ପୃଷ୍ଠା:Typical selections from Oriya literature.pdf/୧୦୯

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୭୩
ଓଡ଼ିଆ ସାହିତ୍ୟ-ପରିଚୟ

ତୁ ତାହାର ଘରଣୀ ମା ସେ ତୋହର ସାଇଁ ।
ଚଉଦ ବରଷ ବଞ୍ଚ ଅରଣ୍ୟରେ ଯାଇଁ ।
ଆମ୍ଭେ ତାର ମାତା କଷ୍ଟେ ନୋହିଲୁ କାରଣୀ ।
ମିଛେ ଯେ ବୋଲାଉ ଆମ୍ଭେ ରାଜା ପାଟରାଣୀ ।
କାହିଁକି ଯିବଇଁ ମୁହିଁ କରିବଇଁ କିସ ।
ଖାଇଣ ମରିବି ମୁଁ ଯେ କାଳକୂଟ ବିଷ ।
ବୃଦ୍ଧକାଳରେ ଯେ ଏକ ପୁତ୍ର ପାଇଥିଲି ।
ଦଇବର ବଳେ ତାକୁ ବନେ ହରାଇଲି ।
ଏରାମ ବନ‌କୁ ଯିବ ଧାତା ଏହା କଲା ।
ବାଳକ କାଳରୁ ପୁତ୍ର ମୋର କୋଳେ ଥିଲା ।
ବନ‌କୁ ଯାଅ ଗୋ ଦେବୀ ଜନ‌କ-କୁମାରୀ ।
ରହିବ ବନସ୍ତେ ସ୍ୱାମୀ ପାଦ ସେବା କରି ।
ପରିବ୍ରତା ସଙ୍ଗେ ଲେଖା ହେଲୁ ତୁହି ଜାଣି ।
ତୋହର ନାମ ପ୍ରଭାତେ ସୁମରିବେ ପ୍ରାଣୀ ।
ସତୀ ସାଧବୀରେ ଗଣା ହୋଇବୁ ଗୋ ମାତ ।
ପରମ ସାଧବୀ ବୋଲି ବୋଲିବେ ଜଗତ ।
ଏମନ୍ତେ କୌଶଲ୍ୟା ଯେ ବ‌ହୁତ ତିଆରିଲା ।
ଲକ୍ଷ୍ମଣକୁ ହକାରି ଯେ ଅନେକ କ‌ହିଲା ।
ଯାଅ ବାବୁ ଲକ୍ଷ୍ମଣ ରାମକୁ ସେବି ଥାଅ ।
ଦୁଃଖ କାଳରେ ଯେ ଏକା ସଙ୍ଗେ ଦିଅ ନିଅ ।
ଶ୍ରୀରାମ କୋପିଲେ ବାବୁ କୋପ ନ କରିବୁ ।
ସୀତା ଦୋଷ କଲେ ବାବୁ ଦୋଷ ନ ଧରିବୁ ।
ଏତେବୋଲି ଶ୍ରୀରାମ‌ମଉଳି ଦେବୀ ଧରି ।
ତିନି ଜଣଙ୍କର ମୁଖ ଆଘ୍ରାଣ ସେ କରି ।
ଶୁଭ‌ଯୋଗେ ଯାଅ ବାବୁ ପିତା-ସତ୍ୟ ରଖ ।
ବାହୁଡ଼ିଣ ଆସି ଯେ ଆମ୍ଭଙ୍କୁ ପଛେ ଦେଖ ।
ଏହାକ‌ହୁ କୌଶଲ୍ୟାର ନେତ୍ରୁ ବ‌ହେ ନୀର ।
ସମସ୍ତ ମାତା ମାନେ ଯେ ମନରେ ଆକୁଳ ।
ମନ୍ଥଡ଼ୀର ମନରେ ଯେ ବ‌ହୁତ ହରଷ ।
ମୋତେ ଯେ ପାଇଲା ଏବେ ଯାଉ ବନବାସ ।
ସୁରଗଣେ ସ୍ୱର୍ଗ ପୁରେ ବିଚାରନ୍ତି ଥାଇ ।
ଚଉଦ ବର୍ଷେ ରାବଣ ଜୀଇବ ଯେ ନାହିଁ ।
ଏଥୁଉତ୍ତାରେ ଶ୍ରୀରାମ ଲକ୍ଷ୍ମଣ ଯେ ତିନି ।
ବାହାର ହୁଅନ୍ତି ଶୁଭ ଅନୁକୂଳ ଘେନି ।