ପୃଷ୍ଠା:Typical selections from Oriya literature.pdf/୨୨୮

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୯୨
ଓଡ଼ିଆ ସାହିତ୍ୟ-ପରିଚୟ

ଭୀମକୁ ବିଷଲଡ଼ୁ ଦେଇ । ଜତୁର ଘରେ ଅଗ୍ନି ଦାହି ।
ଏ ଆଦି ଯେତେ କଷ୍ଟମାନ । ପାଣ୍ତବେ ଦେଲା ଦୁର୍ଯ୍ୟୋଧନ ।
ସେ ଅପମାନେ ମାନ ବହି । ସଙ୍ଗତେ ଘେନି ପାଞ୍ଚଭାଇ ।
ନିମିତ୍ତ କରି ତାଙ୍କୁ ହରି । ଅନେକ ଅକ୍ଷୌହିଣୀ ମାରି ।
ଭରା ନିବାରି ଭଗବାନ । ଅନ୍ତେ ଚଳିଲେ ନିଜସ୍ଥାନ ।

ପରୀକ୍ଷିଦୁବାଚ

ଅଖଣ୍ତ ନିଜବଂଶ-କୋପେ । କିପାଁ ହରିଲେ ବ୍ରହ୍ମଶାପେ ।
ଯାହାର ମାୟା ଯୋଗବଳେ । ଈଶ୍ୱର ଖେଳେ ମ‌ହୀତଳେ ।
ସେ ବ୍ରହ୍ମଶାପ ନରହରି । ହେଳେ ପାରଇ ଆନ କରି ।
ସର୍ବ ସମ୍ପଦ ନିଜପୁରୀ । ମାୟାର ବଳେ ତା ସଂହରି ।
କଳି-ଭିଆଇ ନିଜବଂଶେ । ସଂହାରି ବିଶ୍ରାମିଲେ ଶେଷେ ।
ଅନଳ ବନୁଁ ଜାତ ହୋଇ । ଯେହ୍ନେ ଲିଭଇ ବନ ଦ‌ହି ।
ଯେ ଯଦୁବଂଶ ମ‌ହୀତଳେ । କ୍ଷୟ ନୁହ‌ନ୍ତି ରିପୁବଳେ ।
ସେବନ୍ତି ଗୁରୁ-ବିପ୍ରପାଦେ । ଭେଦ ନୁହ‌ନ୍ତି ବେଦବାଦେ ।
କିପାଁ ଗୋବିନ୍ଦ ସଂହାରିଲେ । ନିଜଭୁବନେ ବିଜେ କଲେ ।
କୃଷ୍ଣର ଯଶ ଗୁଣ ଯେତେ । ସଂସାରେ ଶୁଣି ଏକଚିତ୍ତେ ।
ପାପୀ ତରନ୍ତି ତମ ଘୋର । ଏମନ୍ତ ମହିମା ଯାହାର ।
ଭୋ ମୁନି କ‌ହ ତୋଷମନେ । ଏମନ୍ତେ ରାଜାର ବଚନେ ।

ଶୁକ ଉବାଚ

ବୋଲନ୍ତି ବେଦବ୍ୟାସ ସୁତ । ଶୁଣ ହେ କୃଷ୍ଣର ଚରିତ ।
ଜନମୋହ‌ନ ମାୟାଧର । ପ୍ରକାଶି ମାୟା କଳେବର ।
ନାନା ବିଚିତ୍ର କର୍ମ କରି । କନ୍ଦଳେ ନିଜବଂଶ ମାରି ।
କାହାର ସାଧ୍ୟ ଏ ବେଭାର । ଶୁଣ ସୁମନେ ନୃପବର ।
କଳି-କଳୁଷ ନିବାରଣ । ସଂସାରେ ସ୍ଥାପି ଯଶ ଗୁଣ ।
ଏବେ ଗୋବିନ୍ଦ କଲେ ଯେତେ । କ‌ହିବା ଶୁଣ ଏକ ଚିତ୍ତେ ।
ଯାଦବବଳ ନାଶ ଅର୍ଥେ । ଗୋବିନ୍ଦ ବିଚାରିଲେ ଚିତ୍ତେ ।
ବିପ୍ରେ ଯେ ଥିଲେ ନିଜଦେଶେ । କୃଷ୍ଣର ଦର୍ଶନ-ଲାଳସେ ।
ବିଶ୍ୱାମିତ୍ରଙ୍କୁ ଆଗ କରି । ଶ୍ରୀ ବାମଦେବ ବ୍ରହ୍ମଚାରୀ ।
ଭୃଗୁ ଅଙ୍ଗିରା ଯେ ଦୁର୍ବାସ । ବଶିଷ୍ଠ ନାରଦ ବିଶେଷ ।
ମିଳିଲେ ପିଣ୍ତାରକ ତୀର୍ଥେ । ଶ୍ରମେ ଚାଲନ୍ତି ବନପ‌ଥେ ।
ଏମନ୍ତେ କୃଷ୍ଣର କୁମରେ । ଆନନ୍ଦେ ସମୁଦ୍ରର ତୀରେ ।
ସକଳେ ଏକସ୍ଥାନେ ମିଳି । ରଙ୍ଗେ କରନ୍ତି ନାନାକେଳି ।