ପୃଷ୍ଠା:ShreeJagannath.pdf/୧୮୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୭ । ସାକ୍ଷୀଗୋପାଳ ମନ୍ଦିର ରାଧାକୃଷ୍ଣ
୩୮ । ମଣ୍ଡଣି ଘର ଗୋପେଶ୍ୱ ର ମହାଦେବ, ନନ୍ଦ, ଯଶୋଦା, ବସୁଦେବ
ଦେବକୀ, ଦାମ, ସୁଦାମ, ବଳରାମ, ଗୋପାଳ,ନୃସିଂହ,
ରାମଚନ୍ଦ୍ର, ହନୁମାନ ଏବଂ ଅନବସର ତାଟ ଦିଅଁ ।
୩୯ । ବେଣୁମାଧବ ମନ୍ଦିର କୃଷ୍ଣ
୪୦ । ବିମଳା ମନ୍ଦିର ବିମଳା ଠାକୁରାଣୀ (କାନ୍ଥରେ - ଦଶମହାବିଦ୍ୟା,ଗଣେଶ,
କାର୍ତ୍ତିକେୟ, ଛାୟା ଓ ମାୟାଚିତ୍ର), ନାଟ ମନ୍ଦିରର କାନ୍ଥରେ
ଉଲଗ୍ନ ଭୈରବୀ ମୂତ୍ତି । ଏହି ମନ୍ଦିର ଚୋଡଗଙ୍ଗଦେବଙ୍କ
ସମୟରେ ନିର୍ମିତ ବୋଲି କୁହାଯାଏ । ବିମଳା ଠାକୁରାଣୀଙ୍କ
ସମ୍ପର୍କରେ ମତ୍ସ୍ୟପୁରାଣ, କପିଳ ସଂହିତା, ସ୍କନ୍ଦ ପୁରାଣ, ତନ୍ତ୍ର
ଚୂଡାମଣି, ଦେବୀ ଭାଗବତ ପ୍ରଭୃତି ଗ୍ରନ୍ଥରେ ଉଲ୍ଲେଖ ଅଛି ।
ବିମଳା ଓ ଜଗନ୍ନାଥ, ଭୈରବୀ ଓ ଭୈରବ ବୋଲି ତନ୍ତ୍ରଶାସ୍ତ୍ରରେ
କୁହାଯାଇଛି । ଦେବୀ ସତୀଙ୍କ ଶରୀରାଂଶ ଏଠାରେ ପତିତ
ହୋଇଛି । କିନ୍ତୁ ଶରୀରର କେଉଁଅଂଶ, ସେ ନେଇ ମତୈକ୍ୟର
ଅଭାବ ପରିଲକ୍ଷିତ ହୁଏ । ଏହା ଭାରତର ଏକ ପ୍ରସିଦ୍ଧ ଶକ୍ତି
ପୀଠ । ଜଗନ୍ନାଙ୍କ ପ୍ରସାଦ ବିମଳାଙ୍କୁ ସମର୍ପଣ ହୁଏ ।
ସମର୍ପଣ ପରେ ହିଁ ଏହା ମହାପ୍ରସାଦ ପଦବାଚ୍ୟ ହୁଏ
ବୋଲି କେହି କେହି ମତ ଦେଇଛନ୍ତି ।
୪୧ । ଚକ୍ର ନାରାୟଣ ବା ବଦ୍ରିନାରାୟଣ ନାରାୟଣ
୪୨ । ଗୋଲୋକ ବିହାରୀ ଠାକୁର (ସରଘର) କୃଷ୍ଣ
୪୩ । ରୋହିଣୀକୁଣ୍ଡ ଚତୁର୍ଭୁଜ କାକ ଓ ବିଷ୍ଣୁ ପାଦପଦ୍ମ
୪୪ । ନାଟୁଆ ଗଣେଶ (କାଞ୍ଚିଖୁରି ଗଣେଶ ) ବିମଳା ମନ୍ଦିର ସାମନାରେ ଦକ୍ଷିଣ ଦିଗକୁ ମୁଖ।ଇ
ମନ୍ଦିର । ମୁଗୁନି ପରରେ ନିର୍ମିତ ସୁନ୍ଦର ଗଣେଶ ବିଗ୍ରହ; ମୂଷିକ
ବାହନ ଉପରେ ନୃତ୍ୟରତ ଅଷ୍ଟଭୁଜ ଗଣେଶ ।
ଶ୍ରୀଜଗନ୍ନାଥ ୧୯୦