ପୃଷ୍ଠା:ShreeJagannath.pdf/୨୫୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେମାନଙ୍କର ନିହାଣମାନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ପଛକେ ଦାରୁ ସାମାନ୍ୟ ମାତ୍ର କଟିଲା ନାହିଁ । ରାଜା ବଢ଼େଇମାନଙ୍କ ଅପାରଗତାପାଇଁ କୃଦ୍ଧ ହୋଇ ଆଦେଶ ଦେଲେ ଯେ ଆଜି ଭିତରେ ମୂର୍ତ୍ତି ଗଢି ନପାରିଲେ କଲି ସବୁ ବଢ଼େଇଙ୍କ ମୁଣ୍ଡକାଟ ହେବ । ବଢ଼େଇମାନେ ‘ଆରତେ ଡାକିଲେ ପ୍ରଭୁ ରଖ ଜଗନ୍ନାଥ, ତୁହି ନ ରଖିଲେ ପ୍ରଭୁ ଆଉ ରକ୍ଷା ନାହିଁ । ତୋତେ କେ ଗଢ଼ିବ ପ୍ରଭୁ ତୈଲୋକ୍ୟ ଗୋସାଇଁ । ଏତେ ବୋଲି ବଢ଼ାଇ ଯେ ଡାକିଲେ ଆରତେ । ତକ୍ଷଣେ ବଢ଼ାଇ ରୂପ ଧରି ଜଗନ୍ନାଥେ ? ସେଠାରେ ଉଭାହେଲେ । ଶୁଥ ଚର୍ମ, ଗଳିତ ଦନ୍ତ, ଅତି ଦୁର୍ବଳ ବୃଦ୍ଧ ବଢ଼େଇ ରୂପରେ ପହଞ୍ଚି ମୂର୍ତ୍ତି ଗଢ଼ିବାକୁ ଇଚ୍ଛା ବ୍ୟକ୍ତ କଲେ । ପ୍ରଥମେ ଅବିଶ୍ୱାସ କରି ପରେ ରାଜା ବାଧ୍ୟ । ହୋଇ ବୃଦ୍ଧ ବଢ଼େଇ ଉପରେ ମୂର୍ତ୍ତି ନିର୍ମାଣ ଦାୟିତ୍ବ ଦେଲେ ।
ଗରୁଡ଼ ଖମ୍ବ ପାଖରୁ ସାଉଁଟିଲା ପରି ଦାରୁକୁ ଉଠାଇ ବୃଦ୍ଧ ବଢ଼େଇ ମନ୍ଦିର ଭିତରକୁ ନେଇଗଲେ । ସେ ଏକୋଇଶ ଦିନ ମଧ୍ୟରେ ମୂର୍ତ୍ତି ଗଢ଼ି ଦେବାକୁ କହି, ଏହି ସମୟସୀମା ପୂର୍ବରୁ ମନ୍ଦିର ଦ୍ୱାର ଖୋଲିଦେଲେ ଅଘଟଣ ଘଟିବ ବୋଲି ସତର୍କ କରିଦେଲେ । ରୁଦ୍ଧ ମନ୍ଦିର ଭିତରେ ବୃଦ୍ଧି ବଢେଇ ରହିଲେ ।
ଚଉଦ ଦିନ ବିତିଗଲା ପରେ ରାଣୀ ଅଧୀରା ହୋଇ ରାଜାଙ୍କୁ କହିଲେ, ମନ୍ଦିର ଭିତରେ ଅତି ବୁଢ଼ା ବଢ଼େଇ ନଖାଇ ନପିଇ ମୂର୍ତ୍ତି ନିର୍ମାଣ କରିବାକୁ ଯାଇଛି, ବଞ୍ଚିଛି କି ନାହିଁ ଦେଖ । ମନ୍ତ୍ରୀଙ୍କ ବାରଣ ସତ୍ତ୍ୱେ ରାଜା ଦ୍ୱାର ଖୋଲିଦେଲେ । ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ରାଜା ପ୍ରଥମେ ଭକ୍ତିରେ ବିହ୍ନଳ ହୋଇ ନିୟରିଲି, ନିୟରିଲି କହିଲେ । ପାଖକୁ ଯାଇ ଦେଖିଲେ ଯେ ମୃଦ୍ଧିମାନ ଅସଂପୂର୍ଣ୍ଣ ଓ ବୃଦ୍ଧ ବଢ଼େଇ ଅନ୍ତର୍ଜାନ। ଏଭଳି ଅସମ୍ପୂର୍ଣ୍ଣ ମୂର୍ତ୍ତି ଗଠନପାଇଁ ନିଜକୁ ଦାୟୀ କରି ରାଜା ମନଦୁଃଖରେ କୁଟା ଶଯ୍ୟାରେ ଶୋଇଲେ ଏବଂ ମରିବାପାଇଁ ଚିନ୍ତା କଲେ । ସେଦିନ ରାତିରେ ପ୍ରଭୁ ଜଗନ୍ନାଥ ସ୍ବପ୍ନରେ ତାଙ୍କୁ ପ୍ରବୋଧନା ଦେଲେ -

"ଠାକୁରେ ବୋଇଲେ ରାଜା ହୋଇଲୁ କି ବାଇ ।
କଳିଯୁଗେ ବସିବୁ ବଉଧ ରୂପ ହୋଇ ।
ତୋହି କାର୍ଯ୍ୟ ଥିଲେ ରାଜା ଯୋଗାଇବୁ ଏତେ ।
ଦୟଣାରେ ହାତଗୋଡ଼ ଭିଆଇଣ ମୋତେ ।"


ପ୍ରଭୁ ଜଗନ୍ନାଥ ପୁଣି କହିଲେ,

ଶବରର ଘରେ ଯେଉଁ ପୁତ୍ର ହେବେ ଜାତ ।
ଦଇତ ସେବକ ହେବେ ବୋଲେ ଜଗନ୍ନାଥ ।।
ଯେଉଁ ବ୍ରାହ୍ମଣ ତୋହର ଦୃତ ପଣେ ଗଲା ।।
ନୀଳ ଯେ ମାଧବ ରୂପ ଭେଟି ସେ ପାଇଲା ।।
ସେ ବ୍ରାହ୍ମଣ ଘରେ ଯେଉଁ ପୁତ୍ର ହେବ ଜାତ ।
ପ୍ରକୃତ ସେବକ ସେ ବୋଇଲେ ଜଗନ୍ନାଥ ।।

ଶ୍ରୀଜଗନ୍ନାଥ ୨୫୫