ପୃଷ୍ଠା:ShreeJagannath.pdf/୧୬୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏହି ବାମନ ଅବତାର ବେଶ ହୁଏ । ଏହି ବେଶରେ ଶ୍ରୀଜଗନ୍ନାଥଙ୍କ କିରୀଟରୁ ଫଳି କାଢ଼ି ଦିଆଯାଇ କିରୀଟଟି ଲଗାଯିବାରୁ ମହାପ୍ରଭୁ ବଡ଼ଠାକୁରଙ୍କ ତୁଳନାରେ ଗେଡ଼ା (ବାମନ) ଦେଖାଯାଆନ୍ତି ।

୧୦. ରାଧା-ଦାମୋଦର ବେଶ

ଆଶ୍ୱିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ଯାଏ ଏହି ରାଧା-ଦାମୋଦର ବେଶ ହୁଏ । ଏହି ଏକାଦଶୀ ଦିନଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ନୀତି, ବେଶ ଓ ବ୍ରତ ଆରମ୍ଭ ହୁଏ । ପ୍ରତ୍ୟହ ଆଳତି ଅବକାଶ ପରେ ରାଧା-ଦାମୋଦର ବେଶ ହୋଇ ଗୋପାଳବଲ୍ଲଭ ଭୋଗ ହୁଏ । ରାଧା-ଦାମୋଦର ବେଶରେ ଦିଅଁମାନେ ୩୦ ମୂର୍ତ୍ତିି ସୁନା ଅଳଙ୍କାର ଲାଗି ହୁଅନ୍ତି । ତାହା ହେଲା- ନଳୀଭୁଜ-୪, କୁଣ୍ଡଳ-୪, ତିଳକ-୨, ଆଡ଼କାନି-୪, ଚନ୍ଦି୍ରକା-୨, ଚନ୍ଦ୍ରସୂର୍ଯ୍ୟ-୬, ତଡ଼କୀ- ୨, ଓଡ଼ିଆଣୀ-୩, ମାଳି-୩ (ମୋଟ-୩୦)

୧୧. ଲକ୍ଷ୍ମୀ-ନାରାୟଣ (ଠିଆକିଆ) ବେଶ

କାର୍ତ୍ତିିକ ଶୁକ୍ଲ ଏକାଦଶୀରେ ଏହି ବେଶ କରାଯାଏ । ମସ୍ତକରେ ସୁବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶର ଅନ୍ୟ ନାମ ଠିଆକିଆ ବେଶ । ଏହି ବେଶରେ ନିମ୍ନଲିଖିତ ଅଳଙ୍କାର ଲାଗି ହୁଏ । ଶ୍ରୀଭୁଜ ୪, ଶ୍ରୀପୟର-୪, କାନ-୬, ଆଡ଼କାନି-୪, ଚନ୍ଦ୍ରିକା-୨, ଚନ୍ଦ୍ରସୂର୍ଯ୍ୟ- ୬, ତଡ଼କୀ-୨, ଓଡ଼ିଆଣୀ-୩, କିଆ-୫୦, ଶଙ୍ଖ(ରୁପା) ୧, ଚକ୍ର ୧, ହଳମ୍ପମୂଷଳ (୧ମ୍ପ୧) । ଏହା ବ୍ୟତୀତ କେତେଖଣ୍ଡ ମାଳି ପିନ୍ଧାଯାଏ ।

୧୨. ବାଙ୍କଚୂଡ଼ା ବେଶ

ଏହି ବେଶରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ପଟକୁ ଆଡ଼ ଖୋସା ପଡେ଼ । କାର୍ତ୍ତିିକ ଶୁକ୍ଲ ଦ୍ୱାଦଶୀରେ ଏହି ବେଶ ହୁଏ । ଏ ବେଶରେ ଠାକୁରମାନେ ଅପେକ୍ଷାକୃତ ଗେଡ଼ା ବା ବାମନ ପରି ଶୋଭା ପାଆନ୍ତି ।

୧୩. ତ୍ରିବିକ୍ରମ (ଆଡ଼କିଆ) ବେଶ

କାର୍ତ୍ତିିକ ଶୁକ୍ଲ ତ୍ରୟୋଦଶୀରେ ଏହି ବେଶ ହୁଏ । ଏଥିରେ ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡ଼ବାଗରେ ଖଞ୍ଜାଯାଉଥିବାରୁ ଏହାର ନାମ ଆଡ଼କିଆ ବେଶ । ବାମନାବତାରର ତ୍ରିବିକ୍ରମ ରୂପ ସହିତ ଏହି ବେଶ ସଂପର୍କିତ ।

୧୪. ଲକ୍ଷ୍ମୀ ନୃସିଂହ (ଡାଳିକିଆ) ବେଶ

କାର୍ତ୍ତିିକ ଶୁକ୍ଲ ଚତୁର୍ଦ୍ଦଶୀରେ ହୁଏ । ଏଥିରେ ସୁନାକିଆ ଡାଳିପରି ଖଞ୍ଜା ଯାଇଥିବାରୁ ଏହାର ନାମ ଡାଳିକିଆ ବେଶ ।

୧୬୬*ଶ୍ରୀଜଗନ୍ନାଥ