ପୃଷ୍ଠା:Typical selections from Oriya literature.pdf/୨୧୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୭୪
ଓଡ଼ିଆ ସାହିତ୍ୟ-ପରିଚୟ

ଅର୍ଜୁନ-ମୁଖୁଁ ବାକ୍ୟଶୁଣି । ନିବେଦି ନୃପଚୂଡ଼ାମଣି ।
କୁନ୍ତୀ ଯେ ନିଜ ପୁରେଥିଲେ । ଗୋବିନ୍ଦ-ବିୟୋଗ ଶୁଣିଲେ ।
ତକ୍ଷଣେ ପାଇ ଦିବ୍ୟଜ୍ଞାନ । ଗୋବିନ୍ଦ-ପାଦେ ହେଲେ ଲୀନ ।
ଯେଣୁ ଗୋବନ୍ଦ ମହୀତେଜି । ସ୍ୱଭାବେ ନିଜ ଧାମଭୁଜି ।
ତାର ମହିମା ନରଲୋକେ । ସାଧିବେ ଏକ‌କୁ ଆରକେ ।
କହି ତରନ୍ତି ଭବବନୁଁ । କଳି-ଆଗମ ସେହି ଦିନୁଁ ।
ମିଳିଲା ନରଲୋକେ ଆସି । ତକ୍ଷଣେ ଗ୍ରାମେ ଗ୍ରାମେ ପଶି ।
ସକଳ ପୁରେ ପ୍ରାଣୀଚିତ୍ତେ । ଲୋଭ କପଟ ଦୟାମତେ ।
ପ୍ରାଣୀ ହିଂସନେ ଧର୍ମ୍ମନାଶେ । ପ୍ରାଣୀଏ କଳିର ବିଶ୍ୱାସେ ।
ନିଷ୍ଠୁର ଚିତ୍ତ ସର୍ବଜନ । ତା ଦେଖି ଧର୍ମର ନନ୍ଦନ ।
ସ୍ୱର୍ଗଗମନ ମନେ ଗୁଣି । ତକ୍ଷଣେ ପ୍ରରୀକ୍ଷିତେ-ଆଣି ।
ଉତ୍ତମ ରାଜଚିହ୍ନ ଦେଖି । ସକଳ ଗୁଣ ଉପଲେଖି ।
ଆତ୍ମାର ତୁଲ୍ୟ କରିମଣି । ଅନେକ ତୀର୍ଥଜଳ ଆଣି ।
ହସ୍ତିନାପୁରେ ନରଲୋକେ । ସ୍ଥାପିଲେ ନୃପ ଅଭିଷେକେ ।
ଯାଦବ ବଂଶ ଶେଷ ଥିଲା । ବଜ୍ର ଯେ ଅନିରୀଦ୍ଧବଳା ।
ମଥୁରାପୁର ଧର୍ମଚାଟେ । ସ୍ଥାପିଲେ ସୁରସେନ ପାଟେ ।
ସକଳ ଭୋଗ ଦୂରକରି । ସଂସାର ବନ୍ଧୁ ଅପସରି ।
ଆତ୍ମାରେ ଆତ୍ମା ଅଗ୍ନିଜାଳି । ସର୍ବ ବିଷୟ ଘୃତଢାଳି ।
ଜ୍ଞାନଗୋଚରେ ଅଗ୍ନିପାନ । ତକ୍ଷଣେ ଧର୍ମର ନନ୍ଦନ ।
ଅଶେଷ କର୍ମ‌ପାଶ ଛେଦି । ଯୋଗଶରୀର ରନ୍ଧ୍ରରୁଦ୍ଧି ।
ମନ ବଚନ ଲୀନ କରି । ବାୟୁଧାରଣେ ପ୍ରାଣଧରି ।
ବ୍ରହ୍ମନିର୍ବାଣେ ଥୋଇ ଚିତ୍ତ । ଉତ୍ତର ପଥେ ଉପଗତ ।
ଚିରବସନ ନିରାହାର । ମଉନ ମୁକ୍ତ କେଶଧର ।
ଜଡ଼ ଉନ୍ମତ୍ତ ଭୂତପ୍ରାୟେ । ଲୋକେ ଦେଖାଇ ନିଜକାୟେ ।
ଜନ ବଦନକୁ ନ ଚାହିଁ । ଅନ୍ଧ ବଧିର ପ୍ରାୟେ ହୋଇ ।
ହୃଦେ ନିବେଶି ବେନିପାଣି । ଉତ୍ତରଦିଗେ ନୃପମଣି ।
ପୂର୍ବେ ଅଶେଷ ମୁନିସ‌ନ୍ଥେ । ମୋକ୍ଷ ହୋଇଲେ ଯେଉଁ ପ‌ଥେ ।
ପରମ‌ବ୍ରହ୍ମ ଚିନ୍ତି ଚିତ୍ତେ । ପ୍ରସ୍ଥାନ କଲେ ସ୍ୱର୍ଗପଥେ ।
ପ‌ଥେ ଚଳନ୍ତି ଚାରିଭାଇ । ରାଜାର ଅନୁପଥ ହୋଇ ।
କୃଷ୍ଣ-ଚରଣେ ଚିତ୍ତ ଦେଲେ । ପରମଗତି ସେ ଲଭିଲେ ।
ବିଦୁର ଥିଲେ ବନବାସେ । ପ୍ରଭାସ ତୀର୍ଥେ ମୋକ୍ଷ ଆଶେ ।
ଗୋବିନ୍ଦ-ଚରଣେ ନିଶ୍ଚଳେ । ପ୍ରାଣ ଛାଡ଼ିଲେ ଯୋଗବଳେ ।
ତକ୍ଷଣେ ଦ୍ରୁପଦକୁମାରୀ । ଭର୍ତ୍ତାର ପ‌ଥ ଅନୁସରି ।
ଗୋବିନ୍ଦେ ଦେଇ ପଞ୍ଚପ୍ରାଣ । ପଥରେ ଛାଡ଼ିଲା ଜୀବନ ।