ଏହି ପୃଷ୍ଠାଟି ବୈଧ ହୋଇସାରିଛି

୪. ଭିତରଛ ମହାପାତ୍ର

ପ୍ରତ୍ୟହ ଭୋରରୁସିଂହଦ୍ୱାରରେ ଉପସ୍ଥିତ ହୋଇ ସିଂହଦ୍ୱାର କବାଟ ଫିଟାଇବାକୁ ଆଦେଶ ଦିଅନ୍ତି ଓ ପତିତପାବନ ଠାକୁରଙ୍କ ଦ୍ୱାର ଫିଟାନ୍ତି । ପରେ ଜୟବିଜୟ ଦ୍ୱାରକୁ ଯାଇ ସେଠାରେ ପ୍ରତିହାରୀ, ମୁଦୁଲି, ମେଳାପ ଓ ଅଖଣ୍ଡ ମେଳାପଙ୍କ ଉପସ୍ଥିତିରେ ପୂର୍ବରାତ୍ର ପହୁଡ଼ ବେଳେ ତଳିଛ ମହାପାତ୍ର ଦେଇଥିବା ମୁଦ ତଦାରଖ କରିବା ପରେ ମୁଦୁଲିଙ୍କୁ ଦକ୍ଷିଣ ଦ୍ୱାର ମୁଦ ଭାଙ୍ଗିକବାଟ ଖୋଲିବାକୁ କୁହନ୍ତି । ସେହିପରି ବିଧି ମୁତାବକ ଜୟ ବିଜୟ ହାରର ମୁଦ, କଳାହାଟ ଦ୍ୱାରର ମୁଦ ଖୋଲାନ୍ତି । ସକାଳେ ମଙ୍ଗଳ ଆଳତିରେ ଏହି ସେବକ ମହାପ୍ରଭୁଙ୍କ ବାଡ଼ (ଜଗନ୍ନାଥଙ୍କର)ରେ ଆଳତି କରନ୍ତି ।

ଅମୋଣିଆ ପରିଚ୍ଛା ହିସାବରେ ଭୋଗ ପନ୍ତିରେ ଠିକ୍ ଭାବରେ ଲାଗିଲା କି ନାହିଁ ତଦାରଖ କରନ୍ତି । ଦୈବାତ୍ ଭୋଗ ମାରା ହେଲେ ଭୋଗ ପୂଜା ଛାଡ଼ି ଆସିବାକୁ ପୂଜାପଣ୍ଡାଙ୍କୁ କହନ୍ତି । ଯଦି ସଙ୍ଖୁଡ଼ି ବା ମାରା ଭୋଗ ଥାଏ, ତାହା ସଂପୃକ୍ତ ସେବକଙ୍କଦ୍ୱାରା ବାହାର କରାଇ ଦିଅନ୍ତି । ପ୍ରତ୍ୟେକ ଗୁରୁବାର ‘ମାଜଣା’ ନୀତିରେ ବନ୍ଦାପନା ଓ ପ୍ରସାଦ ଲାଗି କରନ୍ତି । 'ଦଣ୍ଡଛତ୍ର ଲାଗି ନୀତି'ରେ ମହାପ୍ରଭୁଙ୍କ ବାଡ଼ରେ ଦଣ୍ଡଛତ୍ର ଧରନ୍ତି । ପୌଷ ପୂର୍ଣ୍ଣିମା ନୀତିରେ ସିଂହାସନରେ ଦଣ୍ଡଛତ୍ର ଧରନ୍ତି । ପ୍ରତ୍ୟେକ ଏକାଦଶୀ ଦିନ ଜୟ ବିଜୟ ଦ୍ୱାରରେ ମଦନ ମୋହନଙ୍କ ବନ୍ଦାପନା କରନ୍ତି । 'ଦୟଣାଚୋରି' ନୀତିରେ ଜଗନ୍ନାଥ ବଲ୍ଲଭ ମଠ ଅଧିକାରୀଙ୍କୁ ଓ ସ୍ନାନପୂର୍ଣ୍ଣିମା ବେଦୀରେ ରାଘବ ଦାସ ମଠ ମହନ୍ତଙ୍କୁ ଶାଢ଼ି ବାନ୍ଧିବା ଏହାଙ୍କ କାର୍ଯ୍ୟ । ରାଜଗୁରୁ, ସନ୍ଥ ମହନ୍ତ, ରାଜା ମହାରାଜା, ତଡ଼ାଉ ଓ ଦେଉଳକରଣଙ୍କୁ ମହାନାୟକ ଶାଢ଼ି ବାନ୍ଧନ୍ତି ।

ଏହାର ଅନ୍ୟ ଏକ ସେବା ହେଲା ମୁଦୁଲି ମହାଜନ ସେବା । ନନ୍ଦ ଉତ୍ସବ ନୀତିରେ ଦୁଧ ମେଲାଣ ଓ ଦୁଧ ସମର୍ପଣ କରନ୍ତି । ନନ୍ଦ ରାଜା ବେଶ ସାଜି ନନ୍ଦ ଉତ୍ସବ କରାନ୍ତି । ବେଣ୍ଟ ନୀତିରେ ଜଗନ୍ନାଥ ବଲ୍ଲଭ ମଠରେ ତୀର ଛୁଇଁ ଲେଙ୍କା ସେବକଙ୍କୁ ଦିଅନ୍ତି ଓ ବନ୍ଦାପନା ନୀତି କରନ୍ତି । ଦୋଳପୂର୍ଣ୍ଣିମା ବାହୁଡ଼ା ବିଜେରେ, ପଣା ସଂକ୍ରାନ୍ତିରେ, ଅଶୋକାଷ୍ଟମୀରେ, ହଳଦୀପାଣି ଦିନ ନରେନ୍ଦ୍ର ପୋଖରୀ ଚାପରେ, ଭଉଁରୀ ଦିନ ଜଗତି ଉପରେ, ବାହୁଡ଼ାବେଳେ ଜୟବିଜୟ ଦ୍ୱାରରେ, ଶୀତଳ ଷଷ୍ଠୀ ଦିନ, ରୁକ୍ମିଣୀ ବିବାହ ଦିନ ବିମଳା ମନ୍ଦିରରେ (ଲକ୍ଷ୍ମୀଙ୍କ) ବନ୍ଦାପନା କରନ୍ତି । ଲକ୍ଷ୍ମୀଙ୍କୁ ବିମଳା ମନ୍ଦିରରୁ ଆଣି ମଦନମୋହନଙ୍କ ରଥରେ ରୁନ୍ଧିବା, ରୁକ୍ମିଣୀ ବିବାହରେ କନ୍ୟା କର୍ତ୍ତା ହେବା, ଚମ୍ପକ ଦ୍ୱାଦଶୀ ଦିନ ବରକନ୍ୟାଙ୍କୁ ଯମେଶ୍ୱର ମନ୍ଦିରରେ ବନ୍ଦାପନା ଓ ପ୍ରସାଦ ଲାଗି, ହେରାପଞ୍ଚମୀ ଦିନ, ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲକ୍ଷ୍ମୀଙ୍କୁ ଦହି ପଟୋଇ, ଭୋଗ ଓ ବନ୍ଦାପନା, ଲକ୍ଷ୍ମୀ ନାରାୟଣ ଭେଟ ସମୟରେ ଦହି ପଟୋଇ ଭୋଗ ମଣୋହି, ନୀଳାଦ୍ରି ବିଜେ ଦିନ ଭେଟ ମଣ୍ଡପରେ ବନ୍ଦାପନା, ଗରୁଡ଼ଙ୍କ ବନ୍ଦାପନା, ଜଗନ୍ନାଥ ରଥରୁ ସିଂହାସନ ବିଜେ କାଳରେ ରୁକ୍ମିଣୀଙ୍କ ଗଇଁଠାଳ ଫିଟାରେ ଦହି ପଟୋଇ ଘଷା, ବିଡ଼ିଆ ମଣୋହି ଓ ଭୋଗ କରିବା, ମୁଦିରଥଙ୍କ ସହ ନନ୍ଦୋତ୍ସବରେ ପ୍ରସାଦଲାଗି ଓ ଆଳତି, କାଳୀୟଦଳନ ଏକାଦଶୀରୁ ମହାଭୋଇ ଘରକୁ ଯିବାବେଳେ ବନ୍ଦାପନା, ଲବଣୀଖିଆଠାରେ ବନ୍ଦାପନା, ଋଷି ପଞ୍ଚମୀ, ଅନନ୍ତ ବ୍ରତ ଓ ଲକ୍ଷ୍ମୀ ବ୍ରତରେ ବନ୍ଦାପନା, ଦମନକ ଯାତ୍ରା ଓ ଦମନକ ଚୋରିରେ ପରମେଶ୍ବରଙ୍କୁ ଦୟଣା ଅର୍ପଣ, ଚମ୍ପକ

ଶ୍ରୀଜଗନ୍ନାଥ । ୬୧