷ୍ଟ ଓ ଅଳର ଆଦିରେ ଦିଅଁମାନଙ୍କର ଅଙ୍ଗସଜ୍ଜା କରାଯାଏ । ଶ୍ରୀମନ୍ଦିରରେ ପ୍ରଥମରେ ବସ୍‌ ସିଂହାର, ଦ୍ବିତୀୟରେ ରତ୍ନାଳଙ୍କର ବା ଭୂଷଣ ସିଂହାର ଓ ଶୟନ କାଳରେ ପୃଷ୍ଠ ସିଂହାର କରାଯାଏ । ପ୍ରଥମେ ନିତ୍ୟପୂଜା', ପରେ ଐଶ୍ବର୍ଯ୍ୟ ଉପାସନା ବା ପରପୂଜା’ ଏବଂ ପରିଶେଷରେ ‘ଭାବ ଉପାସନା ବା ମଧୁର ପୂଜା', ଏହି କ୍ରମ ହିଁ ଆଚରିତ ହୁଏ ।
ପ୍ରତିଦିନ ମଙ୍ଗଳ ଆଳତି ପରେ ରାତ୍ର ପହୁଡ଼ ଯାଏ ରତ୍ନବେଦିରେ ଦିଅଁମାନଙ୍କର ବିଭିନ୍ନ ବେଶ ହୁଏ । ଦୈନନ୍ଦିନ ନୀତି, ବିଶେଷ ନୀତି ଓ ପର୍ବପର୍ବାଣି ନୀତିମାନଙ୍କରେ ହେଉଥିବା ବେଶ ସାମଗ୍ରୀ ହେଲା- ସୂତାବ ପାଟବସ୍ତ୍ର, ଫୁଲ, ଫୁଲର ଅଳଙ୍କାର, ସୁନା, ସୁନା ଅଳଙ୍କାର, ରତ୍ନପଥର, ସୋଲ, ଜରି, ଚନ୍ଦନ, କର୍ପୂର, ତୁଳସୀ, ଦୟଣା ପତ୍ର, କସ୍ତୁରୀ ଇତ୍ୟାଦି । ନିମ୍ନରେ ଶ୍ରୀଜୀଉମାନଙ୍କର କେତୋଟି ପ୍ରମୁଖ ବୈଶ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଛି ।
୧. ଅବକାଶ (ତଡ଼ପ ଉତ୍ତରୀ) ବେଶ
ଶ୍ରୀମନ୍ଦିର ନୀତିରେ ଅବକାଶ କହିଲେ ସାଧାରଣତଃ ଦିଅଁଙ୍କର ମୁଖ ପ୍ରକ୍ଷାଳନ, ଦନ୍ତମାର୍ଜନ ଓ ସ୍ନାନକୁ ବୁଝାଏ । ନିତ୍ୟ ମଙ୍ଗଳ ଆଳତି ପରେ ପୁଷ୍ପାଳକ ସେବକମାନେ ପୂର୍ବ ରାତ୍ରରେ ବଡ଼ସିଂହାର ବେଶ ମଇଲମ କରି ଅବକାଶ ନୀତି ନିମନ୍ତେ ତଡ଼ପ ଉତ୍ତରୀ (ଉତ୍ତରୀୟ) ବେଶ କରାନ୍ତି । ସ୍ନାନ ଶୌଚ ବେଳେ ଆମେ ଯେପରି ଗାମୁଛା ପିନ୍ଧି କାନ୍ଧରେ ଅନ୍ୟ ଏକ ଗାମୁଛା ବ୍ୟବହାର କରୁ ସେହିପରି ଦିଅଁମାନେ ଗାମୁଛା ପରି ଧଳା ବସ୍ତ୍ର ପରିଧାନ କରନ୍ତି । ଏଥିରେ ହଳଦିଆ ବା କମଳା ରଙ୍ଗର ଧଡ଼ି ଥାଏ । ଶ୍ରୀବଳଭଦ୍ର ୨ଟି, ଶ୍ରୀଜଗନ୍ନାଥ ୨ଟି, ଦେବୀ ସୁଭଦ୍ରା ୧ଟି ଓ ସୁଦର୍ଶନ ୧ଟି ଗାମୁଛା ପିନ୍ଧନ୍ତି । ଏହି ବସ୍ତ୍ର ପିନ୍ଧା ପରେ ଦିଅଁମାନଙ୍କର ସ୍ନାନ ନୀତି ହୁଏ । ସ୍ୱତ୍ୱଲିପିରେ ଲେଖାଅଛି- “ତିନି ଠାକୁରଙ୍କୁ ୩ଗୋଟି ତଡ଼ପ ଓ ସୁଦର୍ଶନଙ୍କୁ ୧ଗୋଟି ତଡ଼ପ ଲାଗି କରାହୁଏ । ଉତ୍ତରୀୟ ଦୁଇ ଗୋଟି ବଡ଼ଠାକୁର ଓ ଶ୍ରୀଜଗନ୍ନାଥଙ୍କୁ ଲାଗି କରାଯାଏ । ଅବକାଶ ନୀତି ପରେ ଦିଅଁମାନଙ୍କର ବସ ମଇଲମ କରାଯାଇ ବାରଲାଗି ପାଟବସ୍ତ୍ର ପରିଧାନ କରାଯାଏ ।
୨. ବଡ଼ସିଂହାର ବେଶ
ପ୍ରତିଦିନର ପ୍ରଥମବେଶ ହେଲା ଅବକାଶ ବେଶ ଏବଂ ଶେଷ ବେଶ ହେଲା ବଡ଼ସିଂହାର ବେଶ । ବଡ଼ସିଂହାର ବେଶରେ ଦିଅଁମାନେ ରାତ୍ର ପହୁଡ଼ ହୁଅନ୍ତି । ପ୍ରତିଦିନ ସଂଧ୍ୟା ଧୂପ ପରେ ମଇଲମ ହୋଇ ଚନ୍ଦନଲାଗି ନୀତି ହୁଏ । ପୃଷ୍ଠାଳକମାନେ ତିନିବାଡ଼ରେ ଚନ୍ଦନ ଲାଗି କରାନ୍ତି ।

୧୬୨ ଶ୍ରୀଜଗନ୍ନାଥ