ପୃଷ୍ଠା:ShreeJagannath.pdf/୨୭୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣ ଲେଖାଏଁ (ମୋଟ ୬୦ ଜଣ) ସାହାଯ୍ୟକାରୀ ବଢ଼େଇ ରହନ୍ତି । ଏମାନଙ୍କୁ “ଭାଇପୁଅ କୁହାଯାଏ ଓ ଏମାନେ ବିଧିବଦ୍ଧ ସେବକ ନୁହଁନ୍ତି । ମହାରଣା, ଭୋଇ, ରୂପକାର, କମାର ଓ ଭାଇପୁଅମାନେ ରଥ ନିର୍ମାଣ ବେଳେ ଦୈନିକ ମଜୁରୀ ପାଆନ୍ତି । ଏହି ମଜୁରୀ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥାନ୍ତି । ମଜୁରୀ ବ୍ୟତୀତ ମହାରଣାମାନେ ରଥକାଠର କିଛି ଅଂଶ (ରସଦାୟକ) ପାଆନ୍ତି । ‘ରଥ ପୁରସ୍କାର ନାମରେ ସ୍ବତନ୍ତ୍ର ଆର୍ଥିକ ପୁରସ୍କାର ମହାରଣା, ଭୋଇ, ରୂପକାର, କମାର ଓ କରତି ପାଆନ୍ତି । ଏତଦ୍‌ବ୍ୟତୀତ, ଏମାନେ ଝଡ଼େଇଲଦା ତାଡ଼ ଓ ଅନ୍ୟାନ୍ୟ କେତେକ ପ୍ରସାଦ ଓ ଦ୍ରବ୍ୟ ପ୍ରାପ୍ୟ ଆକାରରେ ପାଇଥାନ୍ତି ।
ପ୍ରତ୍ୟେକ ରଥ ପାଇଁ ୪ଟି ଲେଖାଏଁ ମୋଟ ସର୍ବାଧିକ ୧୨ଟି) ରଥଟଣା ଦଉଡ଼ି ଆବଶ୍ୟକ ପଡ଼େ । ପ୍ରତ୍ୟେକ ବର୍ଷ କିଛି ନୂଆ ଦଉଡ଼ି କିଣା ହୋଇ ଆସେ । କେରଳ ସରକାରଙ୍କ ଏର କର୍ପୋରେସନ୍ ସହିତ ଯୋଗାଯୋଗ କରାଯାଇ ରଥଟଣା ଦଉଡ଼ି କିଣାଯାଉଥିଲା । ୨୦୧୧ଠାରୁ ରଥଯାତ୍ରାପାଇଁ ଓଡ଼ିଶା କତା ନିଗମରୁ କିଣାଯାଇଅଛି । ରଥଟଣା ଦଉଡ଼ି କତାରେ ତିଆରି ଓ ତୈଳାକ୍ତ (oiled) । ଏହାର ଗୋଲେଇ ୮ ଇଞ୍ଚ ଓ ଲମ୍ବା ୨୫୦ ଫୁଟ । ରଥଟଣା ଦଉଡ଼ି ବ୍ୟତୀତ କେତେକ ଘର ଦଉଡ଼ି (cordon rope)ର ଆବଶ୍ୟକତା ପଡ଼ିଥାଏ । ଘର ଦଉଡ଼ି ମଧ୍ୟ କତାରେ ତିଆରି; କିନ୍ତୁ ତୈଳାକ୍ତ ନୁହେଁ । ଏହି ଦଉଡ଼ିର ଗୋଲେଇ ୩ଇଞ୍ଚ ଓ ଲମ୍ବା ୨୫୦ ଫୁଟରୁ ୪୫୦ ଫୁଟ ଯାଏଁ ହୋଇଥାଏ ।
ତିନି ରଥ ଉପରେ ଆଚ୍ଛାଦନପାଇଁ ପ୍ରାୟ ଏକ ହଜାର ମିଟରର ତଥା ବିଭିନ୍ନ ରଙ୍ଗର ନାଲି, ସବୁଜ, ହଳଦିଆ ଓ କଳା) ସୂତା କପଡ଼ା ବ୍ୟବହୃତ ହୁଏ । ଏହି କନା ଅନେକ ବର୍ଷ ହେଲା ଚୌଦ୍ବାର ଓ.ଟି.ଏମ୍.ରୁ ପ୍ରତିବର୍ଷ କିଣା ହୋଇ ଆସୁଥିଲା, ସଂପ୍ରତି ଅନ୍ୟ ସଂସ୍ଥାରୁ କିଣା ହେଉଥିବା ଜଣାଯାଏ, ଯେହେତୁ ଓ.ଟି.ଏମ୍. ବନ୍ଦ ହୋଇଗଲାଣି ।
ବଡ଼ଠାକୁରଙ୍କ ରଥ (ତାଳଧ୍ବଜରେ ନାଲି ଓ ସବୁଜ କନା ଲାଗେ । ମହାପ୍ରଭୁଙ୍କ ରଥ (ନନ୍ଦିଘୋଷ)ରେ ନାଲି ଓ ହଳଦିଆ କନା ଏବଂ ସୁଭଦ୍ରାଙ୍କ ରଥ (ଦେବଦଳନ)ରେ ନାଲି ଓ କଳା କନା ଲାଗେ । ତାଳଧ୍ବଜ, ନନ୍ଦିଘୋଷ ଓ ଦେବଦଳନ ବା ଦର୍ପଦଳନ ରଥମାନ ଯଥାକ୍ରମେ ୧୪,୧୬ ଓ୧୨ ଚକ ବିଶିଷ୍ଟ । ଚକର ଉଚ୍ଚତା ଯଥାକ୍ରମେ ୬ଫୁଟ ୬ଇଞ୍ଚ, ୬ ଫୁଟ ଓ ୬ ଫୁଟ ୮ ଇଞ୍ଚ । ରଥର ଉଚ୍ଚତା (କଳସଠାରୁ ଭୂମିଯାଏ) ହେଲା ତାଳଧ୍ବଜର ୪୬ ଫୁଟ ୪ ଇଞ୍ଚ, ନନ୍ଦିଘୋଷର ୪୫ ଫୁଟ ୧୧ ଇଞ୍ଚ ଓ ଦେବଦଳନର ୪୨ ଫୁଟ ।
ରଥର ନିର୍ମାଣ ପରେ ରଥଯାତ୍ରାପାଇଁ ରଥଗୁଡ଼ିକ ଯାନ୍ଥିକ ଦୃଷ୍ଟିକୋଣରୁ ଉପଯୁକ୍ତ ବୋଲି ପୁରୀ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏକ ‘ଫିଟ୍‌ନେସ୍' ସାର୍ଟିଫିକେଟ୍ ଦିଅନ୍ତି । ସେ ବିଭିନ୍ନ ସମୟରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ତଦାରଖ କରିଥାନ୍ତି । ଶ୍ରୀମନ୍ଦିର ପ୍ରଶାସକ, ସହକାରୀ ପ୍ରଶାସକ ରଥନିର୍ମାଣ, ରଥ କାଠ ଆସିବା ଓ ମହାରଣା ଏବଂ ଭୋଇମାନଙ୍କ ମଜୁରୀ ତଥା ଅନ୍ୟାନ୍ୟ ପ୍ରାପ୍ୟ ପାଉଣା କଥା ବୁଝିଥାନ୍ତି । ରଥନିର୍ମାଣର ବୈଷୟିକ ତତ୍ତ୍ୱାବଧାନ ପୁରୀ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କରନ୍ତି ।

ଛାଞ୍ଚ:ରହ