ପୃଷ୍ଠା:Typical selections from Oriya literature.pdf/୧୪୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଯହୁଁ ପ୍ରବେଶ ହୋଇଲା ଦୁଃସହ ବରଷା ।
ନାନା ପକ୍ଷୀମାନେ ତହିଁ ଭିଆଇଲେ ବସା ॥
ବୃକ୍ଷମାନେ ପଲ୍ଲବନ୍ତି କଅଁଳନ୍ତି ଲତା ।
ମୟୂର ଚଡ଼ାଉ ଯେ ମଦନେ ଉନମତ୍ତା ॥
ମୃଗଭୟ ଛାଡ଼ିଣ ଚରନ୍ତି ଏଣେ ତେଣେ ।
କୋକିଳ ଝିଙ୍କାରି ପଶିଲେ ଗହନ ବନେ ॥
ବୃକ୍ଷମାନ ଦିଶନ୍ତି ଯେ ନୂଆ ପରକାର ।
କଦମ୍ବ ପୁଷ୍ପମାନେ ଫୁଟନ୍ତି ନିରନ୍ତର ॥
ଜାମୁଫଳ ପାଚି କରି ପଡ଼ନ୍ତି ଭୂମିରେ ।
ବନଫଳ ପାଚି ପଡୁଛନ୍ତି କେତେ ତଳେ ॥
ବନର କୁକ୍କୁଟ ମାନେ କାମେ ଖେଦା ଖେଦି ।
ପାତାଳ ଗଙ୍ଗା ନାମେ ଯେ ବହେ ତହିଁ ନଦୀ ॥
ଜଳଖୂମ୍ପା କାହାମ ଯେ ପାତିହ୍ଂସାବଳୀ ।
ଖରହଂସ ବକ ଯେ କରନ୍ତି ଜଳକେଳି ॥
ଶ୍ରାବଣ ପ୍ରବେଶ ହୋଏ ଏଥୁ ଅନନ୍ତରେ ।
ଘୋରବୃଷ୍ଟି କରିଣ ବରଷେ ଜଳଧରେ ॥
ଅଖଣ୍ଡିତ ଧାରା ଯେ ନ ଦିଶେ ଦଶ ଦିଶ ।
ବନ ପଲ୍ଲବିଣ ପୁଣି ହୁଅଇ ଅଦୃଶ୍ୟ ॥
ନଦୀମାନେ ବଢ଼ନ୍ତି ଯେ ପୁରେ ପୁଷ୍କରିଣୀ ।
ପର୍ବତ ଉପରୁ ଝରି ପଡ଼ଇ ଯେ ପାଣି ॥
ସୂର୍ଯ୍ବଙ୍କ କିରଣ ତେଜ ନଦିଶେ ଗଗନେ ।
ବୃକ୍ଷେ କମ୍ପମାନ ହ୍ବନ୍ତି ପ୍ରଚଣ୍ଡ ପବନେ ॥
ମାଲୀବନ୍ତ ପର୍ବତେ ଯେ ଶ୍ରୀରାମ ଅଛନ୍ତି ।
ଅନେକ ଦୁଃଖେଣ ସେ ବରଷା ବଞ୍ଚୁଛନ୍ତି ॥

(୪)
ମାଲ୍ୟବନ୍ତରେ ରାମଙ୍କର ସୈନ୍ୟ-କଳନା


ଚନ୍ଦ୍ରଗିରି ସୀମାରୁ ଯେ ସଉରାଷ୍ଟ୍ର ଯାଏ ।
ଘଞ୍ଚ ହୋଇ କରି ବଳ ଲଗାଲଗି ହୋଏ ॥
ଗୋଦାବରୀ ଘେନି ପୁଣ କୃଷ୍ଣ ବେଣୀ କୂଳେ ।
 ଏଥି ପୂରିଲେକ ସେ ଯେ ରୂକ୍ଷ କପି ବଳେ ॥
ପଞ୍ଚଧାରା ପର୍ବତ ଲାଗିଣ ଏକଖଣ୍ଡ ହୋଇ ॥