ପୃଷ୍ଠା:ShreeJagannath.pdf/୨୫୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଘରେ ତା’ର କନ୍ୟା ଲଳିତାକୁ ଭେଟିଲେ । ବସୁ ଶବର ଘରେ ନଥିଲେ । କିଛି ସମୟ ପରେ ସେ ଅସିବାରୁ ପିତା ଓ କନ୍ୟା ଉଭୟେ ଅତିଥି ବ୍ରାହ୍ମଣଙ୍କୁ ଯଥାବିଧି ସତ୍କାର କଲେ । ବିଦ୍ୟାପତି ନିଜର ପ୍ରକୃତ ପରିଚୟ ଗୋପନ ରଖି ନିଜକୁ ଖାଦ୍ୟପାଇଁ ବଲଥିବା ଜଣେ ବାହଣ ବୋଲି କହିଲେ । ଶବର ତାଙ୍କୁ ନିଜ ଘରେ ଆଶ୍ରୟ ଦେଲେ । କିଛି ଦିନ ପରେ ବସୁ ଶବର ବିଦ୍ୟାପତିଙ୍କୁ ନିଜ ଝିଅକୁ ବିବାହ ଦେବାପାଇଁ ପ୍ରସ୍ତାବ ଦେଲା । ବିଦ୍ୟାପତି ଜାତିଗତ କାରଣ ଦର୍ଶାଇ ଅମଙ୍ଗ ହେବାରୁ ବସୁ ଶବର ତାଙ୍କର ମୁଣ୍ଡକାଟ କରିଦେବ ବୋଲି କହିଲା । ସେ କହିଲା ଯେ, ତା’ର ପିତା ଏକା ବାଣରେ କୃଷ୍ଣଙ୍କୁ ହତ୍ୟା କରିଥିଲା । ବସୁ ଶବର ସେହି ଜାରା ଶବରର ପୁତ୍ର । ବିଦ୍ୟାପତି ଅଗତ୍ୟା ଶବରର କନ୍ୟା ଲଳିତାକୁ ବିବାହ କରି ସେଠାରେ ରହିଲେ ।
ବିଦ୍ୟାପତି ଲକ୍ଷ୍ୟ କଲେ ଯେ, ପ୍ରତି ରାତ୍ରରେ ବସୁ ଶବର କୁଆଡ଼େ ଯାଇ ପରବର୍ତ୍ତୀ ମଧ୍ୟାହ୍ନ କାଳରେ ଘରକୁ ଫେରୁଛି । ଏକଥା ଲଳିତାକୁ ପଚାରିବାରୁ ସେ କହିଲା ଯେ, “ଯେଉଁଠାରେ ନୀଳମାଧବଙ୍କ ରୂପ ଥାଇ, ସେଠାରେ ମୋହର ପିତା ପୂଜା କରେ ଯାଇ ।” ବିଦ୍ୟାପତି ଉକ୍ତ ଦିଆଁ ଦର୍ଶନପାଇଁ ଆଗ୍ରହ ପ୍ରକାଶ କରି ସ୍ତ୍ରୀକୁ କହିଲା । ଲଳିତା ନିଜର ପିତାଙ୍କୁ ଏଥିପାଇଁ ଅନୁରୋଧ କଲା । ବସୁ ଶବର ଜ୍ବାଇଁଙ୍କ ମୁହଁରେ ଅନ୍ଧପୁଟୁଳି ବାନ୍ଧି ସାଥିରେ ନେଇଗଲା ଯେପରିକି ଜ୍ୱାଇଁ ବାଟ ଦେଖି ପାରିବେ ନାହିଁ ।
ବିଦ୍ୟାପତି ଅନ୍ଧପୁଟୁଳି ବାନ୍ଧି ଗଲାବେଳେ ପତ୍ନୀ ଲଳିତା ଦେଇଥିବା ମାଘା ତିଳ ସୋରିଷ ବାଟର ଦୁଇପାଖେ ବୁଣି ବୁଣି ଯାଇଥିଲେ । ନୀଳକନ୍ଦରରେ ପହଞ୍ଚିଲା ପରେ ବସୁ ଶବର ଜାମାତାଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ଖୋଲି ‘ଏହି ଦେଖ ଦିଆଁ ବୋଲି କହିଲା । “ବଟତଳେ ଶୋଇଛନ୍ତି ପ୍ରଭୁ ଜଗନ୍ନାଥ । ଦେଖିକରି ବ୍ରାହ୍ମଣ ଯେ ଆନନ୍ଦ ହୋଇଲା । ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲା । ପ୍ରଭୁଙ୍କୁ ଭୋଗ କରିବାକୁ କନ୍ଦମୂଳ ଆଣିବାକୁ ବସୁ ଯିବା ପରେ ବିଦ୍ୟାପତି ପ୍ରଭୁଙ୍କୁ ବହୁତ ସ୍ତୁତି କଲେ । ସେ ଦେଖିଲେ ଯେ ବଟବୃକ୍ଷରେ କୁଳଉଥିବା ଏକ କାକ ତଳେ ଥିବା କୁଣ୍ଡରେ ପଡ଼ିଗଲା ଓ ତତ୍କ୍ଷଣାତ୍ ଚତୁର୍ଭଜ ହୋଇ ସ୍ୱର୍ଗକୁ ଗଲା । ସେ ଦିନ ଶବର ଆଣିଥିବା କନ୍ଦମୂଳ ଭୋଗ ପ୍ରଭୁ ନୀଳମାଧବ ଗ୍ରହଣ କଲେ ନାହିଁ । ଶୂନ୍ୟବାଣୀ ହେଲା, "ଏଣିକି ନୀଳମାଧବ ରୂପ ଛାଡ଼ି ପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବେ ଓ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କଦ୍ୱାରା ନିର୍ମିତ ମନ୍ଦିରରେ ପୂଜାପାଇବେ ।” ଏହା ଶୁଣି ଶବର ସ୍ତବ୍ଧ ହୋଇ ଜାମାତାକୁ ଅନ୍ଧପୁଟୁଳି ବାନ୍ଧି ବାହୁଡ଼ି ଅଇଲା । ଅଳ୍ପଦିନ ପରେ ବିଦ୍ୟାପତି ବାହୁଣ ନିଜ ଘରକୁ ଯିବେ କହି ବିଦାୟ ନେଇ ମାଳବ ଫେରିଗଲେ ଓ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଭେଟି ସକଳ ବୃତ୍ତାନ୍ତ ଜଣାଇଲେ ।
ଇନ୍ଦ୍ରଦ୍ୟୁମ୍ନ ସଦଳବଳେ ପଟୁଆର କରି ନୀଳ କନ୍ଦରରେ ପହଞ୍ଚିଲେ । ବିଦ୍ୟାପତି ବାଟରେ ବୁଣିବୁଣି ଯାଇଥିବା ମାଘା ତିଳରୁ ଉର୍ଗତ ଅଙ୍କୁର ଫଳରେ ନୀଳମାଧବଙ୍କ ନିକଟରେ ପହଞ୍ଚିବାରେ ଅସୁବିଧା ହେଲା ନାହିଁ । ରାଜାଙ୍କ ମନରେ ଗର୍ବ ଜାତ ହେଲା ଯେ, ତାଙ୍କଠାରୁ ପୃଥିବୀରେ ଆଉ କେହି ବଡ଼ ରାଜା ନାହାନ୍ତି । କିନ୍ତୁ ରାଜା ପହଞ୍ଚିବା ବେଳକୁ ନୀଳମାଧବ ଅନ୍ତର୍ହିତ ହୋଇଗଲେ । ରାଜାଙ୍କ ଅହଂକାରଯୋଗୁଁ ନୀଳମାଧବ ଅନ୍ତର୍ଦ୍ଧାନ ହୋଇଗଲେ ଜାଣିବା ପରେ ରାଜା ପ୍ରଭୁଙ୍କୁ ପ୍ରାର୍ଥନା

ଶ୍ରୀଜଗନ୍ନାଥ ୨୫୩