ପୃଷ୍ଠା:Typical selections from Oriya literature.pdf/୨୫୨

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୧୬
ଓଡ଼ିଆ ସାହିତ୍ୟ-ପରିଚୟ

କୁତ୍ସିତ-କଥା-ରତ ନିତ୍ୟେ । ନାନା କୁପଥ ମନୋରଥେ ।
ମନ ଭ୍ରମଇ ଭ୍ରମୁଥାଇ । ଦୁର୍ଗମ ପଥ ନ ଚିହ୍ନଇ ।
ନାରୀ ସେବନ ମାଂସ ମଦେ । ଲୋକବେଭାର ଅନୁବାଦେ ।
ବେଦ ନ କ‌ହେ ଯାହା ମୁଖେ । ପ୍ରାଣୀ ତା କରେ ଆତ୍ମାସୁଖେ ।
ଧର୍ମ ଅଧର୍ମ ବେନିପଥେ । ବେଦ କ‌ହଇ ଯାହା ନିତ୍ୟେ ।
ଆଦି ଇଶ୍ୱର ଆଜ୍ଞା ଏହୁ । ଏଥୁ ଅଧିକ କେବା କ‌ହୁ ।
ସେ ବେଦପଥ ଛାଡି ବଳୈ । କର୍ମ କରଇ ଆତ୍ମାଭୋଳେ ।
ବିଭା ସଂଯୋଗେ ଅନୁବନ୍ଧେ । ନାରୀ ସେବଇ କାମଅନ୍ଧେ ।
ଛାଡ଼ି ନ ପାରି ହୀନ‌ଚିତ୍ତେ । ସେବଇ ମଦ ମାଂସନିତ୍ୟେ ।
ପଶୁ ମାରଇ ଯଜ୍ଞଲକ୍ଷ୍ୟେ । ଯେ ବେଦ-ବିଧି ପିତୃପକ୍ଷେ ।
ଏ ବେନି ବେଦବିଧି-ବାଣୀ । ନିତ୍ୟେ ଅସତ୍ୟ ପରିମାଣି ।
ଯେବେ କରିବ ଧର୍ମମତେ । ଯେ ବେଦବିଧି ଅନୁମତେ ।
ବେଦ-ନିଷେଧ ଏ ପ୍ରସିଦ୍ଧି । ଏହା ନ ଜାଣି ପଶୁବୁଦ୍ଧି ।
ଧନ ଅର୍ଜନେ ଧର୍ମ କରି । ଧର୍ମେ ପ୍ରାପତ ନରହରି ।
ଧନ ଅର୍ଜନେ ଦେହ ଧରେ । ମରଣ-ସଂକଟେ ନ ଡ଼ରେ ।
ଯଦ୍ୟପି ଯଜ୍ଞର ବିଧାନ । ମାଂସ ଭକ୍ଷଣ ସୁରାପାନ ।
ତ‌ଥାପି ସୁରା ବେଦମତେ । ଆଘ୍ରାଣ କରି ନାସାଗ୍ରତେ ।
କେବେହେଁ ନ କରିବ ପାନ । ଏ ବିଧି ବେଦର ବିଧାନ ।
କେବଳ ଯଜ୍ଞେ ପଶୁ ବଧ । ଅନ୍ୟତ୍ର ବଧେଟି ପ୍ରମାଦ ।
ନାରୀ ସଙ୍ଗମ ଋତୁମତେ । କେବଳ ପୁତ୍ରଜନ୍ମ ଅର୍ଥେ ।
ଅନ୍ୟଥା ରତି ସୁଖମତେ । ପ୍ରସଙ୍ଗ ନ କରି ଏକାନ୍ତେ ।
ଜୀବର ସୁଧର୍ମ ଏ ବାଣୀ । ସକଳ ବେଦବାକ୍ୟେ ଭଣି ।
ଏହା ନ ବୁଝି ମୂଢ଼ ପ୍ରାଣୀ । ଦୁଃଖକୁ ସୁଖ ପ୍ରାୟ ମଣି ।
କରଇ ଜ୍ଞାନହୀନ କର୍ମ । ଏଣୁ ସଂସାରେ ହୁଏ ଭ୍ରମ ।
ମୂର୍ଖସ୍ୱଭାବ ମୂଢ଼ ପ୍ରାଣୀ । ଆତ୍ମାକୁ ପଣ୍ତିତ ବଖାଣି ।
କେବଳ ଦେବତା ବିଶ୍ୱାସେ । ନ ଜାଣି ଯଜ୍ଞେ ପଶୁ ହିଂସେ ।
ପଶୁଏ ଥାନ୍ତି ପଶୁମେଳେ । ତାର ଜୀବନ ଅନ୍ତକାଳେ ।
ଧରି ଭକ୍ଷନ୍ତି ତାର ମାଂସ । କେବଳ ଅସ୍ଥି ରହେ ଶେଷ ।
ଯାହାକୁ ମାରି ସୁଖଭୋଳେ । ସେ ତାକୁ ହିଂସେ ଅନ୍ତକାଳେ ।
ଏଣୁ ପଣ୍ତିତଜନ ମଧ୍ୟେ । ପାପ ଲଭିଛି ପଶୁ ବଧେ ।
ସକଳ ଜୀବ ନରହରି । ବସଇ ଆତ୍ମାରୂପ ଧରି ।
ସମେ ବସଇ ସର୍ବଦେହେ । ମୂଢ଼ ନ ଜାଣେ ମାୟାମୋହେ ।
ସ୍ୱଭାବେ ମୃତ୍ୟୁ କଳେବର । ଦେହକୁ ବୋଲଇ ମୋହର ।
ସୁଖାନୁଭବେ ଜୀବ ମାରେ । କେବଳ ବିଷ୍ଣୁ ଦ୍ରୋହ କରେ ।