ପୃଷ୍ଠା:Typical selections from Oriya literature.pdf/୧୨୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୪
ଓଡ଼ିଆ ସାହିତ୍ୟ-ପରିଚୟ

ନବରତ୍ନ ଖଟ କେହି ଅଳଙ୍କାର ଦେଲେ ।
ମାୟା ବ୍ରାହ୍ମଣେ ଯେ ଅନ୍ନ ଆଣି ପରଶିଲେ ।
ବସିଲା ଘୃତ ଆବର ଦେଲେ ଅଦା ଲୁଣ ।
ନିରାମିଷ ଆମିଷ ଯେ ଅନେକ ତିଉଣ ।
ହେଙ୍ଗୁ ଜିରା ମରିଚ ନଡ଼ିଆ ଦୁଧ ଛେନା ।
ଘୃତରେ କରି ନାନାଦି ପିଷ୍ଟକ ରଚନା ।
ମାଛ ମାଏଁସ ଯେ ଛଡ଼ା ଝଡ଼ା ଜଣ ପ୍ରତି ।
ପଣା ପଇଡ଼ ଯେ ଆଣି ବଳେ ଯାଚି ଦ୍ୟନ୍ତି ।
କ୍ଷୀରୀ କ୍ଷୀରିଷା ଶାକର ପରସନ୍ତି ଆଣି ।
ଏମନ୍ତେ ଅନେକ ଦ୍ରବ୍ୟ କେ ପାରେ ବଖାଣି ।
ନାଡ଼ୀ ସରପୁଳି ଯେ ଆରିଷା ଛେନାପୁରୀ ।
କାକରା ଛେନା ଲଡ଼ୁ ଯେ ମାଲପୁଆ ପୁରୀ ।
ସଜମରା ଘିଅ ଆଣି ଦ୍ୟନ୍ତି ବଢ଼ା ବଢ଼ା ।
ଗଜା କଚୁରୀ ପଣସ ଖୋସା ବିରିବରା ।
କୋରା ରସଗୋଲା ଯେ ଅମୃତ ରସାବଳୀ ।
ମଣ୍ତା ନାନମାନ ଅମୃତପାଣି କଦଳୀ ।
ଝୁମ୍ପା ଝରୀରେ ଯେ ଭରି ନାନାତୀର୍ଥ-ଜଳ ।
ତ‌ହିଁରେ ଦେଇ ସୁବାସ ଦ୍ରବ୍ୟ ଯେ ସକଳ ।
ପଣସିଆ ମଣ୍ତା ଯେ ଲବଣୀ ପାଣି ପଣା ।
କେ ଘୃତରେ ଭଜା କେହି ଘୃତରେ ଯେ ଛଣା ।
ଫେଣା ଖୁଡ଼ୁମୁଆଁ ସର ନାନାବର୍ଣ୍ଣେ ପିଠା ।
ଖାଇ ଖାଇ ଲୋକଙ୍କୁ ଯେ ମାଡ଼ିଲାକ ଚିଟା ।
ପରଷନ୍ତି ଲୋକେ ଯେ ଭୁଞ୍ଜନ୍ତି ଛେନା ମଣ୍ତା ।
କେହି ମୁଗମଣ୍ତା କେହି ପେଷି ଖସାମ‌ଣ୍ତା ।
କାହାକୁ ନଡ଼ିଆପୁର ମଣ୍ତା ପରଷନ୍ତି ।
କାହା ଆଗରେ ପଣସ ଦୋରୁଅ ଭସାନ୍ତି ।
ସାରେ କେ ଖଣ୍ତ ଶାକର କେହି ଛତୁ ନାଳୀ ।
ଫେଣା ଖଣ୍ତ ଖଜା ତିଳ ମୁଁଆ ସରପୁଳୀ ।
କେ ଭୁଞ୍ଜେ ମୁଗ ମରିଚ ଦୁଧସରମାନ ।
ଛେନା ତରଡ଼ା ଗୋଟିକା ଲବଣୀ ଅଧାମ ।
ଘୋଳଦ‌ହୀ ବସାଦ‌ହୀ କେ ଆଣି ଦିଅନ୍ତି ।
ନାନା ପ୍ରକାର ଚଟଣୀ କେହି ପରଷନ୍ତି ।
ଅମୃତପାଣି କଦଳୀ କେହି ପାଉଁଶିଆ ।
ବନ୍ତଳ ଗନ୍ଧତୁଳସୀ ସଙ୍କରା କାଠିଆ ।