ପୃଷ୍ଠା:Typical selections from Oriya literature.pdf/୧୩୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୯୭
ଓଡ଼ିଆ ସାହିତ୍ୟ-ପରିଚୟ

ଶୁଣିଣ ସଉମିତ୍ରି ଯେ କୋପମନ କଲେ ।
ତୁମ୍ଭ ଗାଈଦୁଧ ରକ୍ତ ହେଉ ଯେ ବୋଇଲେ ।
ଲକ୍ଷ୍ମଣଙ୍କ ଶାପରେ ଯେ ହୋଇଲା ରୁଧିର ।
ଦୁହିଁବାର ଦୁଗ୍ଧ ସବୁ ରକ୍ତ ଭାର ଭାର ।
ଦେଖିଣ ଗୋପାଳମାନେ ହୋଇଲେ ଚକିତ ।
ଗାଈଙ୍କର ଚିରରୁ ଯେ ବାହାରିଲା ରକ୍ତ ।
କେ ବୋଲଇ ଏବେତ କରିବା କିସ ବୁଦ୍ଧି ।
ଏତେବୋଲି ସମସ୍ତେ ଯେ ଧାଇଁଲେ ପ୍ରବୋଧି ।
ଶ୍ରୀରାମଚନ୍ଦ୍ର-ଲକ୍ଷ୍ମଣ-ପାଦରେ ପଡ଼ନ୍ତି ।
ଅତିବିନୟ ହୋଇଣ ପାୟେ ପଡ଼ି ଶୋନ୍ତି ।
ଆମ୍ଭେ ଗଉଡ଼ମାନେ ଯେ ବନସ୍ତରେ ଥାଉଁ ।
ଭଲ ମନ୍ଦ କଥାତ ଜାଣିବୁଁ ଆମ୍ଭେ କାହୁଁ ।
କେଡ଼େ ଲୋକ ବୋଲି ଆମ୍ଭେ ନ ଜାଣୁ ଯେ ତାହା ।
ବେଳେ ରକ୍ଷାକର ହୋ କୋଦଣ୍ତ ଚଉବାହା ।
ଶୁଣିଣ ଶ୍ରୀରାମଚନ୍ଦ୍ର ହୋଇଲେ ସନ୍ତୋଷ ।
ବୋଇଲେକ କ୍ଷମାକଲୁଁ ତୁମ୍ଭର ଯେ ଦୋଷ ।
ସ୍ୱାଦୁ ଦୁରାଧମାନ ଯେ ଦିଅନ୍ତୁ ତୁମ୍ଭ ଗାଈ ।
କ୍ଷୁଧାରେଣ ପୀଡ଼ା ଯେ ପାଇଲା ମୋର ଭାଇ ।
ତେଣୁ ସେ କୋପ କରିଣ କ‌ହିଲେ ଏମନ୍ତ ।
ଯେଣୁ ବିନୟୀ ହୋଇଣ କ‌ହିଲ ଆମ୍ଭନ୍ତ ।
ଦିଅନ୍ତୁ ଏବେ ସେ କ୍ଷୀର ହୁଅ ତୁମ୍ଭେ ସୁଖୀ ।
ଦୟାକଲି ମୁହିଁ ଯେ ତୁମ୍ଭର ଦୁଃଖଦେଖି ।
କ୍ଷୁଧାର୍ତ୍ତୀ ହୋଇଣ ଯେ ମାଗିଲୁଁ ଆମ୍ଭେ ଦୁଧ ।
ତ‌ହିଁ କି ଗଉଡ଼େ ତୁମ୍ଭେ କଲେ ଯେ ବିରୋଧ ।
ପ୍ରଥମ ବେଳେ ମାଗିଲୁଁ ଉପ‌ହାସ କଲ ।
କଳିଯୁଗେ ଭୁଞ୍ଜିବ ଏଥିର ତୁମ୍ଭେ ଫଳ ।
ଗୋରସ ତୁମ୍ଭ ଘରଣୀ ବିଦେଶେ ବିକିବେ ।
ସମସ୍ତ ଗୋପାଳ ଖାଇ ନିଶ୍ଚିନ୍ତ ହୋଇବେ ।
ଶୋକ ସନ୍ତାପ ତୁମ୍ଭଙ୍କୁ ନ କରିବେ କେହି ।
ରାଜାର ସେବକେ ବଳେ ସବୁନେବେ ବ‌ହି ।
ଦୟା ନ ବସିବ ତାହାଙ୍କର ନିଜ ଅଙ୍ଗ ।
ତୁମ୍ଭ କଥାକୁ ସମସ୍ତେ ବୁଝିବେଟି ଖଙ୍ଗ ।
ଏସନ‌କ କଥାମାନ ଅବଶ୍ୟ ହୋଇବ ।
ଏ ଆମ୍ଭର ବଚନ ଯେ ନିଷ୍ଫଳ ନୋହିବ ।