ପୃଷ୍ଠା:ShreeJagannath.pdf/୨୬୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

(S.E.R.C.)ଘାଜିଆବାଦ, ଏନ୍‍.ଜି.ଆର୍‍.ଆଇ. (N.G.R.I) ହାଇଦ୍ରାବାଦ, ଆଇ.ଆଇ.ଟି.( I.I.T. )ଖଡ଼ଗପୁର , ସି.ବି.ଆର.ଆଇ ( C.B.R.I. )ରୁର୍‌କି ଓ ଆର୍.ଆର୍.ଏଲ (R.R.L.)ଭୁବନେଶ୍ୱରରୁ ବିଶେଷଜ୍ଞ ପ୍ରତିନିଧିମାନେ ନିମନ୍ତ୍ରିତ ହୋଇ ଯୋଗ ଦେଇିଲେ । ସମନ୍ୱୟ କମିଟିର ସଭ୍ୟମାନେ ତା ବିଶେଷଜ୍ଞମାନେ ମତ ଦେଲେ ଯେ, କାଳବିଳମ୍ବ ନକରି ଗର୍ଭଗୃହ ଓ ଶ୍ରୀମନ୍ଦିରର ଅଭ୍ୟନ୍ତର ତୁରନ୍ତ ମରାମତି କରାଯାଉ, ନଚେତ୍‍ ବିପଦକୁ ଏଡାଇ ହେବନାହିଁ । କିନ୍ତୁ ଦିଅଁମାନଙ୍କୁ ରତ୍ନ ସିଂହାସନରୁ ଅନ୍ୟତ୍ର ଅପସାରଣ କରାନଗଲେ ଏହି ମରାମତି କାର୍ଯ୍ୟ ହୋଇପାରିବ ନାହିଁ । ଶ୍ରୀମନ୍ଦିର ସେବକମାନଙ୍କ ସହ ବହୁ ଆଲୋଚନା ଓ ବିଚାରବିମର୍ଶର୍କ ରାଯାଇ ସ୍ଥିର କରାଗଲା ପରେ ନାଟ ମନ୍ଦିରରେ ଭିତରକାଠଠାରୁ ଜୟବିଜୟ ଦ୍ୱାର ମଧ୍ୟବର୍ତ୍ତୀ ସ୍ଥାନରେ ଏକ ଅସ୍ଥାୟୀ ସିଂହାସନ କାଠରେ ନିର୍ମାଣ କରାଯାଇ ଦିଅଁମାନଙ୍କୁ ସେଠାରେ ବିଜେ କରାଯିବ । ତଦନୁଯାୟୀ ରତ୍ନ ସିଂହାସନ ଅନୁରପୂ ଶାଳକାଠରେ ଏକ ସିଂହାସନ ନିର୍ମାଣ କରାଯାଇ ଉକ୍ତ ସ୍ଥାନରେ ସ୍ଥାପନ କରାଗଲା । ଦିଅଁମାନଙ୍କୁ ରତ୍ନସିଂହାସନରୁ ଦଇତାପତିମାନେ ପହଣ୍ଡିକରି ତା ୨୯.୧୧.୧୯୯୨ ପ୍ରାତଃକାଳରେ ଅସ୍ଥାୟୀ ସିଂହାସନକୁ ବିଜେ କରାଇଲେ । ଶ୍ରୀମନ୍ଦିରର ସମସ୍ତ ସେବକ ଓ କର୍ମଚାରୀଙ୍କ ଆନ୍ତରିକ ସାହଯ୍ୟ ଓ ସହଯୋଗ ଅବିସ୍ମରଣୀୟ ହୋଇ ରହିବ ।
ଯୁଦ୍ଧକାଳୀନ ଭିତ୍ତିରେ ଗର୍ଭଗୃହ ଓ ଅନ୍ୟାନ୍ୟ ସ୍ଥାନର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଇ ମେ, ୧୯୯୩ ସୁଦ୍ଧା ସମାପନ କରାଯିବା ସକାଶେ ଗୋଟିଏ ଟାସ୍କଫୋର୍ସ ଗଠନ କରାଗଲା । ଏହାର ପ୍ରତ୍ୟକ୍ଷ ତଦାରଖ ଦାୟିତ୍ୱରେ ନିର୍ମାଣ ବିଭାଗ ଶାସନ ସଚିବ ଓ ପ୍ରତ୍ନତତ୍ତ୍ୱ ସଂସ୍ଥାର ମହାନିର୍ଦ୍ଦେଶକ ରହିଲେ ।
କୋରବେଲ୍‍ ନିବା ସ୍ଥାନରେ ନୂତନ ଖୋଦିତ ପର ଖଞ୍ଜାଗଲା । ଅଭ୍ୟନ୍ତର ବା ଭିତର କାନ୍ଥର ଉପରିଭାଗକୁ ବିନ୍ଧ କରାଯାଇ ପି.ଏମ୍‍. ସିମେଣ୍ଟ (polymer modified cement)ତରଳ ଯାନ୍ତୁଣି ମସଲା (liquid mortar) ଦ୍ୱାରା ଢଳେଇ କରାଯାଇ ଦୃଢ଼ୀଭୂତ କରାଗଲା । କୋରବେଲ୍‍ ପରମାନଙ୍କୁ ଷ୍ଟେନ୍‍ଲେସ୍‍ ଷ୍ଟିଲ୍‍ ରଡ଼୍‍ଦ୍ୱାରା ଧରି ରଖାଯାଇ ଇପୋକ୍ସି (epoxy)ମୋର୍ଟାର ଦ୍ୱାରା ମୁଦ କରାଗଲା । ଗଭଗ ର୍ ହୃ ମଧ୍ୟରେ ଖଞ୍ଜାଯିବାପାଇଁ ଏକ ସ୍ୱତନ୍ତ୍ର ଇସ୍ପାତ ରଡ୍‍଼ ଦୁର୍ଗାପୁର ଷ୍ଟିଲ୍‌ପ୍ଲାଣ୍ଟରୁ ଅଣା ଯାଇିଲା । ଗର୍ଭଗୃହ ଛାତକୁ ଅଧିକ ସୁଦୃଢ଼ କରିବା ତା ଭାର ବହନ କରିବାପାଇଁ ଷ୍ଟେନ୍‍ଲେସ୍‍ ଷ୍ଟିଲ୍‍ର ଏକ ଭାର ଧାବକ ଠେସ (truss) ଛାତ ତଳେ ସ୍ଥାପନ କରାଗଲା । ଏହାର ନକ୍‍ସା ଖଡ଼ଗପୁର ଆଇ.ଆଇ.ଟି.ର ପ୍ରଫେସର ଏ.ପି.ଗୁପ୍ତ ପ୍ରସ୍ତତୁ କରିଥିଲେ ଓ ଓଡ଼ିଶା କ୍ଷୁଦଶ୍ରିଳ୍ପ ନିଗମ ଏହାକୁ ନିର୍ମାଣ କରିିଲେ ।
ବଡ଼ଦେଉଳରେ ତିନିଟି ମହଲା ରହିଅଛି । ପ୍ରେମ ଓ ଦ୍ୱିତୀୟ ମହଲାର ଭିତର କାନ୍ଥକୁ ଆବଶ୍ୟକ ଜାଗାରେ ଢଳେଇ କରାଯାଇ ସୁଦୃଢ଼ କରାଯାଇିଲା । ଦ୍ୱିତୀୟ ମହଲାର ଚଟାଣରେ ପଡ଼ିିବା କେତେଗୁଡ଼ିଏ ଭଗ୍ନ କୋର୍େ‍ ବଲ୍‍ ପର ଖଣ୍ଡକୁ ବାହାର କରାଯାଇିଲା । କୋଲକାତାର ଦୁଇଟି ବିଖ୍ୟାତ୍‍ ଫାର୍ମ କାଲଟେକ୍‍ (caltech) ଓ ସିକୋ (cico) ଦ୍ୱାରା ଢଳେଇ କାର୍ଯ୍ୟ କରାଯାଇିଲା ା ଗର୍ଭଗୃହର ଭିତର କାନ୍ଥମାନଙ୍କୁ ଦୃଢ଼ କରିବାପାଇଁ ୯ଟି କୋରବେଲ୍‍ ପର ଓ

୨୭୦ ଶ୍ରୀଜଗନ୍ନାଥ