ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଳିଆ ଘଟୁଆରି ଘରୁ ଚନ୍ଦନ ବି ଜେ ବେଳେ ଆଗରେ ବେତଧରି ଆସନ୍ତି । ପୌଷପୂର୍ଣିମା ଦିନ ତିନି ବାଡ଼ ରେ ରାଜନୀତି ସମୟରେ ବେତଧରି ମଣିମା ଡାକନ୍ତି ଓ ପୁଷ୍ପାଞ୍ଜଳି ଦିଅନ୍ତି । ଆଲଟଲାଗି ବେଳେ ମଣିମା ଡାକ ଦିଅନ୍ତି । ମୁଦିରଥ ଶାଢ଼ି ବନ୍ଧାଇବାକୁ ଗଲା ବେଳେ ତାଙ୍କ ସହିତ ଯାଆନ୍ତି । ମକର ସଂକ୍ରାନ୍ତି, ଦଶହରା, ଘୋଡ଼ ଓ ଦୟଣା ବେଢ଼ା ମାନଙ୍କରେ ଆଗରେ ବେତଧରି ଯାଆନ୍ତି । ପ୍ରତି ପହଣ୍ଡି ରେ ବେତ ଧରି ମଣିମା ଡାକନ୍ତି ଓ ଫୁଲ ପକାନ୍ତି । ଦଇତାପତିଙ୍କୁ ଟାହିଆ ଦିଅନ୍ତି । ଅଣସର ପିଣ୍ଡି ରେ, ରଥରେ ମାଳଚୂଳ ନେଇ ମୁଦିରଥଙ୍କ ଆଞ୍ଜୁଳି ନିମନ୍ତେ ଶୁଳ୍ପ ଫୁଲ ଦିଅନ୍ତି । ସାହାଣମେଲା ସମୟରେ ତିନିବାଡ଼ରେ ଝରି ଜଗନ୍ତି । ଅନ୍ୟ ସମୟରେ ଆମଦାନି ହେଲେ ଜଗନ୍ତି ।
ଖୁଣ୍ଟିଆ ସେବାର କେତେକ ଶ୍ରେଣୀ ଅଛି ଯଥା- ପାଳିଆ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ଘୋଡ଼ା ବାରିକ ଖୁଣ୍ଟିଆ ଓ ରୁକ୍ମିଣୀ ହରଣ ଖୁଣ୍ଟିଆ । ପ୍ରତ୍ୟେକ ବିଭାଗରେ କିଛି କିଛି ସ୍ବତନ୍ତ୍ର ସେବା ଅଛି । ବ୍ରତ ପରେ ଶଢ଼ି ବନ୍ଧାଛି । ସେବା ବଂଶାନୁକ୍ରମିକ ।
୧୪. ଭଣ୍ଡାର ମେକାପ
ଶ୍ରୀଜୀଉମାନଙ୍କର ଦୈନିକ ଲାଗି ସୁନା ଜିନିଷ ଏହାଙ୍କ ଜିମାରେ ରହେ । ସୁନାର ଶୟନଠାକୁର ୩ ମୂର୍ତ୍ତି, ସୁନାର ପୁଷ୍ପାଞ୍ଜଳି ଠାକୁର, ରୁପାର ଲୋକନାଥ ଓ ଦୁର୍ଗା ମୂର୍ତ୍ତି ଏହାଙ୍କ ମାରେ ଥାଏ । ଏ ତାଙ୍କର ସେବା କରନ୍ତି । କିନ୍ତୁ ପୂଜାପଣ୍ଡା ଭୋଗ ଲଗାନ୍ତି । ଚିତା, ରାହୁରେଖା ଆଦି ଲାଗି ନ ହୋଇଥିବାବେଳେ ଏହାଙ୍କ ପାଖରେ ରହେ । ଝୋବା ମଇଲମ ହେଲେ ପାଖରେ ରହେ । ରୁପ ପିଙ୍ଗ, ଝରି, ଜୟମଙ୍ଗଳ ସୁନା କର୍ପୂର ଆଳତି, ସୁନାପଦକ ଉପଚାର ତିନି ମୂର୍ତ୍ତି, ସୁନାର ଚାମର, ସୁନା ଖଡ଼ିକା, ସୁନା ଆଲଟ, ସୁନା ବେତ ଆଦି ଏହାଙ୍କ ଜିମାରେ ରହେ । ଭଣ୍ଡାର ଘରେ ବିଜେ ହୋଇଥିବା ସୁନା ଲକ୍ଷ୍ମୀ ମୂର୍ତ୍ତି, ରୁପା ସରସ୍ୱତୀ ମୂଷି ଏହାଙ୍କ ଜିମାରେ ରହେ ।
ଛେରା ପହଁରା ସମୟରେ ଫୁଲ ଛିଞ୍ଚନ୍ତି । ଚନ୍ଦନଲାଗି ବେଳେ କର୍ପୂର, କସ୍ତୁରୀ ଯୋଗାନ୍ତି । ଶାଢ଼ି ବନ୍ଧାରେ ଚନ୍ଦନ ଛାପ ଦିଅନ୍ତି । ଏ ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ପାଳିଆ ମେକାପଙ୍କ ମଧ୍ୟରୁ ବିଶ୍ବାସଯୋଗ୍ୟ ବ୍ୟକ୍ତିଙ୍କୁ ଏ ସେବା ବ୍ୟସ୍ତ କରାଯାଏ । ତେଣୁ ଏ ସେବା ବଂଶାନୁକ୍ରମିକ ନୁହେଁ ।
୧୫. ପାଳିଆ ମେକାପ
ପ୍ରତ୍ୟହ ଦ୍ୱାରଫିଟା ସମୟରେ ଉପସ୍ଥିତ ହେବା, ରାତିରେ ଜୟବିଜୟ ଦ୍ୱାର ଜଗି ରହିବା, ଅଖଣ୍ଡ ମେକାପ ସହ ବଇଠା ଧରି ଶ୍ରୀଜୀଉଙ୍କର ଶ୍ରୀଅଙ୍ଗ ଦେଖିବା, ମଙ୍ଗଳ ଆଳତି ସଜାଡ଼ିବା, ଆଳତି ପରେ ପୁଷ୍ପାଳକ ସିଂହାସନ ଉପରକୁ ଉଠିଲା ବେଳେ ଏହାଙ୍କଠାରୁ ଶ୍ରୀଅଙ୍ଗମଣତି ନେବା, ଭେଟ ପିଣ୍ଡିକା ସମୟରେ ରହି ଆମଦାନି ଅସୁଲ କର୍ତ୍ତୃପକ୍ଷଙ୍କୁ ଦେଇ ତାଙ୍କର ନିୟମିତ ଅଂଶ ପାଇବା, ସାହାଣମେଲା ପରେ ତିନି ବାଡ଼ରେ ଗଡ଼ ଧରି ଠିଆ ହୋଇ ରହିବା, ଧୂପ ପୂଜା ବେଳେ ପୂଜାପଣ୍ଡାଙ୍କୁ ଉପଚାର, ସୁନା ଅଳଙ୍କର ଦେବା ଓ ଫେରାଇ ଆଣିବା, ଚନ୍ଦନଲାଗିରେ ତିନି ବାଡ଼ରେ ଚନ୍ଦନ ବଢ଼ାଇବା, ପହୁଡ଼ ଆଳତିରେ କର୍ପୂର ଲଗାଇବା, ପହୁଡ଼ ବେଳେ 'ମଣିମା’
୬୬ । ଶ୍ରୀଜଗନ୍ନାଥ