ପୃଷ୍ଠା:ShreeJagannath.pdf/୨୭୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରମ୍ପରାନୁସାରେ ଦାରୁ ଶଗଡ଼ି ଛଇତନା, ନୂଆନଈ ରାସ୍ତାରେ ପୁରୀକୁ ଆସିଲେ ଗୁଣ୍ଡିଚା ମନ୍ଦିର ପାର୍ଶ୍ୱସ୍ଥ ନୃସିଂହ ମନ୍ଦିର ନିକଟରେ ରହେ। ପିପିଲି, ସାତଶଙ୍ଖ, ସାକ୍ଷୀଗୋପାଳ ଓ ଚନ୍ଦନପୁର ଦେଇ ଆସିଲେ ଅଠର ନଳା ନିକଟସ୍ଥ ଆଲାମ ଚଣ୍ଡୀ ମନ୍ଦିର ନିକଟରେ ରହେ । ପରଦିନ ସକାଳେ ଦାରୁ ଶଗଡ଼ିକୁ ଘଣ୍ଟ, ଛତି ଓ କାହାଳୀ ସହ ପଟୁଆରରେ ଶ୍ରୀମନ୍ଦିରକୁ ଅଣାଯାଏ । ଶ୍ରୀମନ୍ଦିରର ଉତ୍ତର ଦ୍ବାରବାଟେ ଦାରୁ ଶଗଡ଼ି ପାହାଚ ଚଢ଼ି କେଇଲି ବୈକୁଣ୍ଠ ମଧ୍ୟକୁ ପ୍ରବେଶ କଲେ ସେଠାରେ ପଣା ଭୋଗ କରାଯଇ ଦାରୁ ଶଗଡ଼ିକୁ ସେଠାରେ ନିର୍ମିତ ଅସ୍ଥାୟୀ ଦାରୁ ଘରେ ରଖାଯାଏ । ବିଧି ଅନୁସାରେ ପ୍ରଥମେ ସୁଦର୍ଶନ, ତା’ ପରେ ଯଥାକ୍ରମେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ମହାପ୍ରଭୁଙ୍କ ଦାରୁ ଶଗଡ଼ି ପୁରୀକୁ ଅଣାଯାଏ । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହା ଅଣାଯିବା ବିଧି ।
ଗତ ନବ କଳେବର (୧୯୯୬)ରେ ଦାରୁ ମିଳିଥିବା ସ୍ଥାନ:
ଶ୍ରୀ ସୁଦର୍ଶନଙ୍କ ଦାର- କଟକ ଜିଲ୍ଲା ନିଆଳି ବ୍ଲକ ମାଧବ ମୌଜାର ବିଶୋଇ ତିହ ସାହିଁ । (୨୦.୪.ରେ ଦାରୁ ଶଗଡ଼ି ଶ୍ରୀମନ୍ଦିରରେ ପହଞ୍ଚିଲା ।) ଶ୍ରୀ ବଳଭଦ୍ରଙ୍କ ଦାରୁ- କଟକ ଜିଲ୍ଲା ସାଲେପୁର ବ୍ଲକର ରାମକୃଷ୍ଣପୁର ଗ୍ରାମ (୮.୫.ରେ ଶ୍ରୀମନ୍ଦିରରେ ପହଞ୍ଚିଲା ।) ଦେବୀ ସୁଭଦ୍ରାଙ୍କ ଦାରୁ- ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ମାଲଦା ଗ୍ରାମ । ( ୯.୫.ରେ ଶ୍ରୀମନ୍ଦିରରେ ପହଞ୍ଚିଲା ।) ଶ୍ରୀଜଗନ୍ନାଥଙ୍କ ଦାରୁ ଖୋର୍ଦ୍ଧା ଜିଲ୍ଲାର ଦଧିମାଛଗାଡ଼ିଆ ଗ୍ରାମ ( ୧୨.୫ରେ ଶ୍ରୀମନ୍ଦିରରେ ପହଞ୍ଚିଲା ।)
କୋଇଲି ବୈକୁଣ୍ଠରେ ଚାରି ଦାରୁ ଶଗଡ଼ି ରହିବାପାଇଁ ଦାରୁଘର, ନୃସିଂହ ମଣ୍ଡପ, ନ୍ୟାସ ମଣ୍ଡପ, ଦାରୁସ୍ନାନ ମଣ୍ଡପ, ଏକାଦଶ କଳସ ମଣ୍ଡପ, ଯଜ୍ଞ ମଣ୍ଡପ, କର୍ମ କୁଟୀର ଏବଂ ଅଙ୍କୁରାରୋପଣ ଗୃହ ନିର୍ମାଣ କରାଯାଏ ।
ତା: ୩୦-୫-୯୬ (ଚମ୍ପକ ଦ୍ୱାଦଶୀ)ରେ ସାତଜଣ ବ୍ରାହ୍ମଣ ବରଣ, ଅଙ୍କୁରାରୋପଣ (ଅଙ୍କୁରାରୋପଣ ଗୃହରେ) ଆରମ୍ଭ ହୋଇଥିଲା । ଅଙ୍କୁରାରୋପଣ ପାଇଁ ଶୁଭ ବେଳା ସଂଧ୍ୟା ୭ଟା୩୫ରୁ ରାତି ୯ଟା ୪୫ ଭିତରେ ସ୍ଥିର କରାଯାଇଥିଲା ।
ତା : ୧-୬ ରେ ଦେବସ୍ମନ ନୀତି ପାଳିତ ହୋଇଥିଲା । ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନ ନୀତି ହେବା ସଙ୍ଗେ ସଙ୍ଗେ କୋଇଲି ବୈକୁଣ୍ଠରେ ନିର୍ମିତ ଦାରୁଘରେ ଦାରୁମାନଙ୍କୁ ସଂପୃକ୍ତ ସେବକମାନଙ୍କ ଦ୍ବାରା ବିଧି ଅନୁସାରେ ସ୍ନାନ କରାଯାଇ ଥିଲା ।
୩ତାରିଖ ଦିତୀୟା)ରେ ଅନ୍ୟାନ୍ୟ ବାହ୍ମଣ ବରଣ, ବିଦ୍ୟାପତି, ବିଶ୍ବାବସୁ ଓ ବିଶ୍ୱକର୍ମା । ବରଣ, ଅଗ୍ନି ସ୍ଥାପନ, ବହିର୍ବନଯାଗ ଯଜ୍ଞ (କର୍ମ କୁଟୀରରେ) ହୋଇଥିଲା । ଶ୍ରୀମନ୍ଦିର ଦକ୍ଷିଣୀ ଘରେ ବିରାଜିତ ଲକ୍ଷ୍ମୀ ନୃସିଂହ ବିଗ୍ରହକୁ ପତି ମହାପାତ୍ର ବିଜେ କରିନେଇ କୋଇଲି ବୈକୁଣ୍ଠରେ ପୂର୍ବୋକ୍ତ ନୃସିଂହ ମଣ୍ଡପରେ ସ୍ଥାପନ କରିଥିଲେ । ଉକ୍ତ ଦିନ ରାତିରେ ପୁଣି ଥରେ ଅଙ୍କୁରାରୋପଣ କାର୍ଯ୍ୟ ବ୍ରାହ୍ମଣମାନେ କରିଥିଲେ । ପରବର୍ତ୍ତୀ ଦିନ ( ୪ତାରିଖ) ବ୍ରାହ୍ମଣ ବରଣ, ମଣ୍ଡଳାଦି କର୍ମ ଶେଷ କରାଗଲା । ୫ତାରିଖ (ଚତୁର୍ଥୀରେ ଅନ୍ୟାନ୍ୟ ବ୍ରାହ୍ମଣ ବରଣ, ପ୍ରତିଷ୍ଠା କର୍ମ ଓ ବିଗ୍ରହ ନିର୍ମାଣ ଆରମ୍ଭ (କର୍ମ କୁଟୀରରେ) ହୋଇଥିଲା । ପୁନର୍ବାର ବିଦ୍ୟାପତି ଓ ବିଶ୍ବାବସୁ ବରଣ,

୨୮୦ ଶ୍ରୀଜଗନ୍ନାଥ