ପୃଷ୍ଠା:Typical selections from Oriya literature.pdf/୨୪୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୦୫
ଓଡ଼ିଆ ସାହିତ୍ୟ-ପରିଚୟ

ମନ ବଚନ ଯେଣେ ଦମି । ସେ ଶାସ୍ତ୍ରେ ହେଉଥିବ ଶ୍ରମୀ ।
ସ‌ତ୍ୟ କ‌ହିବ ନିତ୍ୟ ତୁଣ୍ତେ । କେବେହେଁ ନ ଥିବ ପାଷଣ୍ତେ ।
କୃଷ୍ଣର ଜନ୍ମ କର୍ମ ଗୁଣ । ନିରତେ ଗାୟନ ଶ୍ରବଣ ।
ଦେହ ସ୍ୱଭାବେ କରି କର୍ମ । ବେଦ-ବଚନ-କୁଳଧର୍ମ ।
ସକଳ କୃଷ୍ଣେ ସମର୍ପିବ । ନିଷ୍କାମ ଚିତ୍ତେ ସୁଖେ ଥିବ ।
ସ୍ୱଧର୍ମେ କରି ଯଜ୍ଞ ଦାନ । ଯେ ବସ୍ତୁ ପରମ ଆତ୍ମନ ।
ଯେ ଅବା ସୁତ ଦାରା ଧନ । କୃଷ୍ଣେ କରିବ ସମର୍ପଣ ।
ସର୍ବ ସମ୍ପଦ କୃଷ୍ଣେ ଦେଇ । ଉଦାସୀମତେ ଦେହ ବ‌ହି ।
ଯତ୍ନ କରିବ ଦୃଢ଼ବନ୍ଧେ । କୃଷ୍ଣ ସନ୍ତୋଷ ଭାବ ଶ୍ରଦ୍ଧେ ।
ଗୁରୁ-ବଚନ ଶିରେ ଧରି । ସୁସାଧୁ ସଙ୍ଗ ସେବା କରି ।
କୃଷ୍ଣର କ‌ଥା ଅନ୍ୟୋଅନ୍ୟେ । ନିରତେ ଶ୍ରବଣ-କ‌ଥନେ ।
ସେବା କରିବ ବିଷ୍ଣୁଜନେ । ପବିତ୍ର ବିନୟ ବଚନେ ।
କୃଷ୍ଣ-ଚରିତ ସାଧୁଜନେ । ଶ୍ରବଣ ସ୍ମରଣ ପ୍ରସନ୍ନେ ।
ନିର୍ମଳ କୃଷ୍ଣର ଚରିତ । ଯେ ନାମେ ଜଗତ ପବିତ୍ର ।
କ୍ଷଣେ ବଞ୍ଚଇ ଅନୁବାଦେ । ବିଷ୍ଣୁ-ଭକ‌ତି ଜନ୍ମେ ହୃଦେ ।
କଣ୍ଠ-କୁଣ୍ଠିତ ଜଡ଼ମତି । ଦେହ ପୁଲକେ ରୋମ‌ପନ୍ତି ।
ଚିତ୍ତେ ଗୋବିନ୍ଦ ଗୁଣ ସ୍ମରେ । ରୋଦନ କରେ ଉଚ୍ଚୈଃସ୍ୱରେ ।
କ୍ଷଣେ ହସଇ କ୍ଷଣେ ନାଚେ । ଘନ‌ଗର୍ଜନ କରେ ଉଚ୍ଚେ ।
କ୍ଷଣକେ ଗାଏ ଗୁଣ‌ଗାଥା । ହୁଙ୍କାରେ ଅଲୌକିକ କ‌ଥା ।
କ୍ଷଣକେ ହରିଗୁଣ ଗୁଣି । ଚକ୍ଷୁ ସଂହାରି ହୋଏ ତୁନି ।
ଏ ନାନା ଧର୍ମ‌ଭାବ ଶିକ୍ଷା । ଗୁରୁ-ସେବନ ପାଇ ଦୀକ୍ଷା ।
ନିଶ୍ଚଳ ଚିତ୍ତେ କୃଷ୍ଣପାଦେ । ଭକ‌ତ ଲଭେ ଅପ୍ରମାଦେ ।
ସେ ନାରାୟଣ ପରାୟଣ । ଏମନ୍ତେ ଅବିଦ୍ୟା ହରଣ ।
ଏମନ୍ତେ ଶୁଣି କୃଷ୍ଣରସ । ନିମି ମନରେ ହୋଇ ତୋଷ ।
ବୋଲଇ ମୁନିଗଣ ଚାହିଁ । ଆନନ୍ଦେ ଶିରେ କର ଦେଇ ।
ଅନାଦି ପ୍ରଭୁ ନାରାୟଣ । ସଂସାର ପରମ କାରଣ ।
ଏକ ଅନେକ ରୂପ ଧରି । ପୁରାଣ ପୁରୁଷ ମୁରାରି ।
ତୁମ୍ଭେ ଯେ ମୋତେ ଦୟାବ‌ହ । ସେ ନାରାୟଣ ରୂପ କ‌ହ ।
ଦେଖି ରାଜାର ସାଧୁପଣ । ପିପ୍ପଳାୟନ ବୋଲେ ଶୁଣ ।

ପିପ୍ପଳାୟନ ଉବାଚ

ସେ ନାରାୟଣ-ବର୍ଣ୍ଣ-ଚିହ୍ନ୍ । କ‌ହି ପାରିବ କେଉଁଜନ ।
ଯା ମାୟା ସଂସାର କାରଣ । ସୃଷ୍ଟି-ପାଳନ-ସଂହାରଣ ।
ହେତୁ ଅହେତୁ ସେ ବୋଲାଇ । ସ୍ୱପ୍ନ ଜାଗ୍ରତେ ଭେଦ ନୋହି ।