କଳାକନାଟି- ଛତାର ସେବକ
କାଣ୍ଡ ହେଙ୍ଗୁଡ଼- ବେଣ୍ଟନୀତିରେ ବ୍ୟବହୃତ ଶର
କାଣ୍ଡ ହେଙ୍ଗୁଳ- ଶାରଦୀୟ ପୂଜାରେ ବିମଳା ଠାକୁରାଣୀଙ୍କୁ ଅର୍ପିତ ନାଲି ଶାଢି
ଖଟୁଆ ନିତିଆନି- ମାଛ
ଖଡ଼ି ପ୍ରସାଦ- ଅଣସରରେ ଶ୍ରୀମୁଖ ଚିିତ୍ରଣରେ ବ୍ୟବହୃତ ଖଡ଼ି ଆଦି ସାମଗ୍ରୀର ଅବଶେଷ
ଖଦି ଚାମର- ଠାକୁରଙ୍କୁ ବିଞ୍ଚିବାପାଇଁ ବ୍ୟବହୃତ ଚଉଡ଼ା ଖଣ୍ଡୁଆ
ଖଳି ପ୍ରସାଦ- ଶ୍ରୀଅଙ୍ଗରେ ଲେପନ ନିମନ୍ତେ ଗହମରେ ପ୍ରସ୍ତୁତ ଖଳି
ଖଲର- ତ୍ରୁଟି
ଖେଇ / କ୍ଷେଇ- ସେବାର ପ୍ରାପ୍ୟ ଭାବରେ ମିଳୁଥିବା ଭୋଗର ଅଂଶ
ଗଦିଫେଟା- ଚଉଡ଼ା ନୂଆ କନା
ଘଣ୍ଟଛତା ଭୋଗ- ଘଣ୍ଟ, ଛତି, କାହାଳୀ ସହିତ ଆଗରେ ତଳିଚ୍ଛ ଓ ପ୍ରଧାନୀ ସେବକଙ୍କ ହାତପଇଠରେ ନିଆଯାଉଥିବା ନୈବେଦ୍ୟ
ଚଉପଟ- ଦାରୁ ନିମନ୍ତେ ବୃକ୍ଷ କଟାଯାଇ ଗଡ଼ ଗଡ଼ କରାଯିବା ପରେ ଅବଶିଷ୍ଟ ମଞ୍ଜ ଅଂଶ ଚଉସରା- ଚାରିସରିଆ ମାଳ
ପ୍ରସାଦଲାଗି- କେତେକ ନୀତିରେ ପୂଜା ବସିବା ପୂର୍ବରୁ ଠାକୁରଙ୍କ ବକ୍ଷ ଦେଶରେ ଟିକିଏ ଚନ୍ଦନ ଲାଗି କରାଯାଏ । ତା'ପରେ ଧୂପ ବନ୍ଦାପନା ଶେଷ ହୋଇ ସେହି ଚନ୍ଦନ ମଇଲମ କରାଯାଏ । ସର୍ବାଙ୍ଗ- କେତେକ ବିଶେଷ ନୀତିରେ ଚନ୍ଦନରେ କର୍ପୂର, କେଶର, ଚୁଆ, କସ୍ତୁରୀ ପଡ଼ି ଦିଅଁଙ୍କ ସର୍ବାଙ୍ଗରେ ଲେପନ କରାଯାଉିବାରୁ ତାହାକୁ ସର୍ବାଙ୍ଗ କୁହାଯାଏ । ଘଣ୍ଟ, ଛତା, କାହାଳୀ ସହ ଚନ୍ଦନ ଘରୁ ପିଙ୍ଗଣରେ ଚନ୍ଦନ ବିଜେ କରାଗଲେ ତାହାକୁ "ଘଣ୍ଟ ଛତା ସର୍ବାଙ୍ଗ" କୁହାଯାଏ ।
ଚନ୍ଦନ ଅର୍ଗଳି- ଭିତର କାଠ
ଚାର / ଚାରମାଳ- ତାଳଗଡ଼ରେ ତିଆରି ଘୋଷରା ପାହାଚ । ଘୋଷରା ତଳେ ବନ୍ଧାଯାଇଥିବା କାଠଗଡ଼କୁ ମାଲ (ମାଳ) କୁହାଯାଏ ।
ଜଉଡାବ- ଜଉରେ ତିଆରି ବେଲୁନ୍ ଭଳି ପଦାର୍ଥ । ଏଥିରେ ଫଗୁ ରଖାଯାଇ ଫଗୁଖେଳ ହୁଏ ।
ଜନକପୁରୀ- ଗୁଣ୍ଡିଚା ଘର
ଟେରା- ଆଢ଼ୁଆଳ ପାଇଁ କନାର ପରଦା
ଠାଆ ସଜ- ଭୋଜନ ନିମନ୍ତେ ଆବଶ୍ୟକ ପାତ୍ରସମୂହ
ଡମ୍ବରୁ- ଡମ୍ବରୁ ଆକୃତିର ଆସନ
୨୯୦ * ଶ୍ରୀଜଗନ୍ନାଥ