ପୃଷ୍ଠା:ShreeJagannath.pdf/୨୪୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପିଣ୍ଡିକାରେ ଦାନ କଲେ ଓ ତାହା ପରେ ସମସ୍ତେ କିଛି ସମୟ ମାଜଣା ମଣ୍ଡପରେ ବସିଲେ । ୧୯୬୦ ମସିହା ଅକ୍ଟୋବର ମାସ ୨୭, ୨୮ଓ ୨୯ ତାରିଖରେ କ୍ରମାଗତ ତିନି ଦିନ ଧରି ପରିଚାଳନା କମିଟିର ବୈଠକ ବସିଥିଲା ।
ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ରାଜା ବୀରକେଶରୀ ଦେବ ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ୍‌କୋର୍ଟରେ ଅପିଲ କରିଥିଲେ । ମାନ୍ୟବର ସୁପ୍ରିମ୍‌କୋର୍ଟ ରହିତାଦେଶ (acinterim exparte stay order) ତା୧.୧୧.୧୯୬ରେ ଦେବା ଫଳରେ ପୁନର୍ବାର ପୁରୀ ରାଜାଙ୍କୁ ଶ୍ରୀମନ୍ଦିର ପରିଚାଳନା କ୍ଷମତା ତା୨.୧୧.୧୯୬୦ରେ ହସ୍ତାନ୍ତର କରାଗଲା । ମାନ୍ୟବର ସୁପ୍ରିମ୍‌କୋର୍ଟ ତାଙ୍କର ୧୬.୧୨.୧୯୬୦ ତାରିଖର ଆଦେଶରେ ରହିତାଦେଶକୁ ପ୍ରତ୍ୟାହାର କରିନେଲେ । ଫଳରେ ରାଜ୍ୟ ସରକାର ବା ପରିଚାଳନା କମିଟି ତା ୧୭.୧୨.୧୯୬ରେ ପୁନର୍ବାର ପରିଚାଳନା ଭାର ଗ୍ରହଣ କଲେ ।
ପରେ ଓଡ଼ିଶା ହାଇକୋର୍ଟର ବିଚାର ଓ ରାୟକୁ ସମର୍ଥନ କରି ସୁପ୍ରିମକୋର୍ଟ ରାଜାଙ୍କ ଅପିଲ ଖାରଜ କଲେ । ମାନ୍ୟବର ପ୍ରଧାନ ବିଚାରପତିଙ୍କ ସମେତ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଡିଭିଜନ୍ ବେଞ୍ଚ ତାଙ୍କର ଐତିହାସିକ ରାୟରେ କହିଛନ୍ତି ଯେ, ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାନ ଓଡ଼ିଶାରେ ଅଦ୍ବିତୀୟ (unique) ଯାହାର ଜାତୀୟପ୍ରାଧାନ୍ୟ (national importance) ରହିଛି । ଓଡ଼ିଶାର ଅନ୍ୟ କୌଣସି ମନ୍ଦିର ଏହା ସହିତ ତୁଳନୀୟ ନୁହେଁ । ଏହା ନିଜେ ହିଁ ଏକ ସ୍ବତନ୍ତ୍ର ଶ୍ରେଣୀ (a class by itself) । ସମଗ୍ର ଭାରତରୁ ବହୁ ସଂଖ୍ୟକ ଯାତ୍ରୀଙ୍କୁ ଏହା ଆକୃଷ୍ଟ କରୁଥୁବାରୁ ଏହାକୁ ସ୍ବତନ୍ତ୍ର ଭାବେ ରାଜ୍ୟ ସରକାର ନିଶ୍ଚିତ ରୂପେ ବିଚାର କରିବେ ।
ଶ୍ରୀଜଗନ୍ନାଥ ମନ୍ଦିର ଅଧନିୟମ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳିତ ହୋଇଆସୁଅଛି ଏହି ଅନିୟମରେ କିଛି କିଛି ସଂଶୋଧନ (amendment) ମଝିରେ ମଝିରେ କରାଯାଇଛି ।
ଉକ୍ତ ଶ୍ରୀଜଗନ୍ନାଥ ମନ୍ଦିର ଅଧୁନିୟମ, ୧୯୫୪ ଧାରା-୧୯(୧)ରେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଜଣେ ପ୍ରଶାସକ (Administrator)ଙ୍କୁ ସରକାର ନିଯୁକ୍ତି ଦେବା ଉଲ୍ଲେଖ ଅଛି । କିନ୍ତୁ କେଉଁ ସରକାରୀ ସେବାରୁ ଏବଂ କେଉଁ ପାହ୍ୟାର ଅଫିସର ନିଯୁକ୍ତ ହେବେ ଉଲ୍ଲେଖ ନାହିଁ । କେବଳ ଲେଖାଅଛି "...from amongst persons in their active service and professing Hindu religion."
ଅତିରିକ୍ତ ଜିଲ୍ଲାପାଳ ପାହ୍ୟାର ବରିଷ୍ଠ ଓ. ଏ.ଏସ୍. ଅଫିସର ଆନନ୍ଦ ଚନ୍ଦ୍ର ମହାପାତ୍ର ପ୍ରଥମ ପ୍ରଶାସକ ରୁପେ ତା୨୭.୧୦.୧୯୬୦ରୁ ତା୧୦.୧୧.୧୯୬୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ତାଙ୍କ ପରେ ରାଜ୍ୟ ସରକାର ସ୍ବତନ୍ତ୍ର ବିଚାରପୂର୍ବକ ପୁରୀ ନିବାସୀ ଅବସରପ୍ରାପ୍ତ ଆଇ.ପି.ଏସ୍. ଅଫିସର ଲକ୍ଷ୍ମଣ ମିଶ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସକ ନିଯୁକ୍ତ କଲେ। ସେ ତା୮.୧୧.୧୯୬୫ ଯାଏଁ ଏହି ଦାୟିତ୍ବ ନିର୍ବାହ କଲେ । ତାଙ୍କ ପରେ ପୁରୀର ଜଣେ ଜଣେ ଅତିରିକ୍ତ ଜିଲ୍ଲାପାଳ (ଏ.ଡ଼ି.ଏମ୍.), ଅର୍ଥାତ୍ ବରିଷ୍ଠ ଓ.ଏ.ଏସ୍. ଅଫିସର, ଉକ୍ତ ପଦବୀ ସହିତ ଶ୍ରୀମନ୍ଦିର ପ୍ରଶାସକ ଭାବେ କାର୍ଯ୍ୟ କରି ଆସୁଥିଲେ । ଏହି ବ୍ୟବସ୍ଥା ତା୩.୬.୧୯୯୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିଲା । ଏହି

ଶ୍ରୀଜଗନ୍ନାଥ ୨୪୩