ପୃଷ୍ଠା:Typical selections from Oriya literature.pdf/୧୫୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଶୁଣିଣ ନୃପବର ଯେ ବିସ୍ମୟ ହୋଇଲା ।
ଇନ୍ଦ୍ରଜିତ ବୀରକୁ ରାବଣ ଆଜ୍ଞା ଦେଲା ॥
ସେହି ମେଘନାଦ ଅଟେ କ୍ଷତ୍ରିୟଙ୍କ ଶଲ ।
ତିନିଭୁବନ ମଧ୍ୟରେ ଅଟେ ମହାମଲ୍ଲ ॥
ସେ ଆସି କପିକି ବାନ୍ଧି ଧରି ଘେନିଗଲା ।
ନାଗପାଶେ ବାନ୍ଧିଣ ଅନେକ କଷ୍ଟ ଦେଲା ॥
ରାବଣ ଛାମୁକୁ ଘେନିଗଲା ତାକୁ ଧରି ।
ବିବିଧ ପ୍ରକାରେ ତାକୁ ବନ୍ଧନ ଯେ କରି ॥
ଶୁଣିଣ ଜାନକୀ ଦେବୀ ହୋଇଲେ ସ୍ତବଧ ।
ମନେ ଭାବିଲେ ନପୁଣ ପଡ଼ଇ ପ୍ରମାଦ ॥
ହନୁମତ ନପୁଣ ଯେ ପ୍ରାଣେ ଯାଇ ନାଶ ।
ଏତେ ବୋଲି ଦେବୀ ଯେ ଚାହିଁଲେ ଦଶଦିଶ ॥
ଅଶୋକବନକୁ ଯେ ବୋଲନ୍ତି ଚାନ୍ଦମୁହୀଁ ।
ତୁମ୍ଭଙ୍କୁ ଯେ ଆଶ୍ରେ କରି ରହିଅଛି ମୁହିଁ ॥
ତୁମ୍ଭେ ଯେବେ ଅଶୋକ ଗୋ ଶୋକ ମୋତେ ନୋହୁ ।
ଏହି ଉପକାର ମୋତେ କାଳେ କାଳେ ଥାଉ ॥

(୩)
ଲଙ୍କାପୋଡ଼ି


ନଗ୍ର ନର ନାରୀଏ ଯେ ବିକଳେ ବୋଲନ୍ତି ।
କେହି ଆୟ ଦାୟମାନ ଘେନିଣ ପଳାନ୍ତି ॥
କେହୁ ହାତେ ଲୁଗା କେହୁ କାଖେ ପୁଅ ଘେନି ।
ପୋଖରୀ କୂଳକୁ ଡ଼ରେ ପଳାନ୍ତି କାମିନୀ ॥
କେ ବୋଲଇ ଦାଦି ଆଲୋ କେ ବୋଲଇ କକା ।
କେ ବୋଲଇ ଆଲୋ ମୋତେ ଜଳେ ଧରି ପକା ॥
କେ ବୋଲଇ ଭାଇ ଆଲୋ କେ ବୋଲଇ ନନା ।
କେ ବୋଲଇ ମୋତେ ଯେ ସମ୍ଭାଳି ନିଅ କିନା ॥
କି ବୋଲଇ ଗଲା ଲୋକେ ବେଗହୋଇ ଆସ ।
କେବଣ ବାପୁଡ଼ା ଯେ ଚାହାଇଁ ଦଶଦିଶ ॥
କେ ଆସି ନ ପାରି ଘରେ ପଶି ପୋଡ଼ି ମଲା ।
କେହୁ ତାଟକା ହୋଇଣ ପଡ଼ି ମୋହ ଗଲା ॥
କେବଣ ବାପୁଡ଼ା ଯେ ଦେଖିଣ ପ୍ରାଣ ହାରି ।
ବାଟ ନ ପାଇ ଭିତରେ ପଶି ପୋଡ଼ି ମରି ॥