ପୃଷ୍ଠା:ShreeJagannath.pdf/୨୦୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଶିଷ୍ଟ ଗବେଷକ ଡ: ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି ଯେ, ରାଜା ଯଯାତି(୨ୟ)ଙ୍କ ସମୟରେ ହିନ୍ଦୁଧର୍ମର ପୁନଃ ପ୍ରତିଷ୍ଠା କରାଯାଇଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ପ୍ରଧାନ ହିନ୍ଦୁ ଦେବଦେବୀଙ୍କୁ ଏକତ୍ର ଏକ ସ୍ଥାନରେ ପୂଜା କରାଯିବାପାଇଁ ଉଦ୍ୟମ କରାଗଲା । ପଶ୍ଚିମ ଓଡ଼ିଶାର ସ୍ତମ୍ଭେଶ୍ୱରୀ ବା ଏକାନଂସା ସୁଭଦ୍ରା, ତୋଷାଳି (ଉତ୍ତର ଓଡ଼ିଶା)ର ବଳଦେବ ବା ନାଗରାଜ ଏବଂ କଳିଙ୍ଗ-କଙ୍ଗୋଦର ପୁରୁଷୋତ୍ତମ-ଜଗନ୍ନାଥ, ମିଳିତ ତ୍ରିକଳିଙ୍ଗ ସାମ୍ରାଜ୍ୟର ରାଷ୍ଟ୍ର ଦେବତା ଭାବରେ ପୁରୀଠାରେ ପୂଜା ପାଇଲେ ।

କିନ୍ତୁ ପ୍ରଶ୍ନ ଉଠେ, ସେତେବେଳେ ମହାପ୍ରଭୁ ଜଗନ୍ନାଙ୍କୁ ଓଡ଼ିଶା ରାଜ୍ୟର ରାଷ୍ଟ୍ରଦେବତା ଭାବରେ ରାଜକୀୟ ଘୋଷଣା କରାଯାଇଥିଲା କି ? ଐତିହାସିକ ନବୀନଚନ୍ଦ୍ର ସାହୁ ଲେଖିଛନ୍ତି ଯେ, ଚୋଡ଼ଗଙ୍ଗଦେବଙ୍କ ଠାରୁ ଆରମ୍ଭ କରି ଗଙ୍ଗବଂଶର ପ୍ରତ୍ୟେକ ରାଜା ପୁରୁଷୋତ୍ତମଜଗନ୍ନାଙ୍କୁ ଉତ୍କଳର ରାଷ୍ଟ୍ରଦେବତା ଭାବରେ ପୂଜା କରି ଆସିଥିଲେ । ସେତେବେଳେ ଶ୍ରୀଜଗନ୍ନାଥ ଉପାସନା ସାର୍ବଜନିକ ଭାବରେ ଜନସାଧାରଣଙ୍କ ମନରେ ପ୍ରଭାବ ବିସ୍ତାର କରିଥିଲା । ଖ୍ରୀ.୧୪୩୫ରେ ସେନାଧ୍ୟକ୍ଷ କପିଳେଶ୍ୱର (କପିଳେନ୍ଦ୍ର) ଦେବ ସିଂହାସନ ଆରୋହଣ କରି ଓଡ଼ିଶାର ଇତିହାସ ଓ ସଂସ୍କୃତିରେ ଏକ ନୂତନ ଯୁଗର ସୂତ୍ରପାତ କରିଥିଲେ । ତାଙ୍କ ସମୟରୁ ରାଜ୍ୟ ଓଡ଼ିଶା ଭାବରେ ବିଦିତ ହେଲା ଏବଂ ସଂସ୍କୃତ ପରିବର୍ତ୍ତେ ଓଡ଼ିଆ ହେଲା ରାଜ୍ୟଭାଷା । ସିଂହାସନ ଆରୋହଣ ପରେ ଗଜପତି କପିଳେଶ୍ୱର ଦେବ ଏକ ରାଜକୀୟ ଘୋଷଣା ଓଡ଼ିଆ ଭାଷାରେ ଲିପିବଦ୍ଧ କରାଇ ଜଣାଇଦେଲେ ଯେ, ରାଜ୍ୟ ନାମ 'ଓଡ଼ିଶା ରାଜ୍ୟ'ଏବଂ ରାଷ୍ଟ୍ରଦେବତା ହେଉଛନ୍ତି, 'ଜଗନ୍ନାଥ' ।

ଅନ୍ୟତମ ଐତିହାସିକ ତା ଗବେଷକ ଡ: କୈଳାସ ଚନ୍ଦ୍ର ଦାଶ ଲେଖିଛନ୍ତି ଯେ, ସମ୍ରାଟ ଅନଙ୍ଗ ଭୀମଦେବ (୩ୟ) ବୃହତ୍‍ ଗଙ୍ଗ ସାମ୍ରାଜ୍ୟର ପୂର୍ଣ୍ଣାଙ୍ଗ ରୂପ ଆଣିଥିଲେ ଓ ଗଙ୍ଗ ସାମ୍ରାଜ୍ୟକୁ ଅଖଣ୍ଡ ରଖିବାକୁ ଉଦ୍ୟମ କରିଥିଲେ । ତେଣୁ ପୁରୁଷୋତ୍ତମଙ୍କୁ ଗଙ୍ଗ ସାମ୍ରାଜ୍ୟର ଅଧୀଶ୍ୱର ବୋଲି ଘୋଷଣା କରାଗଲା ଓ ଗଙ୍ଗରାଜା ନିଜକୁ ଜଣେ ରାଉତ/ସାମନ୍ତ ବୋଲି ପ୍ରକାଶ କଲେ । ସେତେବେଳକୁ ପୁରୁଷୋତ୍ତମ ନାମ ଏତେ ବ୍ୟାପକ ହୋଇନଥିବାରୁ ଏହି ନାମର ପରିବର୍ତ୍ତନ ସମ୍ଭବତଃ ଏହି ସମୟରେ ଘଟିଥିଲା । ସେତେବେଳକୁ ବ୍ରାହ୍ମଣ୍ୟ ଶକ୍ତି ଜଗନ୍ନାଥ ନାମକୁ ଗ୍ରହଣ କରିଥିଲେ । ଜଗନ୍ନାଥ ନାମ ଅତି ବ୍ୟାପକ ଓ ଜଗନ୍ନାଥ ଚେତନା ଅତି ପୁରାତନ । ଏହି ନାମକୁ ବିଭିନ୍ନ ଧର୍ମ ସଂପ୍ରଦାୟ ଆପଣାର ଇଷ୍ଟଦେବତାଙ୍କ ପାଇଁ ବ୍ୟବହାର କରିଛନ୍ତି । ଏଣୁ ଅନଙ୍ଗଭୀମ ଦେବ (୩ୟ)ଙ୍କ ସମୟ(ଖ୍ରୀ.୧୨୧୧-୧୨୩୮)ରେ ହୋଇଥିବା ଅଧିକ ସମ୍ଭବ । ତାଙ୍କ ସମୟରେ କୂର୍ମେଶ୍ୱର ଶିଳାଲିପି (ଖ୍ରୀ.୧୨୩୦)ରେ ପ୍ରଥମେ ଜଗନ୍ନାଥଙ୍କ ନାମ ଉଲ୍ଲେଖ ଅଛି ।

ଚୋଡ଼ଗଙ୍ଗ ଦେବଙ୍କ ସାମ୍ରାଜ୍ୟ ଦକ୍ଷିଣରେ ଗୋଦାବରୀ ନଦୀଠାରୁ ଉତ୍ତରରେ ଗଙ୍ଗାନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ତାଙ୍କର ସାମ୍ରାଜ୍ୟର ରାଜଧାନୀ (ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଥିବା ମୁଖଲିଙ୍ଗମ୍‍)ରୁ ମହାନଦୀ କୂଳର ଯଯାତିନଗରକୁ ଘୁଞ୍ଚାଇ ଆଣିଥିଲେ । ଚୋଡଗଙ୍ଗଦେବଙ୍କ ପ୍ରପୌତ୍ର ଅନଙ୍ଗଭୀମ ଦେବ (୩ୟ) ଅଭିନବ ବାରାଣସୀ କଟକ ନାମରେ ନୂତନ ରାଜଧାନୀ

ଶ୍ରୀଜଗନ୍ନାଥ ୨୦୭