ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱାଦଶୀରେ ଶ୍ରୀନଅରରେ ବନ୍ଦାପନା, ଚାପକୁ ଲକ୍ଷ୍ମୀଙ୍କୁ ବିଜେ କରାଇବା, ଚନ୍ଦନ ଯାତ୍ରାରେ ଲକ୍ଷ୍ମୀଙ୍କୁ ଜଳ ବିଜେ କରାଇବା, ଚନ୍ଦନ ବେଶ କରାଇବା, ଇନ୍ଦ୍ର ଗୋବିନ୍ଦ ନୀତିରେ ବନ୍ଦାପନା କରିବା ଇତ୍ୟାଦି କାର୍ଯ୍ୟ କରନ୍ତି । ଏ ହେଉଛନ୍ତି ମହାନାୟକ ଶାଢ଼ିବନ୍ଧା, ଏକାଏକ ସେବକ । ରାଜାଙ୍କଠାରୁ ନଅର ଦ୍ୱାରରେ ଶାଢି ପାଆନ୍ତି । ବ୍ରତ ପରେ ସେବା କରନ୍ତି । ସେବା ବଂଶାନୁକ୍ରମିକ । ତଳିଛଙ୍କ ସମସ୍ତ ସେବା କରିପାରିବେ । ଏ ପୁଷ୍ପାଳକ ସେବା ମଧ୍ୟ କରନ୍ତି ।

୫. ତଳିଛ

ପ୍ରତ୍ୟହ ସଂଧ୍ୟା ଆଳତି ସମୟରେ ମହାପ୍ରଭୁଙ୍କ ବାଡ଼ରେ ଆଳତି କରନ୍ତି । ରାତ୍ର ପହୁଡ଼ ପରେ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ବନ୍ଦ ହୋଇ ମୁଦ୍ରାସେବକ ମାଟି ଲଗାଇଲେ ତଳିଛ ମାଟି ଉପରେ ଛାପା (ସିଲ୍) ଦିଅନ୍ତି ଓ ଭିତର ଠିକ ଭାବରେ ଶୋଧ ହୋଇଛି କି ନାହିଁ ଦେଖନ୍ତି । ଅମୋଣିଆ ପରିଚ୍ଛା ହିସାବରେ ରୋଷ ଘର ଧୋପଖାଳ ପରେ ପରିଷ୍କାର ଥିଲେ ପୂଜା ପଣ୍ଡାଙ୍କୁ ଡାକି ହୋମ କରାଇବାକୁ ରୋଷ ପାଇକ ଓ ମହାସୁଆରଙ୍କୁ କହନ୍ତି । ଅମୋଣିଆ ଦ୍ରବ୍ୟ ରୋଷକୁ ଆସିଲାବେଳେ ତାର ଶୁଦ୍ଧତା ଓ ଶିଷ୍ଟତା ତନଖି କରନ୍ତି । ଭୋଗ ସମୟରେ ଅଣସର ପିଣ୍ଡିରେ ଚାମର ସେବା କରନ୍ତି । ଘଣ୍ଟ ଛତା ଭୋଗ, ବେଢ଼ ଓ ନିର୍ଦ୍ଦିଷ୍ଟ ଦିନ ବିଜେମାନଙ୍କରେ ପ୍ରଧାନୀ ସହିତ କର ପୈଠ ହୋଇ ପଟୁଆର କରନ୍ତି । ରାଜପ୍ରାସାଦ ବିଜେରେ ମଧ୍ୟ ଏହା କରନ୍ତି । ସାତପୁରୀ ଅମାବାସ୍ୟା ପୂର୍ବ ଦିନ ଆଜ୍ଞାମାଳ ନିଜେ ନେଇ ଦକ୍ଷିଣକାଳୀଙ୍କୁ ଦିଅନ୍ତି । ସିଂହାସନରେ ଅସରପା ହେଲେ ତାକୁ ଧରାଇବା ଏହାଙ୍କ କାର୍ଯ୍ୟ । ରଥ ଉପରେ ଅଧର ହେଲେ ମହାପ୍ରଭୁଙ୍କ ବାଡ଼ରେ ଟେରା ଧରି ଠିଆ ହୁଅନ୍ତି । ସେବକମାନେ ଶାଢ଼ି ବନ୍ଧାଇବା ପାଇଁ ଅନୁମତି ବା ସୁପାରିଶ କରନ୍ତି । ପ୍ରତ୍ୟେକ ମହାନାୟକ ଶାଢ଼ି ବନ୍ଧାଇବାପାଇଁ ଅନୁମତି ବା ସୁପାରିଶ କରନ୍ତି । ପ୍ରତ୍ୟେକ ମହାନାୟକ ଶାଢ଼ି ବନ୍ଧାରେ ଶାଢ଼ି ଫିଟାନ୍ତି ।

ଏ ପୃଷ୍ଠାଳକ ଗୋଷ୍ଠୀର ମହାନାୟକ ଶାଢ଼ି ବନ୍ଧା ସେବକ । ବ୍ରତ ପରେ ସେବା କରନ୍ତି । ସେବା ବଂଶାନୁକ୍ରମିକ ।

୬. ମୁଦ୍ରହସ୍ତ (ମୁଦିରଥ)

ଏହି ସେବକ ଗଜପତି ମହାରାଜାଙ୍କ ପ୍ରତିନିଧି ସ୍ବରୂପ ସେବା କରନ୍ତି । ମହାରାଜା ବିଜେ ହୋଇ ନ ପାରିଲେ ତାଙ୍କର ଯାହା ଯାହା ସେବା ଅଛି ମୁଦ୍ରହୟ ସେ ସବୁ ସିଂହାସନ ତଳେ ଠିଆ ହୋଇ କରନ୍ତି । ପ୍ରତ୍ୟେକ ରାଜନୀତିରେ ଏ ତିନି ବାଡ଼ରେ ନୀତି କରନ୍ତି । ସର୍ବାଙ୍ଗ ବନ୍ଦାପନା ଓ ମଙ୍ଗଳାର୍ପଣରେ ବଡ଼ ଠାକୃରଙ୍କ ବାଡ଼ରେ ନୀତି କରନ୍ତି ।

ସ୍ନାନପୂର୍ଣ୍ଣମୀ ଦିନ ସୁନା ଗୋସାଇଁଙ୍କ ସହ ପ୍ରଥମ ଜଳଛେକ ଆଣନ୍ତି । ରଥଯାତ୍ରା, ବାହୁଡ଼ାଯାତ୍ରା ଓ ସ୍ନାନ ବିଜେମାନଙ୍କରେ ଡୋରଲାଗି ଓ ଅଞ୍ଜଳି ତିନିବାଡ଼ରେ କରନ୍ତି । ପୁଷ୍ୟାଭିଷେକ ଦିନ ଦଣ୍ଡଛତ୍ର ସଂସ୍କାର କରି ଭିତରଛଙ୍କୁ ଦିଅନ୍ତି । ଉକ୍ତ ଦିନ ନଅରକୁ ଯାଇ ରାଜାଙ୍କଠାରୁ ଶାଢ଼ି ବନ୍ଧାଇ ଆସନ୍ତି । ଗଜପତିଙ୍କ ଅନୁପସ୍ଥିତିରେ ରଥ ଉପରେ ଛେରା ପହଁରା ୬୨ । ଶ୍ରୀଜଗନ୍ନାଥ