ଏହି ପୃଷ୍ଠାଟି ବୈଧ ହୋଇସାରିଛି


୮୮. ରୂପକାର
ରଥ ନିମନ୍ତେ ଓ ଦେଉଳର ବିଭିନ୍ନ ନୀତି, ବେଶ ନିମନ୍ତେ ରୂପ (କାଠର ମୂର୍ତ୍ତି ତିଆରି କରୁଥିବା ସେବକ । ନବକଳେବରରେ ରଥର ସାରଥି, ସଖୀ, ପାର୍ଶ୍ୱଦେବତା, ଘୋଡ଼ା, ଓଲଟ ଶୁଆ, ଦଧିନଉତିର ଅଁଳାଶ୍ରୀ ଆଦି ନୂଆକରି ଗଢ଼ନ୍ତି । ପିତ୍ତଳ, ଅଷ୍ଟଧାତୁ ସୁନାମୂଉଁ ଢାଳିବା କାର୍ଯ୍ୟ ମଧ୍ୟ କରନ୍ତି ।
ଶାଢ଼ିବନ୍ଧା, ବଂଶାନୁକ୍ରମିକ ସେବକ ।
୮୯. ବଣିଆ
ଅଣସର ସମୟରେ ଭଣ୍ଡାର ମେକାପଠାରୁ ସୋଲଚିତା ନେଇ ସେଥିରେ ସୁନା ଓ ରତ୍ନ । ପଥର ଲଗାଇ ନୂତନ ଚିତା ତିଆରି କରନ୍ତି । ଶ୍ରୀଗୁଣ୍ଡିଚା ଦିନ ଦିଅଁମାନେ ରଥମାନଙ୍କ ଉପରେ ବିଜେ ହେଲେ ଘଣ୍ଟ ଛତା କାହାଳୀ ବଜାଇ ବଣିଆଙ୍କ ଘରୁ ବଣିଆ ନୂଆ ଲୁଗା ପିନ୍ଧି, ନୂଆ ଚାଙ୍ଗୁଡ଼ିରେ ଚିତାମାନ ନେଇ ରଥ ଉପରେ ଦଇତାଙ୍କୁ ଦିଅନ୍ତି । ଦଇତାମାନେ ଦିଅଁଙ୍କୁ ଚିତାଲାଗି କରନ୍ତି । ଜନ୍ମାଷ୍ଟମୀ ଦିନ ସୁନାରେ କୃଷ୍ଣମୂର୍ତ୍ତି, ରୁପରେ ଶତଦଳ ପଦ୍ମ, ଗିନା, ଶାମୁକା, ଖୁର ଇତ୍ୟାଦି କରି ଦେଉଳକରଣଙ୍କ ଜିମା ଦିଅନ୍ତି । ସୁନିଆଁ ଦିନ ସୁନାରେ ବାମନ ମୂର୍ତ୍ତି ତିଆରି କରନ୍ତି । କୁମାରପୂର୍ଣ୍ଣିମା ପଇଁ ରୁପା କଉଡ଼ି ତିଆରି କରି ଯୋଗାନ୍ତି ।
ଶାଢ଼ି ବନ୍ଧା ଶୂଦ୍ର ସେବକ; ସେବା ବଂଶାନୁକ୍ରମିକ ।
୯୦. ତାମରା ବିଶୋଇ
ତମ୍ବାକାମ କରୁଥିବା ସେବକ । ସ୍ନାନପୂର୍ଣ୍ଣିମା ପୂର୍ବ ତ୍ରୟୋଦଶୀ ଦିନ, ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ ବିଧି ଅନୁସାରେ ତାମ୍ରପଟା ଇତ୍ୟାଦି ତିଆରି କରି ବାହୁଟ ଓ ସେନାପଟାରେ ତାମ୍ର ଦିଅନ୍ତି । ଶାଢ଼ି ବନ୍ଧା, ବଂଶାନୁକ୍ରମିକ ସେବକ ।
୯୧. କରତିଆ
ପଣାସଂକ୍ରାନ୍ତିଠାରୁ ରଥର କାଠକଟ ଆରମ୍ଭ କରନ୍ତି । ଏହା ଶାଢ଼ିବନ୍ଧା ସେବା ନୁହେଁ ।
୯୨. ବେଣ୍ଟବିନ୍ଧା ପାଇକ
ବେଣ୍ଟ ନୀତିରେ ଶର ବିନ୍ଧୁଥିବା ସେବକ । ଦଳ ବେହେରା ବା ଏହାଙ୍କ ଅସୁବିଧା ହେଲେ ଲେଙ୍କ ଏ କାର୍ଯ୍ୟ କରନ୍ତି । ବେଣ୍ଟ ବିନ୍ଧା ପାଇକ ମଧ୍ୟ ଦଳବେହେରା ଭାବରେ ପ୍ରତିଦିନ ପାଇକଙ୍କ ସଙ୍ଗେ ପାଳିଆ ସେବକଙ୍କୁ ସେବାନୀତି ଖଟିବାକୁ ଡାକନ୍ତି । ଏହା ଶଢ଼ିବନ୍ଧା ସେବା ।
୯୩. ପାଟରା ବିଶୋଇ
ପାଟ ତିଆରି ବ୍ୟତୀତ ପାଗ, କୁସୁମୀ, ଲୁଗା ରଙ୍ଗ କରିବା, ରାକ୍ଷୀ ଡୋର, ଚନ୍ଦନ ଯାତ୍ରାପାଇଁ ମଦନମୋହନଙ୍କ ପାଟ ଡୋରି, ପୁଷ୍ୟାଭିଷେକ ପାଇଁ ପାଟ ଫୁଲି, ମାଘ ସପ୍ତମୀ

୮୮ ଶ୍ରୀଜଗନ୍ନାଥ